ବ୍ୟାଙ୍କିଙ୍ଗ୍‌, ଇନ୍‌ସ୍ୟୁରାନ୍ସ ସେବା ସ୍ବାଭାବିକ ପାଇଁ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ବୈଠକ:ଓଡ଼ିଶା ଆପଣାଇବ କେରଳ ମଡେଲ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୂର୍ବଭଳି ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ରାଜ୍ୟ ଅତିଥି ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇ ଆଗାମୀ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିରେ ବ୍ୟାଙ୍କ, ବୀମା କମ୍ପାନୀ, ଟେଲିକମ୍‌, ରିଜର୍ଭ ବ୍ୟାଙ୍କ ଓ ଏସ୍‌ଏଲ୍‌ବିସିର ଅଧିକାରୀମାନେ ମଧ୍ୟ ଯୋଗ ଦେଇଛନ୍ତି। ମୁଖ୍ୟତଃ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଲୋକମାନଙ୍କୁ କିପରି ବ୍ୟାଙ୍କସେବା ପୂର୍ବଭଳି ଯୋଗାଇ ଦିଆଯିବ ସେନେଇ ଗୁରୁତ୍ୱାରୋପ କରାଯାଇଛି। ଓଡ଼ିଶା ସରକାର କେରଳ ମଡେଲ ଜରିଆରେ ସମସ୍ତ ସମସ୍ୟାର ସମାଧାନ ଲାଗି ବୈଠକରେ ନିଷ୍ପତ୍ତି ନେଇଛନ୍ତି।
କେରଳରେ ବାତ୍ୟା ହେବାପରେ ଆର୍‌ବିଆଇ ପକ୍ଷରୁ ଏକ ମାଷ୍ଟର ସର୍କୁଲାର ଜାରି କରାଯାଇଥିଲା। ଉକ୍ତ ସର୍କୁଲାର ଅନୁଯାୟୀ କେରଳର ବ୍ୟାଙ୍କଗୁଡ଼ିକ ପକ୍ଷରୁ ପୁରୁଣା ଋଣର ପୁନର୍ଗଠନ କରାଯାଇଥିଲା। ସେଠାକାର ସ୍ବୟଂ ସହାୟିକା ଗୋଷ୍ଠୀକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିଲା। ଏହାସହ ଋଣ ଦିଆଯିବା ପରେ ବର୍ଷେ ପର୍ଯ୍ୟନ୍ତ ଲୋକଙ୍କୁ ଋଣ ଛାଡ କରାଯାଇଥିଲା। ଏ ନେଇ ଗତ ୧୦ରେ ଆର୍‌ବିଆଇ ଡେପୁଟି ଗଭର୍ନରଙ୍କ ଉପସ୍ଥିତିରେ ଆୟୋଜିତ ଏସ୍‌ବିସି ବୈଠକରେ ଆଲୋଚନା ହୋଇଥିଲା। ସେତେବେଳେ ଆର୍‌ବିଆଇ ଡେପୁଟି ଗଭର୍ନର ଏ ନେଇ ଏକ ଟାସ୍କଫୋର୍ସ ମିଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ବସିଥିବା ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ସେହି ଅନୁଯାୟୀରେ ରାଜ୍ୟ ସରକାର କେରଳ ମଡେଲ ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ବ୍ୟାଙ୍କଗୁଡ଼ିକ କୃଷିଭିତ୍ତିକ ଋଣ, ଶିଳ୍ପୋଦ୍ୟୋଗୀ, ଗୃହ ନିର୍ମାଣ ଏବଂ ଶିକ୍ଷାକ୍ଷେତ୍ର ପାଇଁ ନୂଆ ଋଣର ପୁନର୍ଗଠନ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ବୈଠକ ପରେ କେନ୍ଦ୍ର ଅତିରିକ୍ତ ସଚିବ ପଣ୍ଡା କହିଛନ୍ତି, ବାତ୍ୟା ପରଦିନଠାରୁ ସମୀକ୍ଷା ଚାଲିଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେପରି ତତ୍କାଳ ସୁବିଧା ଲୋକଙ୍କୁ ମିଳିବ ସେନେଇ ପ୍ରଥମ ଦିନରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିଦ୍ୟୁତ୍‌ ଓ ଯୋଗାଯୋଗ ସେବାରେ ବାଧା ଯୋଗୁ ଏହା ପ୍ରଥମେ ସମ୍ଭବ ହୋଇପାରି ନ ଥିଲା। ଯେଉଁ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିଛି ସେଠାରେ ବ୍ୟାଙ୍କ ସେବା ସ୍ବାଭାବିକ ହୋଇଛି। ଇଣ୍ଟରନେଟ୍‌ ବ୍ୟବସ୍ଥା ନ ଥିବା ସ୍ଥାନରେ ପାସ୍‌ ବୁକ୍‌ ଜରିଆରେ ଲୋକେ ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରୁଛନ୍ତି। ରାଜ୍ୟର ବାତ୍ୟା ପ୍ରଭାବିତ ୬ଜିଲାରେ ୧୯୯୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି କାର୍ଯ୍ୟକ୍ଷମ ହୋଇଛି। ୨୯୨୧ ଏଟିଏମ୍‌ ମଧ୍ୟରୁ ୨ହଜାରରୁ ଅଧିକ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି। ପୁରୀ, କଟକ ଓ ଖୋର୍ଦ୍ଧା ଅଞ୍ଚଳର କିଛି ଏଟିଏମ୍‌ କାର୍ଯ୍ୟ କରିନାହିଁ। ସପ୍ତାହେ ମଧ୍ୟରେ ସେସବୁ କାର୍ଯ୍ୟକ୍ଷମ ହୋଇଯିବ। ବୀମା କମ୍ପାନୀଗୁଡିକ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ଅର୍ଥ ସଚିବ ମୀନା କହିଛନ୍ତି, ପୁରୀରେ ବର୍ତ୍ତମାନ ୨୭ରୁ ୨୮ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି। ଅପରପକ୍ଷରେ ପ୍ରଭାବିତ ଅଞ୍ଚଳରେ ସହଜ ଆବେଦନ ପତ୍ର ଜରିଆରେ ଲୋକେ ଇନ୍ସ୍ୟୁରାନ୍ସ ଆବେଦନ କରିପାରିବେ। କମ୍‌ ସୁଧରେ ଋଣ ମଧ୍ୟ ଯୋଗାଇ ଦିଆଯିବ। ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀମାନଙ୍କୁ ଋଣ ଦିଆଯିବାକୁ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri