ବ୍ୟାଙ୍କରୁ ଟଙ୍କା ଲୁଟ୍‌ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍‌ ମାମଲାର ରାୟ ସୋମବାର ପ୍ରକାଶ ପାଇଛି।
ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋଗରପଶି ଗ୍ରାମର ମାନସ କୁମାର ଷେଣ୍ଢ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୩୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ ଭୋଇ ଏବଂ ପ୍ରମିଳା ମହାପାତ୍ର ମାମଲା ପରିଚାଳନା କରିଥିଲେ। ଅନ୍ୟପଟେ ଫେରାର ଥିବା ଅନ୍ୟ ୪ଜଣଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଏପ୍ରିଲ ୧୩ ଅପରାହ୍ନ ୧୨ଟାରେ ୪ଜଣ ବନ୍ଧୁକଧାରୀ ବ୍ୟାଙ୍କରେ ପଶି ଆତଙ୍କ ସୃଷ୍ଟି କରିଥିଲେ। ଲୁହାରଡ୍‌ରେ ସିସିଟିଭି କ୍ୟାମେରା ଭାଙ୍ଗି ନଗଦ ୪ଲକ୍ଷ ୮୮ ହଜାର ଟଙ୍କା, କର୍ମଚାରୀଙ୍କ ମୋବାଇଲ ଫୋନ, କମ୍ପ୍ୟୁଟର, ସିପିୟୁ ଏବଂ ମନିଟର ନେଇଯାଇଥିଲେ। ଏ ନେଇ ବ୍ୟାଙ୍କ ମ୍ୟାନେଜର ଶକ୍ତିଶଙ୍କର ବେହେରାଙ୍କ ଅଭିଯୋଗକ୍ରମେ ସଦର ଥାନାରେ ନଂ. ୧୩୦/୧୭, ଦଫା ୩୯୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ୬ଜଣଙ୍କୁ ଅଟକ ରଖିଥିଲା। ଟିଆଇ ପରେଡ୍‌ରେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଥିଲା। ତାଙ୍କ ମାମଲା ଜୁଭେନାଇଲ କୋର୍ଟରେ ବିଚାରାଧୀନ ରହିଛି। ଫେରାର ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ପ୍ରକାଶ ବେହେରା ଓରଫ୍‌ ଚିକୁ, ବାଜିଚୌକର ଶିବରାମ ରାଉତ ଓରଫ୍‌ ଶିବୁ, ଦୋଳମଣ୍ଡପ ସାହିର ସୌମ୍ୟରଞ୍ଜନ ମାଟି ଓରଫ୍‌ ଚିମ୍ପୁ, ସିମିଳିଆ ଅଞ୍ଚଳର ସୁଜିତ କୁମାର ରାଉତ ଓରଫ୍‌ ଲିପୁ କୋର୍ଟରେ ଅନୁପସ୍ଥିତ ଥିଲେ। ତେଣୁ ସେମାନଙ୍କ ଦଣ୍ଡବିଧାନର ଶୁଣାଣି କରା ନ ଯାଇ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri