Posted inଜାତୀୟ

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ ଏଠାକୁ ଆସେନାହିଁ, ଏହି ସ୍ଥାନ ମୋତେ ଆପେ ଆପେ ଟାଣି ନେଇ ଆସେ। ମୁଁ ଏଠାକୁ ଜନସାଧାରଣଙ୍କଠାରୁ ଆଶୀର୍ବାଦ ନେବାକୁ ଓ ପ୍ରଣାମ କରିବାକୁ ଆସିଛି। ଏଠାକୁ ଆସିଲେ ସକାରାତ୍ମକ ଭାବନା ଜାଗୃତ ହୋଇଥାଏ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇ କହିଛନ୍ତି, ମୋତେ ଯାହା ବି କହିବାର ଅଛି କୁହ, ବ୍ୟାଙ୍କକ-ଥାଇଲାଣ୍ଡରୁ ଗାଳି ବି ଇମ୍ପୋର୍ଟ କର। କିନ୍ତୁ ରାଷ୍ଟ୍ରହିତ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ବିରୋଧ କର ନାହିଁ ଏବଂ ଦେଶ ପିଠିରେ ଛୁରା ମାଡ଼ କରନାହିଁ ବୋଲି ସେ କହିଛନ୍ତି। ସମଗ୍ର ଦେଶ ଆଜି ଜମ୍ମୁ-କଶ୍ମୀର ଓ ଲଦାଖ ସହ ଠିଆ ହୋଇଛି। କିନ୍ତୁ କଂଗ୍ରେସର କିଛି ନେତା ଦେଶ ଓ ବିଶ୍ୱରେ ଏହି ନିଷ୍ପତ୍ତିକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଭାଙ୍ଗିଲା ରିଙ୍ଗ ରୋଡ଼ : ୨୦ ଫୁଟ୍‌ ଘାଇ କରି ପଶିଲା ପାଣି, ୫୦ରୁ ଅଧିକ ପରିବାର ସ୍ଥାନାନ୍ତର

ବଞ୍ଚୋ,୨୯।୭ (ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ ସାହୁ ): ଲଗାଣ ବର୍ଷା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପରେ ଆଜି ଭୋର ପ୍ରାୟ ୪ଟାରୁ ଆନନ୍ଦପୁର ସହରରେ ବନ୍ୟା…

କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି…

ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ, ଧମକ ଦେଇ ବିବାହିତା ମହିଳାଙ୍କୁ…

ଦେବଗଡ, ୨୯।୭ (ଶଶାଙ୍କ ଶେଖର ଝାଙ୍କର): ବିଭିନ୍ନ ଧମକ ଚମକ ଦେଇ ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦେବଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ…

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri