Posted inଫୁରସତ

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ। ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁର ତାଙ୍କ ଉଦ୍ଦେଶ୍ୟରେ ଏକଥା କହିଥିଲେ ଯେ, ଅମିଶ୍‌ ହେଉଛନ୍ତି ଭାରତୀୟ ଯୁବ ସାହିତ୍ୟର ପ୍ରଥମ ସୁପରଷ୍ଟାର। ସେ ଜଣେ ସ୍ତମ୍ଭକାର ଏବଂ ଲେଖକ। ‘ଶିବା ଟ୍ରାୟୋଲୋଜି’ ଲେଖିବା ପରେ ଭାରତୀୟ ସାହିତ୍ୟରେ ନୂତନ ଜାଗରଣର ସୂତ୍ରପାତ ହୋଇଥିଲା। ଏହି ଟ୍ରାୟୋଲୋଜିରେ ଥିଲା ତିନୋଟି ପୁସ୍ତକ : ଇମୋର୍ଟାଲ୍ସ ଅଫ୍‌ ମେଲୁହା, ଦି ସିକ୍ରେଟ୍‌ ଅଫ୍‌ ନାଗାଜ୍‌ ଏବଂ ଦି ଓଥ ଅଫ୍‌ ବାୟୁପୁତ୍ରସ୍‌। ପୁସ୍ତକଗୁଡ଼ିକ ମୁଖ୍ୟତଃ ପୌରାଣିକ ଆଖ୍ୟାନ ଉପରେ ଆଧାରିତ। ତେବେ ତାହାକୁ ସମ୍ପୂର୍ଣ୍ଣ ପୁରାଣ ବୋଲି କୁହାଯାଇପାରିବ ନାହିଁ। କାରଣ ପୌରାଣିକ ଚରିତ୍ର ସବୁକୁ ଅମିଶ୍‌ ଆଧୁନିକତାର ଢାଞ୍ଚାରେ ତାଙ୍କର ପାଠକମାନଙ୍କ ନିକଟରେ ପରଷି ଦେଇଛନ୍ତି। ସେହିପରି ତାଙ୍କର ଆଉ ଏକ ସିରିଜ ହେଉଛି ରାମଚନ୍ଦ୍ର ସିରିଜ। ଏଥିରେ ରହିଛି ରାମ୍‌ :
ସାୟନ୍‌ ଅଫ୍‌ ଇକ୍ଷାକୁ, ସୀତା : ଓ୍ବାରିଅର ଅଫ୍‌ ମିଥିଲା ଏବଂ ରାବଣ : ଏନ୍‌ମି ଅଫ୍‌ ଆର୍ଯ୍ୟବ୍ରତ। ତଥ୍ୟ ଅନୁଯାୟୀ ‘ଶିବା ଟ୍ରାୟୋଲୋଜି’ ହେଉଛି ଭାରତୀୟ ପୁସ୍ତକ ପ୍ରକାଶନୀ ଇତିହାସରେ ସବୁଠ ଦ୍ରୁତବେଗରେ ବିକ୍ରି ହୋଇଥିବା ପୁସ୍ତକ। ୨୦୧୭ରେ ଅମିଶ୍‌ ତାଙ୍କର ପ୍ରଥମ ନନ୍‌ ଫିକ୍ସନ ପୁସ୍ତକ ପ୍ରକାଶ କରିଥିଲେ। ସେହି ପୁସ୍ତକର ନାମ ଥିଲା ‘ଇମୋର୍ଟାଲ ଇଣ୍ଡିଆ’। ଅମିଶ୍‌ଙ୍କ ସମ୍ପର୍କରେ ଏକଥା କୁହାଯାଏ ଯେ, ଭକ୍ତି, ଦର୍ଶନ, ବୈଜ୍ଞାନିକ ଦୃଷ୍ଟିକୋଣ, ସାମାଜିକତା ଓ ଆଧୁନିକ ଦୃଷ୍ଟିଭଙ୍ଗୀର ସେ ହେଉଛନ୍ତି ଏକ ମିଳିତ ପ୍ରତିରୂପ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସେ ହେଉଛନ୍ତି ଏକ ସେନ୍‌ସେସନ।
ସେଲିବ୍ରିଟି ଲେଖକ : ବହି ବିକ୍ରି ହୁଏନି। ବହି କିଣି କେହି ପଢ଼ନ୍ତିନି। ଏଭଳି ପ୍ରସଙ୍ଗ ଯେତେବେଳେ ଭାରତର ସାହିତ୍ୟ ସ୍ରଷ୍ଟାମାନଙ୍କୁ ବିଚଳିତ କରିଦେଇଥିଲା ସେତେବେଳେ ଅମିଶ୍‌ ହିଁ ସେମାନଙ୍କୁ ବତେଇଥିଲେ ସମାଧାନର ରାସ୍ତା। ଅମିଶ୍‌ଙ୍କର ୭ଗୋଟି ବହି ସମଗ୍ର ଭାରତରେ ପାଞ୍ଚ ମିଲିଅନରୁ ଅଧିକ ବିକ୍ରି ହୋଇଥିଲା। ଏବେ ମଧ୍ୟ ସେହି ଧାରା ଜାରି ରହିଛି। ଫୋବର୍‌ସ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଭାରତର ଶହେ ସେଲିବ୍ରିଟିଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ। ଉଲ୍ଲେଖନୀୟ ବିଷୟ ହେଉଛି ଏହା ଯେ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେହି ତାଲିକାରେ ଗୋଟିଏ ନାମ କ୍ରମାଗତ ଭାବରେ ରହିଆସୁଥିଲା। ଆଉ ସେହି ନାମଟି ହେଉଛି ଅମିଶ୍‌ଙ୍କର। ଫୋବର୍‌ସ ଇଣ୍ଡିଆ ପକ୍ଷରୁ ତାଙ୍କୁ ଜଣେ ସେଲିବ୍ରିଟି ଲେଖକର ଆଖ୍ୟା ଦିଆଯାଇଥିଲା। ୨୦୧୯ରେ ଇଣ୍ଡିଆ ଟୁଡେ ମାଗାଜିନ୍‌ ୫୦ଜଣ ସବୁଠୁ ପ୍ରଭାବଶାଳୀ ଭାରତୀୟଙ୍କୁ ନେଇ ଯେଉଁ ତାଲିକା ପ୍ରସ୍ତୁତ କରିଥିଲା ସେଥିରେ ମଧ୍ୟ ରହିଥିଲେ ଅମିଶ୍‌। ବିବିସି ପକ୍ଷରୁ ଅମିଶ୍‌ଙ୍କ ରଚନାବଳୀକୁ ପ୍ରଶଂସନୀୟ ବୋଲି କୁହାଯାଇଥିଲା।
ବ୍ୟକ୍ତିଗତ ଜୀବନ : ୧୯୭୪ ମସିହା ଅକ୍ଟୋବର ୧୮ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଅମିଶ୍‌। ମୁମ୍ବାଇରେ ସିନା ଜନ୍ମ ହୋଇଥିଲେ, ହେଲେ ସେ ବଢ଼ିଥିଲେ ଓଡ଼ିଶାରେ। ଓଡ଼ିଶାର ରାଉରକେଲାରେ ତାଙ୍କର ଶୈଶବ ଏବଂ କୈଶୋର ଅତିବାହିତ ହୋଇଥିଲା। ସେଥିଲାଗି ଓଡ଼ିଶା ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼ ଓ ଘନିଷ୍ଠ। ତାଙ୍କର ଅନେକ ରଚନାରେ ଯେଉଁ ପ୍ରାକୃତିକ ଦୃଶ୍ୟରାଜିର ବର୍ଣ୍ଣନା ଦେଖାଯାଏ ତାହା ସେ ଓଡ଼ିଶାରୁ ପ୍ରଭାବିତ ହୋଇଥିବା ମଧ୍ୟ ଅନେକ ସ୍ଥାନରେ ପ୍ରକାଶ କରିଛନ୍ତି। ଓଡ଼ିଶା ମାଟିର ବାସ୍ନା ତଥା ଏଠାକାର ପାଣିପାଗ ତାଙ୍କର ଅତି ପ୍ରିୟ ବୋଲି ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ। ଅମିଶ୍‌ କୋଲକାତାର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ବିଭିନ୍ନ ବ୍ୟାଙ୍କ ତଥା ଆର୍ଥିକ ଉଦ୍ୟୋଗରେ ସେ ୧୪ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ତାଙ୍କ ଭିତରେ ଥିବା ଏକ ସର୍ଜନଶୀଳ ସ୍ରଷ୍ଟା ତାଙ୍କୁ ସବୁବେଳେ ଅତିଷ୍ଠ କରୁଥିଲା। ସେ ଥରକୁ ଥର ଗୋଟିଏ ପରେ ଗୋଟିଏ କମ୍ପାନୀ ବଦଳାଉଥିଲେ ମଧ୍ୟ ଶାନ୍ତି ପାଇପାରୁ ନ ଥିଲେ। ଶେଷକୁ ନିଷ୍ପତ୍ତି ନେଲେ ସେ ଚାକିରି ଛାଡ଼ିଦେବେ। ଆଉ ଜଣେ ଲେଖକ ଭାବରେ ଏକ ନୂତନ ପରିଚୟ ଆରମ୍ଭ କରିବେ।
ପାରିବାରିକ ପ୍ରଭାବ : ପ୍ରଥମରୁ କୁହାଯାଇଛି ଯେ, ମୁଖ୍ୟତଃ ପୌରାଣିକ ଚରିତ୍ରକୁ ଆଧାରକରି ରଚିତ ହୋଇଛି ଅମିଶ୍‌ ତ୍ରିପାଠୀଙ୍କ ପୁସ୍ତକ। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଜଣେ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ର ଆଧୁନିକ ଚରିତ୍ର ସବୁକୁ ଛାଡ଼ି ପୌରାଣିକ ଚରିତ୍ରମାନଙ୍କୁ ନେଲେ କ’ଣ ପାଇଁ? ଏହାର ମୂଳରେ ରହିଛି ତାଙ୍କର ପାରିବାରିକ ସଂସ୍କୃତି ଓ ପରମ୍ପରା। ଅମିଶ୍‌ଙ୍କ ବାପା ମାଆ ଧାର୍ମିକ ଶ୍ରେଣୀର ବ୍ୟକ୍ତି ଥିଲେ। ଘରେ ଏକ ପୁରାଣ ପାଠର ମାହୋଲ ରହିଥିଲା। ସେତିକି ନୁହେଁ, ଅମିଶ୍‌ଙ୍କ ଜେଜେବାପା ଥିଲେ ଜଣେ ସଂସ୍କୃତ ପଣ୍ଡିତ। ଏଥିସହ ସେ ଥିଲେ ଜଣେ ବନାରସୀ ପଣ୍ଡିତ। ଅମିଶ୍‌ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ତାଙ୍କ ଉପରେ ତାଙ୍କ ଜେଜେବାପାଙ୍କ ପ୍ରଭାବ ପିଲାଟି ବେଳୁ ପଡ଼ିଥିଲା। ଏଥିସହ ସେ ନିଜେ ମଧ୍ୟ ଜଣେ ଶିବ ଉପାସକ। ପିଲାଟି ବେଳରୁ ଏଭଳି ସାଂସ୍କୃତିକ ପରମ୍ପରା ମଧ୍ୟରେ ବଢ଼ିଥିବା ଅମିଶ୍‌ଙ୍କ ଭିତରେ ସୃଷ୍ଟି ହୋଇଥିଲା ଧର୍ମ ଏବଂ ଦର୍ଶନକୁ ନେଇ କୌତୂହଳ ଭାବ। ଆଉ ତାହା ହିଁ ଶେଷରେ ତାଙ୍କୁ ଜଣେ ସଫଳ ଲେଖକର ପରିଚୟ ଆଣିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?