ବ୍ୟକ୍ତିଗତ ଜମି ଉପରେ ପ୍ରଭାବଶାଳୀଙ୍କ ଆଖି: ନ୍ୟାୟ ନ ପାଇ ନିରୀହ ଛଟପଟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ପ୍ରଭାବଶାଳୀଙ୍କ ଚାପରେ ସରକାରୀ ଓ ବେସରକାରୀ ବ୍ୟକ୍ତିଗତ ଜମି ଜବରଦଖଲ କ୍ୟାନ୍‌ସର ପରି ବ୍ୟାପି ଚାଲିଛି। ଏହାର ବଳିଷ୍ଠ ପ୍ରମାଣ ହେଉଛି, ଚଳିତବର୍ଷ ଭୁବନେଶ୍ୱର ସିନିୟର ସିଭିଲ କୋର୍ଟରେ ୨୧ଶହ ମାମଲା, ଜୁନିୟର ସିଭିଲ କୋର୍ଟରେ ୧୬୦୦ ମାମଲା ଓ ଆଡିଶନାଲ ସିଭିଲ କୋର୍ଟରେ ୧୫୦୦ ମାମଲା ଜାଗାବାଡିକୁ ନେଇ ରୁଜୁ କରାଯାଇଛି। ହାତଗଣତି ଲୋକ ନ୍ୟାୟ ପାଉଥିବା ବେଳେ ଅନେକ ଲୋକ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାରେ ପେଷି ହୋଇଯାଉଛନ୍ତି। ସେହିପରି ଅନେକ ଘଟଣାରେ ଥାନା ସ୍ତରରେ କାର୍ଯ୍ୟରତ କେତେଜଣ ଅଧିକାରୀଙ୍କ ଅବହେଳା ଓ ପାତରଅନ୍ତର ନୀତି ଯୋଗୁ କୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ଅଭିଯୋଗକାରୀଙ୍କୁ ନିରାଶ ହେବାକୁ ପଡ଼ୁଛି। ଏଭଳି ନ୍ୟାୟ ପାଇବା ଆଶାରେ ଛଟପଟ ହେଉଥିବା କେତେଜଣ ଲୋକଙ୍କ ସମସ୍ୟାକୁ ନେଇ ଏହି ଉପସ୍ଥାପନା।

ଜୋର ଯା’ର ମୁଲକ ତା’ର
ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ରହୁଥିବା ଶିବ ପ୍ରସାଦଙ୍କ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅକ୍ତିଆର କରିବାକୁ ଚାହୁଁଛନ୍ତି। ଶିବ ରାଜି ନ ଥିବାରୁ ତାଙ୍କୁ କିଛି ଦିନ ତଳେ କେତେଜଣ ଅସାମାଜିକ ଯୁବକ କଥାବାର୍ତ୍ତା ଆଳରେ ଡକାଇଥିଲେ। ସେ ପହଞ୍ଚତ୍ବା ପରେ ତାଙ୍କୁ ବନ୍ଧୁକ ଦେଖାଇ ମାଡ ମାରିବା ସହ ତାଙ୍କ ନିକଟରୁ ସାଦା କୋର୍ଟ ପେପରରେ ଜବରଦସ୍ତ ଦସ୍ତଖତ କରି ନେଇଥିଲେ। ଏନେଇ ଅଭିଯୋଗ କରିବା ପରେ ପୋଲିସ କେବଳ ମାମଲା ରୁଜୁ କରିଛି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଇତିମଧ୍ୟରେ ୨ ମାସ ବିତିଯାଇଥିବାବେଳେ ହାଇକୋର୍ଟରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ମଧ୍ୟ ମିଳିସାରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁ ନ ଥିବାରୁ ଶିବଙ୍କ ଜମି ଓ ଜୀବନ ପ୍ରତି ବିପଦ ରହିଛି। ତେଣୁ ରାଜଧାନୀରେ ଜୋର ଯା’ର ମୁଲକ ତା’ର ନୀତି ଚାଲିଛି ବୋଲି ସେ କ୍ଷୋଭର ସହ ଗଣମାଧ୍ୟମକୁ କହିଛନ୍ତି।

ଆମକୁ ନ୍ୟାୟ ମିଳିବନି
ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ହାଡିବନ୍ଧୁ ଓଝା ନାମକ ଜଣେ ବ୍ୟକ୍ତି ବଢେଇ କାମ କରି ପରିବାର ପୋଷଣ କରନ୍ତି। ତାଙ୍କ ପୈତୃକ ସମ୍ପତ୍ତିକୁ ଜବରଦଖଲ କରାଯାଇ ନିର୍ମାଣ କାମ କରାଯାଇଛି। ଏ ନେଇ ସେ ଥାନାରେ ଗତ ନଭେମ୍ବର ୧୪ରେ ଅଭିଯୋଗ କରିବା ପରେ ପୋଲିସ କୋର୍ଟ ନୋଟିସ ନ ହେଲେ କାମ ବନ୍ଦ କରି ହେବ ନାହିଁ କହି ବିଦା କରିଦେଲା। ବହୁ ପରିଶ୍ରମ କରି କୋର୍ଟରୁ କାମ ବନ୍ଦ କରିବା ନେଇ ଅର୍ଡର ଆଣିବା ପରେ ପୋଲିସ ଦିନ ଗଡ଼ାଇ ଚାଲିଲା। ୩ ଥର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଫଳରେ ଜବରଦଖଲକାରୀ ଏହାର ଫାଇଦା ଉଠାଇ ଓଝାଙ୍କ ଘର ବାରଣ୍ଡା ଭାଙ୍ଗି ପାଚେରି ବୁଲାଇଛନ୍ତି। ଏ ନେଇ ଓଝା ଅତିରିକ୍ତ ଡିସିପି ଗଦାଧର ପ୍ରଧାନୀଙ୍କ ନିକଟରେ ବୁଧବାର ଅଭିଯୋଗ କରିବା ପରେ ଆରମ୍ଭରୁ କାହିଁକି ଜଣାଇଲ ନାହିଁ ବୋଲି ସେ କହିଥିଲେ। ଏହାପରେ ତହସିଲଦାରଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେବା ସହ ଥାନା ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆମ ଭଳି ଖିଟିଖିଆଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ଓଝା କ୍ଷୋଭର ସହ କହିଛନ୍ତି। ଅନ୍ୟପକ୍ଷରେ ଶନିବାର ତାଙ୍କ ନିକଟକୁ ମୋ ସରକାର ପକ୍ଷରୁ ଫୋନ କଲ ଆସିଥିଲା। ପୋଲିସ ବ୍ୟବହାର ଏବଂ କାର୍ଯ୍ୟାନୁଷ୍ଠାନ ନେଇ ମତାମତ ଜଣାଇଛନ୍ତି। ମୋ ସରକାର ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି ତାହାକୁ ସେ ଅପେକ୍ଷା କରିଥିବା କହିଛନ୍ତି।

ଜଗନ୍ନାଥ ଭରସା
ବାଳକାଟୀ ଅଞ୍ଚଳରେ ବୃଦ୍ଧ ନନ୍ଦ ରାଉତ ଚାଷବାସ କରି ପରିବାର ଚଳାନ୍ତି। ତାଙ୍କ ନିଜସ୍ବ ଜମି ଉପରେ ଇନ୍ଦିରା ଆବାସ ତିଆରି କରୁଥିବା ବେଳେ ଅପରପକ୍ଷ ଏହାକୁ କରିବାକୁ ଦେଉନାହାନ୍ତି। ଏ ନେଇ କୋର୍ଟରେ ୪ ଥର ବୃଦ୍ଧଙ୍କ ସପକ୍ଷରେ ରାୟ ମିଳିବା ପରେ ମଧ୍ୟ ସେ ଘର କରିପାରୁନାହାନ୍ତି। ସେ ଘର କରିବାକୁ ଗଲେ ତାଙ୍କୁ ଆକ୍ରମଣ କରାଯାଉଛି। ଏପରି କି ପିସିଆର ଭ୍ୟାନ କର୍ମଚାରୀ ମଧ୍ୟ କାମ ନ କରିବାକୁ ତାଙ୍କ ଉପରେ ଚାପ ପକାଉଛନ୍ତି। ଏ ନେଇ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ନନ୍ଦ ଗତ ବୁଧବାର ଅତିରିକ୍ତ ଡିସିପି ଗଦାଧର ପ୍ରଧାନୀଙ୍କ ଦ୍ୱାରସ୍ଥ ହୋଇଥିଲେ। ନନ୍ଦ ଘର କାମ କରିବା ବେଳେ ତାଙ୍କୁ ସୁରକ୍ଷା ଦେବାକୁ ପ୍ରଧାନୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରବିବାର କାମ କରୁଥିବା ବେଳେ ପୁଣି ଅପରପକ୍ଷ ବିରୋଧ କରିବା ଆରମ୍ଭ କଲେ। କିଛି ସମୟ ପରେ ପିସିଆର ଭ୍ୟାନ ପହଞ୍ଚତ୍ ନନ୍ଦ ଓ ସେମାନଙ୍କ ପରିବାର ଲୋକଙ୍କୁ ବାଲିଅନ୍ତା ଥାନାକୁ ନେଇଥିଲା। କିନ୍ତୁ ଥାନା ପୂର୍ବରୁ ଆଉ କାମ ନାହିଁ କହି ସେମାନଙ୍କୁ ବାଟରେ ଛାଡ଼ିଦିଆଯାଇଥିଲା। ନନ୍ଦ ନିର୍ମାଣସ୍ଥଳକୁ ଫେରିଲା ବେଳକୁ ଅଧା ତିଆରି ତାଜା ଏବଂ ଅନ୍ୟାନ୍ୟ କାମ ଭଙ୍ଗାଭଙ୍ଗି ହୋଇ ପଡ଼ିଥିଲା। ନନ୍ଦ ନିରାଶ ହୋଇ କେବଳ ଜଗନ୍ନାଥ ଭରସା ବୋଲି କହିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri