ରାଜାଙ୍କ ରୋଗ ଓ ରୋଗଙ୍କ ରାଜା

ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ ଆଙ୍ଗୁଠି ଅଗରେ ଗଣି
ଦେଇହେବ। ଏହି କାରଣରୁ ରୋଗର
ଠିକ୍‌ ଚିକିତ୍ସା ସମ୍ଭବ ହୋଇପାରୁନି।
ତେଣୁ ୟୁରିକ୍‌ ଏସିଡ୍‌ର ଅତ୍ୟାଚାରରୁ
ତ୍ରାହିପାଇବା ପାଇଁ ସଚେତନତାକୁ ହିଁ ଅସ୍ତ୍ରରୂପେ
ବ୍ୟବହାର କରିବା ଏକମାତ୍ର ପନ୍ଥା…

ରାଜାଙ୍କ ରୋଗ ଓ ରୋଗଙ୍କ ରାଜା ?- ସତରେ କ’ଣ ଏମିତି ଏକ ରୋଗ ଅଛି ? ହଁ, ଅଛି। ‘ ଗାଉଟ୍‌’ ନାମକ ରୋଗକୁ ମିିଳିଛି ଏପରି ଏକ ଅସୂୟାସୂଚକ ସମ୍ମାନ ା ହେଲେ କାହିଁକି ଏପରି କଟୂକ୍ତି ? କ’ଣ ଏହି ରୋଗଟିର ନାଡ଼ି ନକ୍ଷତ୍ର ?
‘ଗାଉଟ୍‌’ ଶବ୍ଦଟି ‘ଗଟ୍ଟା’ ନାମକ ଲାଟିନ ଶବ୍ଦରୁ ଆସିଅଛି। ‘ଗଟ୍ଟା’ର ଅର୍ଥ ‘ବୁନ୍ଦା’। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଏକ ବିଷାକ୍ତ ଉପାଦାନ ବୁନ୍ଦା ବୁନ୍ଦା ହୋଇ ଗଣ୍ଠିଗୁଡ଼ିକ ଭିତରେ ପଡ଼ିଲେ ଗାଉଟ ରୋଗ ଜାତ ହୁଏ।
ଥୋମାସ ସିଡେନହାମ ଥିଲେ ଜଣେ ଇଂରେଜ ଡାକ୍ତର । ଜୀବନ ସାରା ସେ ଗାଉଟ୍‌ ରୋଗ ଭୋଗିଚାଲିଥିଲେ। ନିଜ ଅଭିଜ୍ଞତାରୁ ସେ ଏହି ରୋଗଟି ସମ୍ପର୍କରେ ବିସ୍ତୃତ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି। ତେଣୁ ତାଙ୍କୁ ‘ଗାଉଟ୍‌ର ସେକ୍ସପିୟର’ ଭାବେ ଅଭିହିତ କରାଯାଏ। ସେ ଉଲ୍ଲେଖ କରିଛନ୍ତି – ‘ ଯେଉଁ ବୟସ୍କ ବ୍ୟକ୍ତିମାନେ ଖୁବ୍‌ ଆରାମରେ ଜୀବନଯାପନ କରିଥାନ୍ତି, ଯେଉଁମାନେ ବିଳାସ ପରାୟଣ ଓ ଇନ୍ଦ୍ରିୟାସକ୍ତ, ଅଭ୍ୟାସାସକ୍ତ ମଦ୍ୟପ ଏବଂ ନିୟମିତ ଖାଇଥାନ୍ତି ବେଶି ପରିମାଣର ମାଛ, ମାଂସ, ଅଣ୍ଡା ଆଦି ଆମିଷ ଜାତୀୟ ଖାଦ୍ୟ, ସେହିଭଳି ବ୍ୟକ୍ତିମାନେ ଗାଉଟ୍‌ର ଆକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏବଂ ଏହି ରୋଗରେ ଅସାଧାରଣ ଭାବେ ତୀବ୍ର ଯନ୍ତ୍ରଣା ହେଉଥିବାରୁ ଗାଉଟ୍‌କୁ ରାଜାମାନଙ୍କ ରୋଗ ଓ ରୋଗମାନଙ୍କ ରାଜା ବୋଲି କହିବା ଯଥାର୍ଥ। ‘ମହାନ୍‌ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର, ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇ, ବୈଜ୍ଞାନିକ ଆଇଜାକ୍‌ ନିଉଟନ୍‌ ରକ୍ତ ସଞ୍ଚାଳନର ଆବିଷ୍କର୍ତ୍ତା ଉଇଲିୟମ୍‌ ହାଲେ, ଆମେରିକୀୟ ରାଜନୀତିଜ୍ଞ ତଥା ବୈଜ୍ଞାନିକ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌, ଖ୍ରୀଷ୍ଟିୟାନ ଧର୍ମଗୁରୁ ମାର୍ଟିନ ଲୁଥର, ବିଖ୍ୟାତ ଇଂରେଜ କବି ଓ ପ୍ରାବନ୍ଧିକ ଜନ୍‌ ମିଲ୍‌ଟନ ପ୍ରମୁଖ ଗାଉଟ ରୋଗୀ ଥିଲେ ବୋଲି ପ୍ରକାଶ।
ରୋଗ ହୁଏ କାହିଁକି
ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ ଆଙ୍ଗୁଠି ଅଗରେ ଗଣି ଦେଇହେବ। ଏହି କାରଣରୁ ରୋଗର ଠିକ୍‌ ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ତେଣୁ ୟୁରିକ୍‌ ଏସିଡ୍‌ର ଅତ୍ୟାଚାରରୁ ତ୍ରାହି ପାଇବା ପାଇଁ ସଚେତନତାକୁ ହିଁ ଅସ୍ତ୍ରରୂପେ ବ୍ୟବହାର କରିବା ଏକମାତ୍ର ପନ୍ଥା।
ହେଲେ ୟୁରିକ୍‌ ଏସିଡ୍‌ ଆସେ କେଉଁଠୁ। ଶରୀରର କୋଷଗୁଡ଼ିକ ଭିତରେ ଥାଏ ଡିଏନ୍‌ଏ ଓ ଆର୍‌ଏନ୍‌ଏ ଅଣୁ। ଫ୍ୟୁରିନ୍‌ ହେଉଛି ଡିଏନ୍‌ଏ ଓ ଆର୍‌ଏନ୍‌ଏ ଅଣୁର ଅନ୍ୟତମ ଉପାଦାନ। ଏହି ଉପାଦାନ ଭାଙ୍ଗିଗଲେ ୟୁରିକ୍‌ ଏସିଡ୍‌ ଜାତ ହୁଏ। ପୁଣି ପ୍ୟୁରିନ୍‌ ରହିଥିବା ଖାଦ୍ୟ ଖାଇଲେ ମଧ୍ୟ ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଯାଏ। ରକ୍ତରେ ରହିବା ସହ ଏହା ପରିସ୍ରାରେ ନିଷ୍କାସିତ ହୋଇଥାଏ ମଧ୍ୟ।
ସୁସ୍ଥ ବୟସ୍କ ବ୍ୟକ୍ତିର ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ୧୦୦ ମିଲି ଲିଟର ସିରମ ପ୍ରତି ୩ରୁ ୭ ମିଲିଗ୍ରାମ୍‌। ପରିସ୍ରାରେ ଦୈନିକ ୩୦୦ରୁ ୭୦୦ ମିଲିଗ୍ରାମ ୟୁରିକ୍‌ ଏସିଡ୍‌ ନିଷ୍କାସିତ ହୋଇଥାଏ। ସେହିପରି ବୃକ୍‌କ ସନ୍ତୋଷଜନକ ଭାବରେ କାମ କରି ନ ପାରିଲେ ୟୁରିକ୍‌ ଏସିଡ୍‌ର ନିଷ୍କାସନ ବାଧ୍ୟାପ୍ରାପ୍ତ ହୋଇ ଏହା ରକ୍ତରେ ଜମିଯିବା ସ୍ବାଭାବିକ। ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧିକୁ କୁହାଯାଏ ‘ହାଇପର ୟୁରିସିମିଆ ’ଓ ଏହାର ପରିଣାମରେ ପ୍ରକାଶ ପାଏ ଗାଉଟ୍‌।
ରୋଗର ଲକ୍ଷଣ: ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଗଲେ ତାହା ସୋଡିୟମ ୟୁରେଟ୍‌ ଭାବରେ ଗଣ୍ଠି ନିକଟସ୍ଥ ତନ୍ତୁରେ ଜମିରହେ। ଜମିଥାଏ ଗଣ୍ଠିଗୁଡ଼ିିକ ପାଖରେ ଥିବା ଟେଣ୍ଡନ ଓ କାଟିଲେଜ୍‌(ଉପାସ୍ଥି ବା କୋମଳାସ୍ଥି)ରେ। ୟୁରେଟ୍‌ ନେଇଥାଏ ଛୁଞ୍ଚି ସଦୃଶ ସ୍ଫଟିକାର ଆକାର। ବେଶି ଆକ୍ରାନ୍ତ ହୋଇଥାଏ ଆଣ୍ଠୁ, ବଳାଗଣ୍ଠି, କହୁଣି ପାଖର ଗଣ୍ଠି, ମଣିବନ୍ଧ ବା କବ୍‌ଜି ଗଣ୍ଠି ଓ ହାତ ଏବଂ ପାଦର ଆଙ୍ଗୁଠି ଗଣ୍ଠି। ଏକାଧିକ ଗଣ୍ଠି ଆକ୍ରାନ୍ତ ହେବା ଆଦୌ ଅସାଧାରଣ ନୁହେଁ। ତେବେ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଆକ୍ରାନ୍ତ ହେବା ଅତି ସାଧାରଣ। ଆକ୍ରାନ୍ତ ଗଣ୍ଠି ଲାଲ୍‌ ପଡି ଫୁଲିଯାଏ ଓ ଏହା ଉଷୁମ ଲାଗେ। ଜାତ ହୁଏ ଅସହ୍ୟ ଯନ୍ତ୍ରଣା। ଗଣ୍ଠି ଏତେ ବେଶି ଦରଜ ହୋଇପଡ଼େ ଯେ ରୋଗୀ ସେହି ଗଣ୍ଠିରେ ହାତ ଛୁଅଁାଇ ଦିଏନି। ଏପରି କି ଗଣ୍ଠି ଉପରେ ରୁମାଲଟିଏ ଥୋଇଲେ ବି ତାହା ରୋଗୀ ପାଇଁ ବ୍ୟାଥାଦାୟକ ହୋଇଥାଏ। ଯନ୍ତ୍ରଣା ପ୍ରାୟତଃ ରାତିରେ ଆରମ୍ଭ ହୋଇଥାଏ ଓ ରୋଗୀ ହଠାତ୍‌ ନିଦରୁ ଉଠିପଡ଼ି ଯନ୍ତ୍ରଣାରେ ଛଟପଟ ହେବାରେ ଲାଗେ। ରୋଗ ବହୁଦିନର ହୋଇଗଲେ ଗଣ୍ଠି ପାଖରେ ଚମ ତଳେ ୟୁରେଟ୍‌ ସ୍ପଟିକ ଗୋଟାଳି ଭଳି ଜମିଯାଏ। ଏଭଳି ଗୋଟାଳିଆ ଅଂଶକୁ କୁହାଯାଏ ଟୋଫଇ। ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦ୍‌ରୋଗ, ରକ୍ତରେ କୋଲଷ୍ଟରଲ୍‌ର ମାତ୍ରା ବୃଦ୍ଧି ଓ ପୃଥୁଳତା ଭଳି ସମସ୍ୟା ଥିଲେ ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିପାରେ। ଇଭରେଟ ଜମିବା ଫଳରେ ବୃକ୍‌କ ବା କିଡ୍‌ନୀ ଆକ୍ରାନ୍ତ ହୋଇପଡିବା ମଧ୍ୟ ଆଶଙ୍କା ରହିଛି। ଏଭଳି କ୍ଷେତ୍ରରେ ୟୁରେଟ୍‌ ଜମି ଜାତ କରିପାରେ ୟୁରେଟ୍‌ ପଥୁରି ରୋଗ ବା ୟୁରେଟ୍‌ ଷ୍ଟୋନ୍‌।
ରୋଗ ଚିହ୍ନଟ : ଗାଉଟ୍‌ ହୋଇଥାଇପାରେ ବୋଲି ସନ୍ଦେହ ହେଲେ ଡାକ୍ତରମାନେ ମୁଖ୍ୟତଃ ସିରମ୍‌ ୟୁରିକ୍‌ ଏସିଡ୍‌ର ମାତ୍ରା ପରୀକ୍ଷା କରେଇବା ପାଇଁ ପରାମର୍ଶ ଦେଇଥାନ୍ତି। ଗାଉଟ୍‌ ଥିଲେ ଏହି ମାତ୍ରା ବଢ଼ିଯାଇଥାଏ। ସ୍ଥଳବିଶେଷରେ ରକ୍ତର ହେମୋଗ୍ଲୋବିନ୍‌, ଡବ୍ଲ୍ୟୁବିସି, ଇଏସ୍‌ଆର୍‌, କ୍ରିଏଟିନିନ୍‌, ସୁଗାର ଓ ଲିପିଡ୍‌ ପ୍ରୋଫାଇଲ କରାଯାଇଥାଏ। ଅନେକ ସମୟରେ ଡାକ୍ତରମାନେ ଗଣ୍ଠିର ଏକ୍ସ-ରେ ଓ ଏମ୍‌ଆର୍‌ଆଇ ପରୀକ୍ଷା କରେଇପାରନ୍ତି। ଏହି ପରୀକ୍ଷାରୁ ଗୋଟାଳିଆ ‘ଟୋଫାଇ’ର ଉପସ୍ଥିତି ଜଣାପଡ଼େ।
ଚିକିତ୍ସା ବ୍ୟବସ୍ଥା : କେତେକ ନିର୍ଦ୍ଦିଷ୍ଟ ଔଷଧ ଦ୍ୱାରା ଗାଉଟ୍‌ ରୋଗର ଚିକିତ୍ସା କରାଯାଏ।

ଡା. ନିତ୍ୟାନନ୍ଦ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?