ବ୍ଲଡବ୍ୟାଙ୍କରେ ନାହିଁ ରକ୍ତ, ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ସୋନପୁର,୫।୪(ନି.ପ୍ର)-କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି । ଦେଶରେ ଗତ ୨୪ ତାରିଖ ମଧ୍ୟରାତ୍ରରୁ ଲକଡାଉନ ଘୋଷଣା ହୋଇଛି । ଜରୁରି କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ ସୁବର୍ଣ୍ଣପୁର ଜିଲାରେ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନି । ସ୍ବେଚ୍ଛାକୃତ ରକ୍ତଦାତାମାନେ ବ୍ଲଡ଼ବ୍ୟାଙ୍କକୁ ଅସିପାରୁ ନାହାଁନ୍ତି । ବ୍ଲଡ଼ବ୍ୟାଙ୍କରେ ମାତ୍ର ୩୦ୟୁନିଟ ରକ୍ତ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ଟାଉନ ଥାନା ପରିସରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଭିଡକୁ ଏଡାଇବା ପାଇଁ ରବିବାର କେବଳ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୋମବାର ପୁଣି ଶିବିର ଆୟୋଜିତ ହେବ । ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ ଶିବିରକୁ ଉଦଘାଟନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୋନପୁର ଏସଡ଼ିପିଓ ମିହିର କୁମାର ପଣ୍ଡା, ଆଇଆଇସି ଲୋକେଶ୍ୱର ସାହୁ, ଏସଆଇ ସୁବ୍ରତ ପାଣିଗ୍ରାହୀ, ଅବିନାଶ ପ୍ରଧାନ, ପ୍ରାକ୍ତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ଅରବିନ୍ଦ ବାରିକ, ସ୍ବେଚ୍ଛାସେବୀ ମନୋଜ ପଣ୍ଡା, ତାପସ ବେଉରିଆ, ଜିଲା ହାବିଲଦାର-କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର ଓ ସମ୍ପାଦକ ଦିନେଶ ମିଶ୍ର ସହଯୋଗ କରିଥିଲେ । କରୋନା ସମୟରେ ଯୁବତୀ ଯୁବକମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ପାଟଣା ବ୍ଲକ୍‌ର ୪୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି: ନିଯୁକ୍ତିପତ୍ର ବାଣ୍ଟିଲେ …

ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି।…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri