ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଉପସ୍ଥାନ ଖାତାରେ କୋଭିଡ-୧୯ କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅନୁପସ୍ଥିତ ଦର୍ଶାଯାଇଥିଲା। ଏ ନେଇ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପଚାରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଡାକ୍ତର ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର କହିଛନ୍ତି, କୋଭିଡ-୧୯ କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଥିବା କର୍ମଚାରୀମାନେ ସକାଳ ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କର୍ମଚାରୀମାନେ ଠିକ୍‌ ସମୟରେ ଆସୁ ନ ଥିବାରୁ ଉପସ୍ଥାନ ଖାତାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ପରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତାଙ୍କ କାର୍ଯ୍ୟାଳୟକୁ ଆସି ଯୁକ୍ତିତର୍କ କରିବା ସହ ଚେୟାରକୁ ଗୋଇଠା ମାରିଥିଲେ। ଫଳରେ ସେମାନଙ୍କୁ କାର୍ଯ୍ୟାଳୟରୁ ବାହାର କରିଦେଇଥିଲି। ମାଡ଼ ମାରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇ ଥାନାରେ ଅଭିଯୋଗ କରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଏ ନେଇ ଆଇଆଇସି କନକ ମାଝି କହିଛନ୍ତି, ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri