ବ୍ଲକ ପରିସରରେ ସରପଞ୍ଚଙ୍କୁ ଆକ୍ରମଣ

ଟିଟିଲାଗଡ଼, ୧୧।୬ (ଡି.ଏନ.ଏ)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ବିନେକେଲା ପଞ୍ଚାୟତର ସରପଞ୍ଚ ହରି ମାଝୀ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଆକ୍ରମଣର ଶିକାର ହୋଇଛନ୍ତି। ବିଡିଓଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବ୍ଲକ ପଡାର ସୁନୀଲ ବିଶ୍ୱାଳ ନାମକ ଯୁବକ ତାଙ୍କୁ ଗାଳିଗୁଲଜ ସହ ମାରଧର କରିଥିବା ଗୁରୁବାର ସରପଞ୍ଚ ଟିଟିଲାଗଡ ଥାନାରେ ଅଭିଯୋଗ କରିଛନ୍ତି। ବିଡିଓ ନବୀନ ଚନ୍ଦ୍ର ନାୟକ ଏନେଇ ଟିଟିଲାଗଡ ଏସଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗୁରୁବାର ବ୍ଲକ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ଗୋଲକବିହାରୀ ସିଂଭୋଇ, ଗୌରୀ ହିଆଲ, ଆଦିବାସୀ ସଂଘ ବ୍ଲକ ସଭାପତି ଚୈତନ୍ୟ ମାଝୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଇନ୍ଦ୍ରମଣୀ ମାଝୀ, ଜଗନ୍ନାଥ ମାଝୀ, ଘାସିରାମ ମାଝୀ ପ୍ରମୁଖ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ସରପଞ୍ଚ ସଂଘ ଓ ଆଦିବାସୀ ସଂଘ ଦାବି କରିଛି। ଏ ନେଇ ଥାନାରେ ଏକ ମାମଲା (ନ.୯୨/୨୦)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ସ୍କୁଟିରେ ଯାଉଥିବାବେଳେ ମା’ ଝିଅଙ୍କୁ ଧକ୍କା ଦେଲା ଟ୍ରକ୍‌, ଘଟଣାସ୍ଥଳରେ ଘଟିଲା …

ବଲାଙ୍ଗୀର, ୯।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମା’ ଝିଅଙ୍କ ଜୀବନ ଯାଇଥିଲା। ଏହି…

ସ୍କୁଟି ସ୍ଲିପ ହେବାରୁ ରାସ୍ତାରେ ପଡ଼ିଗଲେ ମା’ ଝିଅ; ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ତାପରେ….

ବଲାଙ୍ଗୀର,୯ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀ ନଗର ପଡା ଏନ୍ ଏଚ ୨୬ ନମ୍ବର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମା’-ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri