ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍‌ରେ ଶେଷ ହୋଇଛି। ଫଳରେ ଥେରେସାଙ୍କୁ ଶକ୍ତ ଝଟ୍‌କା ଲାଗିଛି।
ଲେବର ପାର୍ଟି ନେତା ଜେରେମି କୋର୍ବିନ ଥେରେସାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଶାସକ କନ୍‌ଜର୍ଭେଟିଭ୍‌ ପାର୍ଟିରେ ନେତୃତ୍ୱକୁ ନେଇ ଲଢ଼େଇ ଚାଲିଛି। ତେଣୁ ଆଲୋଚନା ପ୍ରକ୍ରିୟା ଶେଷ ହେଲା ବୋଲି ଘୋଷଣା କରିବାକୁ କୋର୍ବିନ ଏଥିରେ ଉଲ୍ଲେଖ କରିଛନ୍ତି। ଆଲୋଚନା ଯେତିକି ବାଟ ଆଗେଇବାର ଥିଲା ଆଗେଇଲା। ସରକାରର ଦୁର୍ବଳତା ଓ ଅସ୍ଥିରତା ଯୋଗୁ ଏହା ବିଫଳ ହୋଇଛି ବୋଲି ଜେରେମି କହିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଗଣଭୋଟ ଭଳି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳରେ ସହମତି ପ୍ରକାଶ ପାଇନାହିଁ ବୋଲି ଥେରେସା ଏହି ବିଫଳତା ପାଇଁ ଲେବର ପାର୍ଟିକୁ ଦୋଷ ଦେଇଛନ୍ତି। ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭରଡ୍‌କାର ଏହି ଘଟଣାକ୍ରମକୁ ଅତ୍ୟନ୍ତ ନକାରାମତ୍କ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଥେରେସା ଆସନ୍ତା ମାସରେ ଡାଉନିଂ ଷ୍ଟ୍ରିଟ୍‌ରୁ ବିଦାୟ ନେବା ପାଇଁ ଘୋଷଣା କରିବା ଲାଗି ଗୁରୁବାର ବାଧ୍ୟ ହୋଇଥିଲେ। ଏହାର ଦିନକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଆସିଛି। ପ୍ରକାଶ ଯେ, ୨୮ ରାଷ୍ଟ୍ରକୁ ନେଇ ଗଠିତ ଇୟୁ ସହ ବ୍ରିଟେନର ବିଚ୍ଛେଦ ମାର୍ଚ୍ଚ ୨୯ରେ ହେବାର ଥିଲା। କିନ୍ତୁ ଏମ୍‌ପିମାନେ ଥେରେସାଙ୍କ ଡିଲ୍‌କୁ ୩ ଥର ପ୍ରତ୍ୟାଖ୍ୟାନ କରିବା ପରେ ଇୟୁ ବ୍ରିଟେନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri