ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ

ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍‌-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ଏବେ ବ୍ରିଟେନରେ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର କେତେକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଭିନ୍ନ ବୟସର ଏକ ଡଜନରୁ ଊର୍ଦ୍ଧ୍ୱ ପିଲାଙ୍କ ହୃତ୍‌ପିଣ୍ଡ ଫୁଲିଯିବା ସହ ପେଟ ଯନ୍ତ୍ରଣା, ଝାଡ଼ାବାନ୍ତି ଆଦି ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ସେଥିରେ ପିଲାମାନଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ବୟସ୍କମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଯାଇଛି। ଏହାସହ ଶିଶୁଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପ୍ରତି ଡାକ୍ତର ଏବଂ ଅଭିଭାବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହେଲେ କରୋନା ସଂକ୍ରମଣ ଯୋଗୁ ପିଲାମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପେଡିଆଟ୍ରିକ ଇଣ୍ଟେନ୍ସିଭ କେୟାର ସୋସାଇଟିର ଏକ ଟୁଇଟ୍‌ ଅନୁଯାୟୀ, ପିଲାମାନଙ୍କଠାରେ ଏକାଥରକେ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ (ଭୂତାଣୁଗୁଡ଼ିକର ବିଷାକ୍ତ ପଦାର୍ଥ ଯୋଗୁ ସଂଘଟିତ ହୁଏ), କାୱାସାକି (ଶିରାଜନିତ ରୋଗ) ଏବଂ କୋଭିଡ୍‌-୧୯ର ଗମ୍ଭୀର ଲକ୍ଷଣ ଦେଖାଯାଉଛି। ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ଏକ ପ୍ରକାର ଜରୁରିକାଳୀନ ପରିସ୍ଥିତି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ପିଲାମାନେ ଡାକ୍ତରଖାନା ଆସିବା ବେଳକୁ ସେମାନଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଥିଲା ଯେ ସେମାନଙ୍କୁ ସିଧା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିିଲା। ସ୍ବାବ୍‌ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ କରୋନା ପଜିଟିଭ୍‌ ଏବଂ କେତେଜଣ ନେଗେଟିଭ୍‌ ରିପୋର୍ଟ ଆସିଥିଲା। ହେଲେ ଏହି ରିପୋର୍ଟ ୧୦୦% ବିଶ୍ୱାସଯୋଗ୍ୟ ନୁହେଁ ବୋଲି କେତେଜଣ ଡାକ୍ତର କହୁଛନ୍ତି। ଏନ୍‌ଏଚ୍‌ଏସ୍‌ ସହିତ ଜଡିତ ଡାକ୍ତରମାନେ ଏହାକୁ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ୍‌ ବୋଲି କହୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଏହାର କରୋନା ଭୂତାଣୁ ସହିତ ସିଧାସଳଖ ସମ୍ପର୍କ ଥାଇପାରେ, ଯାହା ବିଳମ୍ବରେ ସାମ୍ନାକୁ ଆସିଛି। ପିଲାମାନଙ୍କ ଲକ୍ଷଣଗୁଡ଼ିକୁ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ ଓ କାୱାସାକି ରୋଗ ସହିତ ତୁଳନା କରାଯାଇଛି। ଏହି ଦୁଇ ରୋଗର ଲକ୍ଷଣ ହେଲା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଫୁଲିଯିବା ଏବଂ କରୋନାର ଲକ୍ଷଣ ପରି ଜ୍ୱର ଆସିବା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେବା। ବିଶେଷକରି କାଓ୍ବାସାକି ରୋଗରେ ଶିରାଗୁଡ଼ିକରେ ଫୁଲା ଦେଖାଯାଏ। ଏହାଦ୍ୱାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ କରୁଥିବା ଧମନୀ ଦୁର୍ବଳ ହୋଇଯାଏ। ସାଧାରଣତଃ ୫ ବର୍ଷରୁ କମ୍‌ ବୟସର ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ହେଉଛି ଜ୍ୱର, ଚର୍ମରେ ଦାଗ, ହାତରେ ଫୁଲା ଦେଖାଯିବା, ଆଖିର ଧଳା ଅଂଶରେ ଲାଲ ରଙ୍ଗ ଏବଂ ଗଳା ଫୁଲିଯିବା। ପରିସ୍ଥିତି ଜଟିଳ ହେଲେ ହୃଦ୍‌ଘାତ ହୋଇପାରେ। ବ୍ରିଟିଶ ଶିଶୁରୋଗ ବିଶେଷଜ୍ଞ ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଏଭଳି ମାମଲା ସଂଖ୍ୟା କମ୍‌ କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।
ଡାକ୍ତରମାନେ କହିଛନ୍ତି ଯେ, ଉପରୋକ୍ତ ପିଲାମାନଙ୍କଠାରେ କରୋନା ଏବଂ କାୱାସାକିର ମିଶ୍ରିତ ଲକ୍ଷଣ ରହିଛି, ଯାହା ଅସ୍ବାଭାବିକ। ତାହାର ଅନୁସନ୍ଧାନ କରାଯାଉଛି। ପ୍ରକୃତ କାରଣ ଜାଣିବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ନୁହେଁ।
ସୂଚନାଥାଉ କି, ବ୍ରିଟେନରେ ଏବେଯାଏ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଗଲାଣି। ଚଳିତମାସ ଆରମ୍ଭରୁ ଅଦ୍ୟାବଧି ପ୍ରତିଦନ ହାରାହାରି ୪୮୦୦ରୁ ଊର୍ଦ୍ଧ୍ୱ ଲୋକ ସଂକମ୍ରିତ ହେଉଛନ୍ତି। କରୋନାର ସାଧାରଣ ଲକ୍ଷଣ ମଧ୍ୟରେ ପ୍ରବଳ ଜ୍ୱର, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ, ଶୁଖିଲା କାଶ ଅନ୍ତର୍ଭୁକ୍ତ। ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଥିଲା ଯେ ଝାଡ଼ା, ପେଟ ଯନ୍ତ୍ରଣା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ଅନ୍ୟପକ୍ଷରେ ଆମେରିକୀୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗନ୍ଧ ଓ ସ୍ବାଦ ଅନୁଭବ ନ କରିବା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ହେଲେ ପ୍ରାୟ ୩ ସପ୍ତାହ ହେଲା ବ୍ରିଟେନରେ ପିଲାମାନଙ୍କଠାରେ ଆଉ କେତେକ ଲକ୍ଷଣ ଦେଖିବାକୁ ମିଳିଛି। ଏହା କରୋନା ଭୂତାଣୁର ଭିନ୍ନ ରୂପ ହୋଇପାରେ କିମ୍ବା ପିଲାମାନଙ୍କୁ ଭିନ୍ନ ଭାବରେ କ୍ଷତି ପହଞ୍ଚାଥାଇପାରେ। ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଇଟାଲୀ ଏବଂ ସ୍ପେନରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା, ଯଦିଓ ସେମାନଙ୍କ ସଂଖ୍ୟା ବହୁତ କମ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri