ବ୍ରାଣ୍ଡ୍‌ ଓଡ଼ିଶାର ପ୍ରସାର ପାଇଁ ନୂଆ ଅଭିଯାନ:ଓଡ଼ିଶା ନୁହେଁ…ଓଡ଼ିଶା ଆଃ

ଭୁବନେଶ୍ୱର,୨୦-୯(ବ୍ୟୁରୋ):ପ୍ରଥମେ ‘ଓଡ଼ିଶା ବାଇ ମର୍ର୍ନିଂ, ହକି ବାଇ ଇଭିନିଂ’। ଆଉ ଏବେ ‘ଓଡ଼ିଶା ଆଃ’। ରାଜ୍ୟ ଏବଂ ଦେଶ ବାହାରେ ବ୍ରାଣ୍ଡ୍‌ ଓଡ଼ିଶାର ପ୍ରମୋଶନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଓଡ଼ିଶାକୁ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଆରମ୍ଭ ହୋଇଛି ନୂଆ କ୍ୟାମ୍ପେନ୍‌ ‘ଓଡ଼ିଶା ଆଃ’। ଏକ ଅଭିନବ ଢଙ୍ଗରେ ଡିଜାଇନ୍‌ ହୋଇଥିବା ଏହି କ୍ୟାମ୍ପେନ୍‌ ଏବେ ଦିଲ୍ଲୀ ଏବଂ ବମ୍ବେର ମେଟ୍ରୋ ଷ୍ଟେଶନ ଏବଂ ବିମାନ ବନ୍ଦରରେ ଦେଖିବାକୁ ମିଳୁଛି।
୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ରେ ଓଡ଼ିଶାକୁ ଦେଶ ଓ ବିଦେଶରେ କ୍ରୀଡ଼ା ରାଜଧାନୀଭାବେ ଦର୍ଶାଯାଇଥିଲା। କ୍ରୀଡ଼ା ସହ ପର୍ଯ୍ୟଟନକୁ ଯୋଡ଼ି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ନୂଆ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ‘ଓଡ଼ିଶା-ବେଷ୍ଟ୍‌ କେପ୍ଟ ସିକ୍ରେଟ୍‌’ ପରେ ‘ଓଡ଼ିଶା ବାଇ ମର୍ର୍ନିିଂ, ହକି ବାଇ ଇଭିନିଂ’ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା, ଯାହାକି ଦେଶ ବାହାରେ ବିଶେଷଭାବେ ଆଦୃତ ହୋଇଥିଲା। ଏହି ‘ଓଡ଼ିଶା ବାଇ ମର୍ନିଂ, ହକି ବାଇ ଇଭିନିଂ’ କ୍ୟାମ୍ପେନ୍‌ର ଡିଜାଇନ୍‌ କରିଥିବା ଏସ୍‌ଡିବି କ୍ରିଏଶନ୍‌ର ପ୍ରତିଷ୍ଠାତା ତଥା କ୍ରିଏଟିଭ୍‌ ଡିରେକ୍ଟର ସଚିନ ଦାସ ବର୍ମା ଏହି ନୂଆ କ୍ୟାମ୍ପେନ୍‌ ‘ଓଡ଼ିଶା ଆଃ’ର ମଧ୍ୟ ଡିଜାଇନ୍‌ କରିଛନ୍ତି। ନିକଟରେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନ ବନ୍ଦରରେ ଏହି ନୂଆ କ୍ୟାମ୍ପେନ୍‌ ଲୋକର୍ପିତ ହୋଇଥିବାବେଳେ ମୁମ୍ବାଇ ମେଟ୍ରୋରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଧୀରେ ଧୀରେ ଏହାକୁ ଦେଶ ଏବଂ ଦେଶ ବାହାରର ପ୍ରମୁଖ ଏୟାରପୋର୍ଟରେ ପ୍ରଦର୍ଶନ କରାଯିବ। ଏହାସହ ଖବରକାଗଜ, ଇଲେକ୍ଟ୍ରୋନିକ୍‌ ଏବଂ ଡିଜିଟାଲ ମିଡ଼ିଆରେ ମଧ୍ୟ ପ୍ରମୋଟ କରିବାକୁ ବିଭାଗ ଯୋଜନା କରିଛି। ତେବେ କେରଳ, ଗୋଆ, ଆସାମ ଭଳି ଟୁରିଜମ୍‌ ବ୍ରାଣ୍ଡ୍‌ ସହ ତାଳ ଦେବାକୁ ଓଡ଼ିଶା ଏହି କେମ୍ପନ୍‌ ଆରମ୍ଭ କରିଥିବା କୁହାଯାଇଛି। ଏହାସହ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କର ଥିବା ଚିନ୍ତାଧାରାରେ ଏହା ପରିବର୍ତ୍ତନ ଆଣିବ। ପୁରୀ, କୋଣାର୍କ, ଭୁବନେଶ୍ୱର ଛଡ଼ା ଓଡ଼ିଶାରେ ଦେଖିବାକୁ ଓ ଅନୁଭୂତ କରିବାକୁ ଅନେକ କିଛି ରହିଛି। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନ ବାହାରେ ଓଡ଼ିଶା ପର୍ଯ୍ୟଟକଙ୍କ ପାଇଁ ଅନେକ କିଛି ସାଇତି ରଖିଛି। ରାଜ୍ୟରେ କୋରାପୁଟ, ସାତକୋଶିଆ, ଦାରିଙ୍ଗବାଡ଼ି, ଦେବ୍ରିଗଡ଼, ଶିମିଳିପାଳ ଓ ଭିତରକନିକା, ମଣ୍ଡାସାରୁ ଭଳି ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏହାସହ ଓଡ଼ିଶାର ଆଦିବାସୀ ପର୍ଯ୍ୟଟନ, ବିଚ୍‌ ଟୁରିଜମ୍‌, ବନ୍ୟଜନ୍ତୁ ପର୍ଯ୍ୟଟନ, ପାରମ୍ପରିକ ଓଡ଼ିଆ ଖାଦ୍ୟ ପର୍ଯ୍ୟଟକଙ୍କୁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍‌ ଦେବାର କ୍ଷମତା ରଖିଛି। ଓଡ଼ିଶାର କୋଣ ଅନୁକୋଣରେ ଥିବା ଏହାର କଳା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ, ଚାଲିଚଳଣି, ନୃତ୍ୟ, ସଙ୍ଗୀତ ଜଣେ ପର୍ଯ୍ୟଟକକୁ ଆଃ ଅନୁଭୂତି ଦେଉଥିବାବେଳେ ନୂଆ ଅଭିଯାନକୁ ସେହି ଅନୁଯାୟୀ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri