ବ୍ରହ୍ମପୁରରେ ଖୋଲିବ ‘ନେକ୍‌’ ଓଡ଼ିଶା ଜୋନ୍‌ ଚାପ୍ଟର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଓଡ଼ିଶାରେ ଖୋଲିବ ନ୍ୟାଶନାଲ ଏଗ୍‌ କୋର୍ଡିନେଶନ କମିଟି(ଏନ୍‌ଇସିସି ବା ନେକ୍‌)ର ଓଡ଼ିଶା ଜୋନ୍‌ ଚାପ୍ଟର। ବ୍ରହ୍ମପୁରରେ ଏହି ଚାପ୍ଟର ଖୋଲିବ। ଏହା ପୂର୍ବରୁ ଓଡ଼ିଶାର ଚାଷୀମାନେ ନେକ୍‌ ବିଜୟଓ୍ବାଡ଼ା ଜୋନ୍‌ ଦ୍ୱାରା ଧାର୍ଯ୍ୟ ମୂଲ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିଲେ। ନୂତନ ଓଡ଼ିଶା ଚାପ୍ଟର ଗଠନ ହେବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ତେଣୁ ଆସନ୍ତା ୨୦ ତାରିଖରୁ ଓଡ଼ିଶାର ଚାଷୀ ଓ ବ୍ୟବସାୟୀମାନେ ନେକ୍‌ ଓଡ଼ିଶା ଚାପ୍ଟର ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟକୁ ଓଡ଼ିଶାର ‘ବେସ୍‌ରେଟ୍‌’ ଭାବେ ଗ୍ରହଣ କରିବେ। ଏହା ଫଳରେ ଓଡ଼ିଶାର ସମସ୍ତ କୁକୁଡ଼ାଅଣ୍ଡା ଚାଷୀ ବିଶେଷ ଭାବେ ଉପକୃତ ହେବେ ବୋଲି ଅଲ୍‌ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଆସୋସିଏଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ମଙ୍ଗରାଜ ଉପସ୍ଥିତ ରହି କହିଥିଲେ, ରାଜ୍ୟରେ ଅଣ୍ଡା ଶିଳ୍ପ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଯଦି ଏହି ପରିସ୍ଥିତି ଲାଗି ରୁହେ, ତେବେ ଆସନ୍ତା ୧ବର୍ଷ ମଧ୍ୟରେ ଓଡ଼ିଶାରେ ୫୦% ଅଣ୍ଡା ଶିଳ୍ପ ବନ୍ଦ ହୋଇଯିବ। ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ଓଡ଼ିଶାରେ ୬୫ ଲକ୍ଷ କୁକୁଡ଼ାଅଣ୍ଡା ଉତ୍ପାଦନ ହେଉଥିବାବେଳେ ୯୫ ଲକ୍ଷ ଚାହିଦା ରହିଛି। ଆମ ରାଜ୍ୟରେ ଉତ୍ପାଦିତ ଦ୍ରବ୍ୟ ମୂଲ୍ୟ ନିଜେ ନିର୍ଦ୍ଧାରଣ କରିପାରୁ ନ ଥିବାରୁ ନେକ୍‌ ବିଜୟଓ୍ବାଡ଼ା ଜୋନ୍‌ ଦ୍ୱାରା ଏହା ନିର୍ଦ୍ଧାରିତ ହେଉଥିଲା। କିନ୍ତୁ ଏବେ ଆଉ ତାହା ହେବ ନାହିଁ। ଆସୋସିଏଶନର ସଦସ୍ୟମାନଙ୍କ ଚେଷ୍ଟା ଫଳରେ ବ୍ରହ୍ମପୁରରେ ନେକ୍‌ର ଓଡ଼ିଶା ଚାପ୍ଟର ଗଠନ କରିବାରେ ସଫଳ ହୋଇଛୁ। ରାଜ୍ୟରେ ଉତ୍ପାଦିତ କୁକୁଡ଼ାଅଣ୍ଡା ମଧ୍ୟରୁ ବ୍ରହ୍ମପୁରରେ ପ୍ରାୟ ୪୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ତେଣୁ ସେଠାରେ ନେକ୍‌ ଓଡ଼ିଶା ଜୋନ୍‌ର ଚାପ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରତିଦିନ ଅଣ୍ଡାର ନିର୍ଦ୍ଧାରିତ ମୂଲ୍ୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଚାହିଦାକୁ ଦେଖି ମୂଲ୍ୟରେ ପରିବର୍ତ୍ତନ କରାଯିବ ବୋଲି ମଙ୍ଗରାଜ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଖୁବ୍‌ଶୀଘ୍ର ଆସୋସିଏଶନ ପକ୍ଷରୁ ୧୦୦ ଆଉଟ୍‌ଲେଟ୍‌ ଖୋଲାଯିବ। ୧ ମାସ ଭିତରେ ଭୁବନେଶ୍ୱରରେ ୧୦ ଆଉଟ୍‌ଲେଟ୍‌ ଖୋଲାଯିବ, ଯେଉଁଠାରେ ଖାଉଟି କମ୍‌ ଟଙ୍କାରେ ଏବଂ ଫ୍ରେସ୍‌ ଅଣ୍ଡା ପାଇପାରିବେ ବୋଲି ମଙ୍ଗରାଜ କହିଛନ୍ତି। ଓପୋଲଫେଡ୍‌ ସଂଘ ପାଖରୁ ଅଣ୍ଡା ନେବା ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଉମରକୋଟ୍‌ ଓ ଚନ୍ଦ୍ରଗିରିରେ ଥିବା ମକାଚାଷୀଙ୍କୁ ଋଣ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ। ଫଳରେ ସେମାନେ ଆଉ ବାହାର ବ୍ୟବସାୟୀଙ୍କ ଶିକାର ହୋଇପାରିବେ ନାହିଁ। ଉକ୍ତ ଖବରଦାତା ସମ୍ମିଳନୀରେ ସଙ୍ଗଠନ ସଭାପତି ବି.ବି. ଚୌଧୁରୀ, ଉପସଭାପତି ଦେବଦତ୍ତ ବିଶ୍ୱାଳ, ସମ୍ପାଦକ ଏଲ୍‌. ସରୋଜ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, ଉପଦେଷ୍ଟା ମଦନ ମୋହନ ରାଉତ ଓ ନେକ୍‌ ଓଡ଼ିଶା ଜୋନ୍‌ ଚେୟାରମ୍ୟାନ୍‌ ଶୁଭେନ୍ଦୁ କୁମାର ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ପାଇଁ ଚାପ୍ଟର ଖୋଲାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri