ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିବାଧିତ ସୌମ୍ୟାଙ୍କୁ ମିଳିଲେ ଜୀବନସାଥୀ

ବ୍ରହ୍ମପୁର ଅଫିସ୍‌,୯ା୧୨-ଖୁବ୍‌ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ସୌମ୍ୟା। ଜୀବନ ଯେମିତି ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ତେବେ ସୌମାଙ୍କ ଅନ୍ଧାର ଜୀବନ ମଧ୍ୟରେ ଆଲୋକ ଭରିଦେବାକୁ ମିଳିଯାଇଛନ୍ତି ଜଣେ ଜୀବନ ସାଥୀ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ଏହି ଆଦର୍ଶ ବିବାହକୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଲାଗିରହିଛି ।
ବ୍ରହ୍ମପୁର ସହର ଗେଟ୍‌ବଜାର ରାଧାକ୍ରିଷ୍ଣ ସାହିର ଜି.ଏଲ୍‌.ଏନ୍‌. ସ୍ବାମୀ ଶେଖରଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ସାନଝିଅ ସୌମ୍ୟା ୧୪ ବର୍ଷ ବୟସରେ ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ରୋଗ ଭଲ ହେଲା, କିନ୍ତୁ ଧୀରେ ଧୀରେ ସେ ଦୃଷ୍ଟିଶକ୍ତି ହରାଇବାରେ ଲାଗିଲେ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଶେଖର ନିଜ ଆର୍ଥିକ କ୍ଷମତା ଅନୁଯାୟୀ ଝିଅର ଚିକିତ୍ସା କରାଇଲେ। ହେଲେ ସୁଫଳ ମିଳିଲାନି । ଶତପ୍ରତିଶତ ଦୃଷ୍ଟିବାଧିତ ହୋଇଗଲେ ସୌମ୍ୟା। ଝିଅର ବିବାହ ଯୋଗ୍ୟ ବୟସ ହେବାରୁ ଶେଖର ଚିନ୍ତିତ ଥିଲେ। ଆନ୍ଧ୍ରପ୍ରଦେଶର ବିଜୟାନଗରମ୍‌ରେ ରହୁଥିବା ଜଣେ ସମ୍ପର୍କୀୟ ମଦନଙ୍କ ସମ୍ପର୍କରେ ଶେଖରଙ୍କୁ କହିଥିଲେ। ଆନ୍ଧ୍ରପ୍ରଦେଶ ତିରୁପତିର ଜି.ଭେଙ୍କଟ ସୀମାଦ୍ରୀଙ୍କ ପୁଅ ମଦନ ତିରୁମାଲା ମନ୍ଦିରରେ ଭକ୍ତଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଥିବା କ୍ୟାଣ୍ଟିନ୍‌ରେ କାମ କରନ୍ତି। ସମ୍ପୃକ୍ତ ସମ୍ପର୍କୀୟଙ୍କ ଜରିଆରେ ସୌମା ଓ ମଦନଙ୍କ ବିବାହ ସମ୍ପର୍କରେ ଶେଖର ଏବଂ ସୀମାଦ୍ରୀ କଥା ହୋଇଥିଲେ। ମଦନଙ୍କୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସମ୍ପର୍କରେ କୁହାଯାଇଥିଲା। ଏହାକୁ ଅତି ସକରାମତ୍କ ଭାବେ ଗ୍ରହଣକରି ମଦନ ବିବାହ ପାଇଁ ରାଜି ହୋଇଯାଇଥିଲେ। ରବିବାର ଉଭୟ ପରିବାରର ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ବିନା ଯୌତୁକରେ ଏହି ଆଦର୍ଶ ବିବାହକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ନିଜ ବିବାହକୁ ନେଇ ଆଶଙ୍କାରେ ଥିବା ସୌମାଙ୍କ ସ୍ବପ୍ନ ପୂରଣ ହେଲା ବୋଲି ସେ କହିଛନ୍ତି । ସେହିପରି ମଦନ ଓ ତାଙ୍କ ବାପାଙ୍କୁ ପ୍ରଶଂସା କରିବା ପାଇଁ ପାଖରେ କୌଣସି ଶବ୍ଦ ନାହିଁ ବୋଲି ସୌମ୍ୟାଙ୍କ ବାପା ଶେଖର କହିଛନ୍ତି। ଭେଙ୍କେଟେଶ୍ୱର ସ୍ବାମୀଙ୍କ ଆଶୀର୍ବାଦ ଯୋଗୁ ବିବାହ ହୋଇପାରିଲା ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମଦନଙ୍କ ବାପା ସୀମାଦ୍ରୀ କହିଛନ୍ତି, ସୌମ୍ୟାଙ୍କ ଦୃଷ୍ଟିହୀନତା ତାଙ୍କ ପରିବାର ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନ ଥିଲା। ସୌମା ବୋହୂ ନୁହେଁ, ଝିଅ ଭାବେ ଘରେ ରହିବେ ବୋଲି ସେ କହିଛନ୍ତି। ସେହିପରି ମଦନ କେବେ ବାହ୍ୟ ସୁନ୍ଦରତାକୁ ଦେଖୁ ନ ଥିଲେ। ସୌମା ଦୃଷ୍ଟିବାଧିତ ଜାଣିବା ପରେ ସେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ତାଙ୍କୁ ଜୀବନ ସାଥୀ ଭାବେ ପାଇଥିବାରୁ ଖୁସି ଥିବା ମଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri