ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ଗୋଟିଏ ବସ୍‌

ବ୍ରହ୍ମପୁର ଅଫିସ, ୨୯ା୫- ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ବି ଗୁରୁବାର ବ୍ରହ୍ମପୁରରୁ ସ୍ବାଭାବିକ ହୋଇପାରିନି ବସ୍‌ ଚଳଚଳ। ସେବା ସ୍ବାଭାବିକ କରିବାକୁ ନେଇ ସରକାରଙ୍କ ଅନୁମତି ପରେ ଗୁରୁବାର ସକାଳୁ କିଛି ବସ୍‌ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ ମଧ୍ୟ ଯାତ୍ରୀ ନ ଥିବାରୁ ବସ୍‌ଗୁଡିକ ଯାଇପାରି ନ ଥିଲା। ମାତ୍ର ଗୋଟିଏ ବସ୍‌ ୧୧ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଇଥିବା ସୂଚନା ମିଳିଛି।
ସୂଚନାପ୍ରକାରେ, କୋଭିଡ୍‌-୧୯ ସଂକ୍ରମଣ ନେଇ ସାମାଜିକ ଦୂରତ୍ୱ ରକ୍ଷା, ସାନିଟାଇଜର ଓ ମାସ୍କ ବ୍ୟବହାର ନିୟମ ପାଳନ ପୂର୍ବକ ରାଜ୍ୟରେ ଗୁରୁବାରରୁ ବସ୍‌ ଚଳାଚଳ ସ୍ବାଭାବିକ ହେବା ନେଇ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍‌ ନୂଆ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲା। କିନ୍ତୁ ଯାତ୍ରୀ ଆସି ନ ଥିବାରୁ ଯାତାୟାତ ଆରମ୍ଭ କରିପାରି ନ ଥିଲା। କେବଳ ୧୧ ଜଣ ଯାତ୍ରୀଙ୍କୁ ନେଇ ୪୧ ସିଟ୍‌ ବିଶିଷ୍ଟ ଖମ୍ଭେଶ୍ୱରୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କୋଭିଡ-୧୯ ସଂକ୍ରମଣ ଭୟ ତଥା ରାଜ୍ୟ ସମସ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା ସ୍ବାଭାବିକ ହୋଇପାରି ନ ଥିବାରୁ ଯାତ୍ରୀମାନେ ଅସୁ ନ ଥିବା କହିଛନ୍ତି ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ। ବର୍ତ୍ତମାନ ବ୍ରହ୍ମପୁରରୁ ଗଞ୍ଜାମ ଜିଲା ତଥା ବାହାରକୁ ବିଭିନ୍ନ ରୁଟରେ ଯାତାୟାତ କରୁଥିବା ୫୦୦ରୁ ୬୦୦ ବସ୍‌ ଚଳାଚଳ କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri