ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍‌, ପିସ୍ତଲ ଜବତ

ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ ଓ ୨ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଣାର୍କ ଥାନା ଅଧୀନ ଅଚ୍ୟୁତପୁର ପଞ୍ଚାୟତର ସରପଞ୍ଚ ଭକ୍ତବଲ୍ଲଭ ଦାସ ଓ ବେରୁଅଁା ଗ୍ରାମର ଦିଲୀପ ନାୟକ, ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସମହରା ଗ୍ରାମର ଧୀରଜ ସ୍ବାଇଁ, ବାଲିଗୁଆଳିର ବାଦଲ ନାୟକ ଏବଂ କୈଳାସ ପ୍ରଧାନ। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିଲା ବୋଲି ଆଡିଶନାଲ ଏସ୍‌ପି ଅରୁଣ କୁମାର ଜେନା କହିଛନ୍ତି।
ବୁଧବାର ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ ପୋଲିସ କହିଛି ଯେ, ଗତ ୨୩ ତାରିଖ ରାତିରେ ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଦୁଇଟି ବୋମା ଘର ସମ୍ମୁଖରେ ପଡ଼ିିଥିବାବେଳେ ଗୋଟିଏ ତାଙ୍କ ଗୁହାଳ ଘର ଆଜବେଷ୍ଟସ ଉପରେ ପଡ଼ିିବାରୁ କିଛି ଆଜବେଷ୍ଟସ୍‌ ଭାଙ୍ଗିଯାଇଥିଲା। ତେବେ ଏଥିରେ ତାଙ୍କ ପରିବାରର କାହାର କିଛି କ୍ଷତି ହୋଇ ନ ଥିଲା। ସଞ୍ଜୟଙ୍କ ବାପା ଜଳନ୍ଧରଙ୍କ ଅଭିଯୋଗକୁ ଭିତ୍ତିକରି କୋଣାର୍କ ଥାନାରେ ଏକ ମାମଲା (ନଂ.୪୯/୨୦)ରୁଜୁ କରାଯାଇଥିଲା। ବୋମାମାଡ଼ କରି ଖସିଯାଉଥିବାବେଳେ ବାଟରେ ରାତ୍ର ପାଟ୍ରୋଲିଂରେ ଥିବା ପୋଲିସ କର୍ମଚାରୀ ଅଭିଯୁକ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଖସି ପଳାଇଥିଲେ। ଏ ନେଇ କୋଣାର୍କ ଥାନାରେ ଆଉ ଏକ ମାମଲା (ନଂ. ୫୦/୨୦) ରୁଜୁ ହୋଇଥିଲା। ଘଟଣାର ତଦନ୍ତ ଜାରି ରଖି ପୋଲିସ ପରବର୍ତ୍ତୀ ସମୟରେ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଦାସ ସଞ୍ଜୟଙ୍କ ଘର ଉପରକୁ ବୋମାମାଡ଼ କରିବା ଲାଗି ଯୋଜନା କରିଥିଲେ। ତେଣୁ ସେ ଅଭିଯୁକ୍ତ ଧୀରଜ, କୈଳାସ, ବାଦଲଙ୍କ ସମେତ ଆଉ ୨/୩ ଜଣଙ୍କୁ ଏଥିରେ ନିୟୋଜିତ କରିଥିଲେ। ସେମାନଙ୍କୁ ୯ଏମ୍‌ଏମ୍‌ ପିସ୍ତଲ, ଗୁଳି ଦେଇଥିଲେ। ଅଭିଯୁକ୍ତ ଦିଲୀପ ସେମାନଙ୍କୁ ସଞ୍ଜୟଙ୍କ ଘର ଚିହ୍ନାଇ ଦେଇଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri