ବୈତରଣୀରେ ବୁଡ଼ି ୨ ନାବାଳକ ମୃତ

ଆନନ୍ଦପୁର, ୯।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ପଞ୍ଚୁପଲୀ ଗ୍ରାମ ନିକଟ ବୈତରଣୀ ନଦୀ ଘାଟରେ ବୁଡ଼ି ୨ ନାବାଳକଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ
ପଞ୍ଚୁପଲୀ ଗ୍ରାମର ସଞ୍ଜୟ ପଟ୍ଟନାୟକଙ୍କ ପୁଅ ସମ୍ବିତ (୧୫) ଓ ବାବୁ ପ୍ରସାଦ ଜେନାଙ୍କ ଭଣଜା ରୁଦ୍ର ପ୍ରସାଦ। ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ସେମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ। ଉଭୟ ନଦୀକୁ ଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ସୂଚନା ପାଇ ପରିବାର ଲୋକେ ନଦୀ କୂଳରେ ଖୋଜାଖୋଜି କରିଥିଲେ। ଘାଟରେ ଉଭୟଙ୍କ ଡ୍ରେସ୍‌ ଓ ଚପଲ ଥିବା ଦେଖାଯାଇଥିଲା। ଉଭୟଙ୍କ ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଆସି ଖୋଜାଖୋଜି କରିବାପରେ ରାତିରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?