ବେହିସାବୀଙ୍କୁ ପଦେ

ଯୁଗଳବାବୁ କହିଲେ, ଯାହା କୁହନ୍ତୁ ଦରଦାମ ଯାହା ହେଲାଣି ଘର ଚଳେଇବା ବଡ଼ ମୁସ୍କିଲ। ବିକାଶବାବୁ ଚୁପ୍‌ ହୋଇ ଶୁଣୁଥାନ୍ତି। ଯୁଗଳବାବୁ ପୁଣି କହିଲେ, ସେ ଖବର କାଗଜବାଲାକୁ ବନ୍ଦ କରିଦେଲେ। ଏତେ ଖର୍ଚ୍ଚ ଭିତରେ ଆଉ ଖବରକାଗଜ ରଖିବା ସମ୍ଭବ ନୁହେଁ। ବିକାଶବାବୁ କହିଲେ ଖବରକାଗଜ ବାବଦରେ କେତେ ଖର୍ଚ୍ଚ ପଡେ ଯେ। ଆପଣଙ୍କ ପିଲାମାନେ କଲେଜରେ ପଢୁଛନ୍ତି। ଚାକିରିବାକିରି ବିଜ୍ଞାପନ, ପରୀକ୍ଷା ସୂଚନା କିମ୍ବା ରେଜଲ୍ଟ ସବୁକିଛି ତ ଖବରକାଗଜରୁ ଜାଣି ହୁଏ। ଯୁଗଳବାବୁ କହିଲେ, ସବୁ ତ ଏବେ ମୋବାଇଲରୁ ଜାଣି ହେଉଚି ଆଉ କିଏ କ’ଣ ଖବରକାଗଜ ପଢୁଛନ୍ତି। ବିକାଶବାବୁ କହିଲେ, ଖବରକାଗଜ ସ୍ଥାନ କାହିଁ କେତେ ଉଚ୍ଚରେ। ଖଣ୍ଡିଏ କାଗଜ ପୂରା ପରିବାରର ଆବଶ୍ୟକତା ପୂରଣ କରେ। କଥା ମଝିରେ ଯୁଗଳ ବାବୁ କହିଲେ, ହିସାବ କରି ଦେଖନ୍ତୁ ତ ଗୋଟେ ମାସରେ ପେପର ପିଛା ଖର୍ଚ୍ଚ କେତେ ପଡୁଚି, ଅତି କମ୍‌ରେ ମାସକୁ ଦୁଇ ଶହ। ସେଇ ହିସାବରେ ବର୍ଷକୁ କେତେ ହେଲାଣି କହିଲେ! ବିକାଶବାବୁ କହିଲେ, ଗୋଟେ ମୋବାଇଲରେ ଅତି କମ୍‌ରେ ଦୁଇ ଶହ ଟଙ୍କା ରିଚାର୍ଜ ହେଉଥିବେ, ଆପଣଙ୍କ ଘରେ ପାଞ୍ଚଟା ମୋବାଇଲ। ତା’ ତୁଳନାରେ ଖବରକାଗଜ ମୂଲ୍ୟ କିଛି ବି ନୁହେଁ। ଯୁଗଳବାବୁ ଏବେ ଚୁପ ପଡ଼ିଗଲେ। ଆଜିର ସମୟରେ ନିଜେ ସମ୍ପୂର୍ଣ୍ଣ ଠିକ୍‌ ବୋଲି ସମସ୍ତେ ସବୁ ସମୟରେ ଯୁକ୍ତି ବାଢ଼ନ୍ତି। ଆଉ ଯେବେ ନିଜ ଭୁଲକୁ କେହି ସାମ୍ନାରେ କହିଦିଏ ତେବେ ତ କଥା ସରିଲା। ଏକଥାଟି ଅପ୍ରିୟ ସତ ଯେ ନିଜକୁ ଘଣ୍ଟ ଘୋଡ଼େଇବାକୁ ଆମେ ସଭିଏଁ ବ୍ୟାକୁଳ। କଥା ବଢ଼ିଲେ ଯୁକ୍ତିତର୍କରୁ ଯାଏ କଳି ପର୍ଯ୍ୟନ୍ତ। ହେଲେ ସତ ସବୁବେଳେ ସତ। ନିଜ ଦୋଷତ୍ରୁଟି ପାଇଁ ପରବର୍ତ୍ତୀ ସମୟରେ ନିଜକୁ ହିଁ ଏହାର କ୍ଷତି ଭରଣା କରିବାକୁ ପଡ଼ିବ ଏଥିରେ ଆଦୌ ଦ୍ୱିମତ ନାହିଁ।
ଆମ ଦୋଷ ଦୁର୍ବଳତାର ତାଲିକା ଖୁବ୍‌ ଲମ୍ବା। ହିସାବରେ ଅନ୍ୟଠାରୁ କାମ ହାସଲ କରିପାରୁ, ହେଲେ ଅନ୍ୟକୁ ସାହାଯ୍ୟ ସହଯୋଗ ବେଳେ ପଛଘୁଞ୍ଚା ଦେଉ। ନିଜ ଆଖପାଖରେ କିଏ ଠକ, ଚୋର, ଟାଉଟର ଧୋକାବାଜ, ମତଲବି, ଗର୍ବୀ, ଅହଂକାରୀ ଖୁବ୍‌ ଭଲ ହିସାବ ରଖିପାରୁ ା ହେଲେ ନିଜେ କ’ଣ ତାହା ପରଖିବାକୁ ସମୟନାହିଁ । ଆୟ ଦେଖି ବ୍ୟୟ କରିବା ଉପଦେଶ ଅନ୍ୟକୁ ଦେବା ପରିବର୍ତ୍ତେ ବରଂ ନିଜେ ପାଳନ କଲେ ଉଚିତ ହେବ। ଆଉ ଯେବେ କିଛି ପରିବର୍ତ୍ତନ ଚାହୁଁଛ ପ୍ରଥମେ ନିଜଠାରୁ ଆରମ୍ଭ ହେଲେ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି ହେବ। ହିସାବୀ ଲୋକ ସବୁର ହିସାବ ରଖେ ଆଉ ବେହିସାବୀ ଲୋକ କେତେ ଆଇଲା କେତେ ଗଲା ତା’ର ପରବାଏ ନ ଥାଏ। ଆଉ ସେଇ ହିସାବୀ ଲୋକଙ୍କ ଭିତରେ ଅନେକ ଅଛନ୍ତି ନିଜ ଦୈନନ୍ଦିନ ବଦଖର୍ଚ୍ଚକୁ ସାମାନ୍ୟ କହି ଏଡ଼ାଇ ଦିଅନ୍ତି। ସାମାନ୍ୟ କହୁଥିବା ଖର୍ଚ୍ଚ ଧୀରେ ଧୀରେ ପାଲଟି ଯାଏ ବିଶାଳ ବୋଝ। ଖର୍ଚ୍ଚକୁ ଯେତେ ଜଗିଲେ କ’ଣ ହେବ ଯଦି ନିଶାପାଣିରେ ଅଭ୍ୟସ୍ତ, ଟଙ୍କା ସଞ୍ଚୟ ବଡ଼ କଷ୍ଟକର। ବଦ ଅଭ୍ୟାସରେ ଟଙ୍କା ଉଡ଼ାଇବା ଅର୍ଥ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା। କଥାରେ ଅଛି ‘ପାନବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପଇସା’। ନିଶାଦ୍ରବ୍ୟ ଯେବେ ଜଟିଳ ରୋଗକୁ ନିମନ୍ତ୍ରଣ କଲା ତେବେ ତ କଥା ସରିଲା। ଜୀବନ ତମାମ ଖଟିଖଟି ସଞ୍ଚିଥିବା ଧନ ଶେଷରେ ଯିବ ଡାକ୍ତର ପେଡ଼ିକୁ। ଫିଲ୍ମ ଦେଖା, ବୁଲାବୁଲି, ହୋଟେଲ ଖିଆପିଆ ଅନେକଙ୍କ ସଉକ। ଏସବୁ କେବଳ ବ୍ୟୟଭାର ବୃଦ୍ଧିର ମୂଳ କାରଣ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ଚିନ୍ତା ଓ ଦୁଃଖର ହୁଏ ଆଗମନ। ଏମିତିରେ ମଧ୍ୟବିତ୍ତ ପରିବାରରେ ଅଭାବଅନଟନ ଅତି ସାଧାରଣ କଥା। ହିସାବୀ ପ୍ରକୃତରେ ସିଏ ଯିଏ ପଇସାର ଠିକ୍‌ ମୂଲ୍ୟ ବୁଝେ ଆଉ ନିଜ ଆୟ ଦେଖି ବ୍ୟୟ କରେ। ଆଜିର ମଣିଷ ସମ୍ପୂର୍ଣ୍ଣ ଓଲଟା ସ୍ବଭାବର। ବଦଖର୍ଚ୍ଚରୁ ନିବୃତ୍ତ ନ ହୋଇ ଜରୁରୀ ଆବଶ୍ୟକତା ବାଦ୍‌ ଦିଏ । ଉଦାହରଣ ଆଜି ପଇସା ଅଛି ପୁଳାଏ କ’ଣ ମଗେଇ ଖାଇଦେବା, ଭଲମନ୍ଦ କିଣି ପିନ୍ଧିଦେବା। ବଦଭ୍ୟାସ କେବଳ ଆମ ଅହଂ ଭାବନା ଓ ବେପରୁଆ ମନୋଭାବର ପରିଚୟ ଦିଏ। ସେପଟେ ଜରୁରୀ ଆବଶ୍ୟକତା ପୂରଣ କଲା ବେଳକୁ ପକେଟ ଖାଲି। ଏଣୁତେଣୁ ଖର୍ଚ୍ଚବାର୍ଚ୍ଚରେ ଆନନ୍ଦ ଅଧିକ ଆଉ ହିସାବ ବେଳକୁ ବଢ଼ଇ ଚିନ୍ତା । ମଧ୍ୟବିତ୍ତ ପରିବାରର ଏସବୁ ସାଧାରଣ କଥା। ପ୍ରତ୍ୟେକ ମାସର ଶେଷ ସପ୍ତାହକୁ ଦରମା ଖାଲି ଆଉ ଘରେ ବିଶୃଙ୍ଖଳା। ଏଣୁ ବେହିସାବୀ ହୋଇ ଖର୍ଚ୍ଚବାର୍ଚ୍ଚ ନ କରି ବରଂ ଜଣେ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ଭାବରେ କାର୍ଯ୍ୟ କଲେ ନିଜର ତଥା ନିଜ ପରିବାରର ମଙ୍ଗଳ ହିଁ ହେବ।
ମଙ୍ଗଳାବାଗ, କଟକ
ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri