ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ସରକାରୀ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷାର ମାନ କମିଯାଉଥିତ୍ବା ଅଭିଯୋଗ ହେଉଛି। ଫଳରେ ବାଧ୍ୟହୋଇ ଅଭିଭାବକମାନେ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଉଛନ୍ତି। ସୂଚନାଯୋଗ୍ୟ, ଡେରାବିଶ ବ୍ଲକରେ ଛତୁପୁଟିଲା ପରି ବେସରକାରୀ ବିଦ୍ୟାଳୟ ଗଢ଼ି ଉଠୁଥିବା ବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ କମିବାରେ ଲାଗିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଡେରାବିଶ ବ୍ଲକରୁ ୧୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ସେଥିରୁ ୧୧ ଜଣ ହେଲେ ବେସରକାରୀ ବିଦ୍ୟାଳୟର। ପିଲାମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ସରକାରୀ ବିଦ୍ୟାଳୟଗୁଡିକରେ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିତ୍ବା ବେଳେ ଏଥିପାଇଁ ସରକାରୀ ରାଜକୋଷରୁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। ମାତ୍ର ଛାତ୍ରୀଛାତ୍ରମାନଙ୍କ ପାଠ ପଢ଼ାରେ ଉନ୍ନତି ହେଉନାହିଁ। ପ୍ରତିବର୍ଷ ପ୍ରଥମରୁ ପଞ୍ଚମ ଯାଏଁ ଉଜ୍ଜ୍ୱଳ ଯୋଜନା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ଦୁର୍ବଳ ଛାତ୍ରୀଛାତ୍ରୀଙ୍କୁ ବିଭକ୍ତ କରାଯାଇ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅନ୍ତର୍ଗତ ଛାତ୍ରୀଛାତ୍ରଙ୍କୁ ଲେବୁଲ୍‌ – ୧ ଓ ଲେବୁଲ୍‌ -୨ରେ ବିଭକ୍ତ କରାଯାଇ ଶିକ୍ଷାଦାନ ଦିଆଯାଉଛି। ଏସବୁ ସତ୍ତ୍ୱେ ପିଲାମାନେ ପାଠପଢ଼ାରେ ଦୁର୍ବଳ ରହୁଛନ୍ତି। ଏଥିଯୋଗୁ ଉଚ୍ଚପ୍ରାଥମିକରୁ ହାଇସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ଶିକ୍ଷାରେ ଦୁର୍ବଳ ରହୁଛନ୍ତି। ଫଳରେ ବିଦ୍ୟାଳୟରେ ପାଠପଢ଼ା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ହୋଇ ନ ଥିବାରୁ ଏବେ ଡେରାବିଶ ଶିକ୍ଷା ବିଭାଗର ଚେତା ପଶିଛି। ଗତ ସୋମବାର ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଗଣେଶପୁରସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାପୀଠରେ ୮ଟି କ୍ଲଷ୍ଟରର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା ା ସେଥିରେ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନା ଉପରେ ଗୁରୁତ୍ୱ ଦିଆଯିବାସହ ଛାତ୍ରୀଛାତ୍ରଙ୍କୁ ସାଧାରଣଜ୍ଞନ, ପ୍ରବନ୍ଧ ଓ ବକ୍ତୃତା ସହ ବିଦ୍ୟାଳୟର ପାଠାଗାରର ସାହାଯ୍ୟ ନେବା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିସହ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଏବଂ ପଢ଼ାଖାତା ତଦରଖା କରିବାପାଇଁ ଗୁରୁତ୍ୱ ଦିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri