‘ବେଶି ଟେଷ୍ଟ ହେଲେ ଅଧିକ ସଂକ୍ରମିତ ବାହାରିବେ’

ୱାଶିଂଟନ,୭ା୬: କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଗ୍ରେ ରହିଛି ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାକୁ ବସିଥିବାବେଳେ ୧ ଲକ୍ଷ ୧୨ ହଜାର ଲୋକ ଆଖିବୁଜିଲେଣି। ହେଲେ ଭାରତ ଓ ଚାଇନାରେ ଯଦି ଅଧିକ ଟେଷ୍ଟ କରାଯାଏ ତା’ହେଲେ ଉଭୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆମେରିକାଠାରୁ ବହୁ ଅଧିକ ହେବ। ଶୁକ୍ରବାର ମୈନ୍‌ସ୍ଥିତ ପୁରିଟାନ ମେଡିକାଲ ପ୍ରଡକ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି କହିଛନ୍ତି। ତାଙ୍କ ମତରେ ଆମେରିକାରେ ୨ କୋଟି ଲୋକଙ୍କ କରୋନା ଯାଞ୍ଚ କରାଯାଇଛି, ଯାହାକି ଅନ୍ୟ ଦେଶ ତୁଳନାରେ ଅଧିକ। ଜର୍ମାନୀରେ ୪୦ ଲକ୍ଷ ଏବଂ ଦକ୍ଷିଣ କୋରିଆରେ ୩୦ ଲକ୍ଷ ଯାଞ୍ଚ କରାଯାଇଥିବା ସେ କହିଛନ୍ତି।
ଜନସଂଖ୍ୟା ଦୃଷ୍ଟିରୁ ଆମେରିକାର ସ୍ଥାନ ବିଶ୍ୱରେ ୩ୟରେ ଥିବାବେଳେ ଚାଇନା ଏବଂ ଭାରତର ସ୍ଥାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ। ଆମେରିକାର ଜନସଂଖ୍ୟା ୩୩ କୋଟିରୁ ଊର୍ଦ୍ଧ୍ୱ ଥିବାବେଳେ ଚାଇନାର ଜନସଂଖ୍ୟା ପ୍ରାୟ ୧୪୪ କୋଟି ଏବଂ ଭାରତର ଜନସଂଖ୍ୟା ହେଉଛି ପ୍ରାୟ ୧୩୮କୋଟି। ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୩ ହଜାର ହୋଇଥିବାବେଳେ ଭାରତରେ ୨ ଲକ୍ଷ ୪୦ ହଜାର ଟପିଲାଣି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଇଛି। ଆମେରିକାବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ଆମେରିକାରେ ଅଧିକ ସଂକ୍ରମଣ ମାମଲା ରହିଛି, କାରଣ ଏଠାରେ ଅଧିକ ଟେଷ୍ଟ କରାଯାଉଛି। ଭାରତ ଓ ଚାଇନା ଭଳି କେତେକ ଦେଶରେ ଯଦି ଅଧିକ ଟେଷ୍ଟ କରାଯାଏ ତା’ହେଲେ ସେଠାରେ ମଧ୍ୟ ବହୁ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ନିଶ୍ଚିତ। ସେ ପୁରିଟାନ ମେଡିକାଲ ପ୍ରଡକ୍ଟକୁ ଉଚ୍ଚ ପ୍ରଶଂସା କରିଥିଲେ। ଉଚ୍ଚମାନର ମେଡିକାଲ ସ୍ବାବ୍‌ ଉତ୍ପାଦନ କରିବାରେ ପୁରିଟାନ ଶ୍ରେଷ୍ଠ କମ୍ପାନୀ ମଧ୍ୟରୁ ଅନ୍ୟତମ। ତ୍ୱରିତ ପରୀକ୍ଷଣ ପାଇଁ ଏହି ସ୍ବାବ୍‌ ଗୁରୁତ୍ୱପୂର୍ଣ୍ଣ। ଟେଷ୍ଟିଂ କ୍ଷମତା ବୃଦ୍ଧି ଯୋଗୁ ଆମେରିକା ଲକ୍‌ଡାଉନରୁ ମୁକ୍ତ ହେବାରେ ଲାଗିଛି ଏବଂ ଦେଶର ଅର୍ଥନୀତି ସୁଧରିବାରେ ଲାଗିଛି।
ଆମେ ଭୟକୁ ବାସ୍ତବରେ ପରିଣତ କରିବାକୁ ଦେଇନାହୁଁ। ଆମେରିକା ଇତିହାସରେ ମାସିକ ଚାକିରିରେ ପ୍ରାୟ ଦୁଇଗୁଣ ବୃଦ୍ଧି ଘଟିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ସେ ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟପ୍ରତି ନିର୍ବାଚନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସୂଚନାଥାଉ କି ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ବିଜୟୀ ହେବା ନେଇ ଏକାଧିକ ଜନମତ ସର୍ଭେ ଭବିଷ୍ୟବାଣୀ କରୁଛନ୍ତି। ହେଲେ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ଭୁଲ୍‌ ରାଷ୍ଟ୍ରପତି ଚୟନ କରାଗଲେ ସେ ଟିକସ ବଢ଼ାଇବେ ଏବଂ ସୀମା ଖୋଲିଦେବେ। ଫଳରେ ସମସ୍ତେ ଆମ ଦେଶରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri