ବେପାର ବୁଡ଼ାଇଲା ବେମାର

ବଅଁରପାଳ,୨୭ା୫(ଡି.ଏନ.ଏ.) – ଲକ୍‌ଡାଉନ କୋହଳ ହେଲାଣି। ଘରୁ ବାହାରି ଲୋକେ ବଜାର ଧରିଲେଣି। ହେଲେ ମୁହଁରୁ ଖସୁନି ମାସ୍କ କି ସାଥିରୁ ହଟୁନି ସାନିଟାଇଜର। ପୁଣି ସନ୍ଧ୍ୟାରୁ ସକାଳ ଯାଏ ଲାଗିଛି କର୍ଫ୍ୟୁ। କଟକଣା ନ ମାନିଲେ ଦେବାକୁ ପଡ଼ୁଛି ଜରିମାନା। ସାମାଜିକ ଦୂରତ୍ୱ ନ ରଖିଲେ ଭୟ ଦେଖାଉଛି କରୋନା। ଏପରି ଅବସ୍ଥାରେ ଗୁପ୍‌ଚୁପ୍‌ ଖାଇବ କିଏ। ସନ୍ଧ୍ୟାର ଖଟାମିଠା ସ୍ବାଦ ଖରାବେଳେ ସେମାନଙ୍କୁ ଖୁସି ଦେବ କିପରି। ତେଣୁ ବ୍ୟାପୁଥିବା ଏ ଭାଇରସ୍‌ ବେମାର ଗୁପ୍‌ଚୁପ୍‌ ବେପାରକୁ ବୁଡ଼ାଇ ଦେଇଛି। ଶହ ଶହ ବ୍ୟବସାୟୀଙ୍କୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଏବେ କେମିତି ପରିବାର ଚଳାଇବୁ ସେହି ଚିନ୍ତାରେ ପଡ଼ିଛୁ ବୋଲି କହିଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର କେତେଜଣ ଗୁପ୍‌ଚୁପ୍‌ ବିକାଳି।
ବଅଁରପାଳ ଅଞ୍ଚଳରେ ଶତାଧିକ ଗୁପ୍‌ଚୁପ୍‌ ବ୍ୟବସାୟୀ ବର୍ଷ ବର୍ଷ ଧରି ବେପାର କରି ଆସୁଛନ୍ତି। ସେମାନେ ମୁଖ୍ୟତଃ ବଅଁରପାଳ ବଜାର, ନାଲ୍‌କୋ ଟାଉନଶିପ୍‌, ଗିରାଙ୍ଗ, ସିପିପି ରାସ୍ତା, ନାଲ୍‌କୋ କଲୋନୀ ଆଦି ସ୍ଥାନଗୁଡ଼ିକରେ ଗୁପ୍‌ଚୁପ୍‌ ବିକ୍ରି କରିଥାନ୍ତି। ଦିନବେଳା କଁା ଭଁା ବାହାରକୁ ଆସୁଥିବା ଏହି ବ୍ୟବସାୟୀ ସନ୍ଧ୍ୟାରେ ବଜାର, କଲୋନୀ ରାସ୍ତା ପାର୍ଶ୍ୱରେ ଆସ୍ଥାନ ଜମାଇ ଦେଇଥାନ୍ତି। ଦୈନିକ ଜଣେ ବ୍ୟବସାୟୀ ପ୍ରାୟ ୫ ହଜାର ଟଙ୍କା ରୋଜଗାର କରିଥାନ୍ତି। ଖର୍ଚ୍ଚ ଯାଇ ଯାହା କିଛି ଲାଭ ବାହାରେ ସେଥିରେ ସେମାନେ ପରିବାର ଚଳାନ୍ତି। ହେଲେ କରୋନା ଯୋଗୁ ଗୁପ୍‌ଚୁପ୍‌ ଠେଲା ଆଉ ଗଡ଼ୁନି। ୨ ମାସ ହେଲା ଘରେ ବସିଥିବାରୁ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ମଧ୍ୟ ସରିଗଲାଣି। ଏଣିକି ବେପାର ନ କଲେ ପରିବାର ଉପବାସରେ ରହିବା ଏକପ୍ରକାର ନିଶ୍ଚିତ। କିନ୍ତୁ ବଢ଼ୁଥିବା ଏ ବେମାର ବେଳାରେ କିଏ ସେମାନଙ୍କୁ ବିଶ୍ୱାସକୁ ନେବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁପ୍‌ଚୁପ୍‌ ବ୍ୟବସାୟୀ ଗିରାଙ୍ଗ ଗ୍ରାମର ଟୁନା ସାହୁ ଓ ଶରତ ସାହୁ କହିଛନ୍ତି, ଏହି ବେପାର ହିଁ ଆମମାନଙ୍କ ଏକମାତ୍ର ରୋଜଗାରର ପନ୍ଥା। ବର୍ଷତମାମ ଏଥିରୁ ପରିବାର ଭରଣ ପୋଷଣ କରିବାକୁ ପଡ଼େ। ନାଲ୍‌କୋ ସିପିପି ରାସ୍ତା କଡରେ ଦୈନିକ ସା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆମ ଠେଲା ନିକଟରେ ଲୋକଙ୍କ ଭିଡ଼ ଜମିଥାଏ। ମାତ୍ର କରୋନା କାରଣରୁ ବେପାର ବନ୍ଦ ହୋଇଯାଇଛି। ଆଗକୁ ପିଲାଛୁଆଙ୍କ ମୁହଁରେ କେମିତି ଦାନା ଦେବୁ ସେ କଥା ସରକାର ବୁଝନ୍ତୁ ବୋଲି କହିଛନ୍ତି ଏହି ଗୁପ୍‌ଚୁପ୍‌ ବେପାରୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri