ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ କରିଛନ୍ତି। ଖରାଦିନରେ ପାଣି ଅଭାବଜନିତ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମବାସୀ ପୀତାବଲି କଟାରେ ମାଛ ମରାଯିବାକୁ ବନ୍ଦ କରିଛନ୍ତି ା ଗତ ଦୁଇବର୍ଷ ହେଲା ଏହି କଟାକୁ ଗ୍ରାମବାସୀଙ୍କ ସ୍ନାନ ଶୌଚ ପାଇଁ ରଖାଯାଇଛି ା ଖରାଦିନରେ ମାଛ ମାରିଲେ ପାଣି ଦୂଷିତ ହୋଇଯିବ ବୋଲି ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଛନ୍ତି ା ଏଣୁ ପଞ୍ଚାୟତ ତରଫରୁ ଏହି କଟାକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି ମହିଳାମାନେ କହିଛନ୍ତି। ଏହାସତ୍ତ୍ୱେ କେତେକ ଧୀବର କଟାରେ ବେଆଇନ୍‌ ଭାବେ ମାଛ ମାରୁଛନ୍ତି ା ଫଳରେ କଟାର ପାଣି ଦୂଷିତ ହୋଇଯାଉଛି ା ଲୋକେ ଦୂଷିତ ପାଣି ଗାଧେଇ ପାରୁନାହାନ୍ତି ା ଏନେଇ ପଞ୍ଚାୟତ ପକ୍ଷରୁ କିଛି କରାନଯିବାରୁ ଶେଷରେ ଗଁାର କେତେକ ମହିଳା ରବିବାର କଟାକୁ ଯାଇ ଧୀବରଙ୍କ ଜାଲ ଜବତ କରିଛନ୍ତି ା ଜାଲ ଜବତ କରିବା ବେଳେ ଜଣେ ଧୀବର ଭୂମିସୂତା ଭୋଇ ନାମକ ଜଣେ ମହିଳାଙ୍କୁ ଧକ୍କା ମାରି ଜାଲ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ା ଏନେଇ ପୁଇଁତଲା ଥାନାକୁ ମଧ୍ୟ ସୂଚନା ଦିଆଯାଇ ଏହି ବେଆଇନ୍‌ ଧୀବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?