ବେଆଇନ ନିର୍ମାଣକୁ ମାଫ୍‌

ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍‌) ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ଆବାସିକ ଘର ପାଇଁ ଅନୁମୋଦନକୁ ଉଲ୍ଲଂଘନ କରି ଗୃହ ନିର୍ମାଣ କରିଥିଲେ ପ୍ରତିବର୍ଷ ମିଟରକୁ ୨୫୦ ଟଙ୍କା ଏବଂ ଅଣ ଆବାସିକ ଗୃହ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଫ୍ଲୋର ଏରିଆ ରେସିଓ (ଏଫ୍‌ଆରଏ) ଉଲ୍ଲଂଘନ ହୋଇଥିଲେ ଆବାସିକ ଗୃହ ପାଇଁ ୫୦୦ ଏବଂ ଅଣଆବାସିକ ଗୃହ ପାଇଁ ୫୦୦ କିମ୍ବା ଜମିର ବେଞ୍ଚମାର୍କ ମୂଲ୍ୟର ୨୫ ପ୍ରତିଶତ ହିସାବରେ ଜରିମାନା ଦେବାକୁ ପଡିବ। ସେହିପରି ପାର୍କିଂ ପାଇଁ ମହାନଗର ନିଗମ ଅଞ୍ଚଳରେ ପ୍ରତିବର୍ଗ ମିଟରକୁ ୧୦ହଜାର, ମ୍ୟୁନିସିପାଲିଟି ଅଞ୍ଚଳ ପାଇଁ ୮ ହଜାର, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଞ୍ଚଳରେ ୬ ହଜାର ଏବଂ ଗ୍ରାମାଞ୍ଚଳରେ ୫ ହଜାର ଟଙ୍କା ଜରିମାନା ରାଶି ଧାର୍ଯ୍ୟ କରାଯାଇଛି। ତେବେ ବହୁତଳ ଅଟ୍ଟାଳିକା, ନର୍ସିଂହୋମ, ଶିକ୍ଷାନୁଷ୍ଠାନ କୋଠାଗୁଡ଼ିକ ପାଇଁ କେତେକ କଟକଣା ରହିଛି। ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିବାକୁ ଅଗ୍ନିଶମ, ବିଦ୍ୟୁତ୍‌ ବିଭାଗ, ଡ୍ରେନେଜ ବିଭାଗରୁ ଆପତ୍ତି ବିହୀନ (ନୋ ଅବ୍‌ଜେକ୍ସନ) ସାର୍ଟିଫିକେଟ ଆଣିବାକୁ ହେବ। ରାଜ୍ୟରେ ଥିବା ୯ଟି ଉନ୍ନୟନ କର୍ତ୍ତୃପକ୍ଷ(ଡେଭେଲପମେଣ୍ଟ ଅଥରିଟି)ରେ ଏହାକୁ ଲାଗୁ କରାଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନ୍ସରେ ଥିବା ନିୟମାବଳୀ ଆଧାରରେ ନୂତନ ଭାବେ ପ୍ରଣୟନ କରାଯାଇଥିବା ବେଆଇନ ନିର୍ମାଣ ନିୟମିତ ଯୋଜନା-୨୦୧୮ରେ ନିୟମ ଉଲ୍ଲଂଘନକାରୀ ଏହି ସୁବିଧା ପାଇବେ।
ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ(ଡେଭେଲପମେଣ୍ଟ ଅଥରିଟି) ଅଞ୍ଚଳରେ ଲକ୍ଷାଧିକ ବେଆଇନ ଗୃହ ଗଢି ଉଠୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେଗୁଡ଼ିକୁ ଭାଙ୍ଗିବା ମଧ୍ୟ ସହଜସାଧ୍ୟ ବ୍ୟାପାର ନୁହେଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଜୁନ ୨୦ ତାରିଖରେ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ଇତି ମଧ୍ୟରେ ଏହାର ସମୟ ସୀମା ୩ ଥର ବୃଦ୍ଧି କରାଯାଇ ସାରିଲାଣି। ବେଆଇନ ନିର୍ମାଣ କରିଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରି ସେଗୁଡ଼ିକ ଆଇନସିଦ୍ଧ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ମାତ୍ର ଜରିମାନା ରାଶି ଅଧିକ ଥିବାରୁ ଏହି ଯୋଜନା ପ୍ରତି ଲୋକମାନଙ୍କର ଆଗ୍ରହ ପ୍ରକାଶ ପାଇଲା ନାହିଁ। ୨୦୧୮ ଜୁନ ମାସରୁ ୨୦୧୯ ଅଗଷ୍ଟ ମଧ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ମାତ୍ର ୨୫୧୨ଟି ଆବେଦନ ଆସିଛି। ପ୍ରାୟ ୩୪ କୋଟି ଟଙ୍କା ଆଦାୟ କରାଯାଇଛି। ଏହି ଯୋଜନାରେ ଆଶାନୁରୂପ ସଫଳତାର ମିଳୁ ନ ଥିବାରୁ ଜରିମାନା ରାଶି ହ୍ରାସ କରାଯାଇ ୨୦୧୯ ଅଗଷ୍ଟରୁ ୨୦୨୦ ଫେବୃୟାରୀ ଯାଏ ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରାଯାଇଛି।
ଏହି ସ୍କିମ୍‌ ଆରମ୍ଭ କରାଯିବା ବେଳେ ବେଆଇନ ଘର, ପାର୍କିଂକୁ ନିୟମିତ କରିବାକୁ ହେଲେ ଆବେଦନକାରୀଙ୍କୁ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ରେଗୁଲେଶନରେ ଥିବା କମ୍ପାଉଣ୍ଡିଂର ୪୦ ପ୍ରତିଶତ ଅଧିକ ଦେବାକୁ ଧାର୍ଯ୍ୟ କରାଯାଇଥିଲା। ମହାନଗର ନିଗମ ଅଞ୍ଚଳ ପାଇଁ ଘରର ଚାରିପାଖ ଅଧିକ ନିର୍ମାଣ କରିଥିଲେ ପ୍ରତିବର୍ଗ ମିଟରକୁ କମ୍ପାଉଣ୍ଡିଂ ମୂଲ୍ୟର ୧.୪ ଗୁଣ, ମ୍ୟୁନିସିପାଲିଟି ପାଇଁ ୧.୩, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ୧.୨ ଏବଂ ଗ୍ରାମାଞ୍ଚଳ ପାଇଁ ୧.୧ ଗୁଣ ଜରିମାନା ଦେବାକୁ ନିଷ୍ପତ୍ତି ହୋଇଥିଲା। ଫ୍ଲୋର ଏରିଆ ରେସିଓ(ଏଫଏଆର) ଅଧିକ ନିର୍ମାଣ କରିଥିଲେ ଜମିର ବେଞ୍ଚମାର୍କ ମୂଲ୍ୟ ଆଧାରରେ ଜରିମାନା ଦେବାକୁ କୁହାଯାଉଥିଲା । ଯଦି ପାର୍କିଂ ସ୍ଥଳ ବେଆଇନ ଭାବେ ନିର୍ମାଣ କରିଛନ୍ତି ତେବେ ମହାନଗର ନିଗମ ଅଞ୍ଚଳ ପାଇଁ ପ୍ରତିବର୍ଗ ମିଟରକୁ ଆବାସିକ ଗୃହ ପାଇଁ ୧୦ ହଜାର, ଅଣ ଆବାସିକ ଗୃହ ପାଇଁ ୧୭,୫୦୦ ଟଙ୍କା, ମ୍ୟୁନିସିପାଲିଟି ଅଞ୍ଚଳ ପାଇଁ ଯଥାକ୍ରମେ ୮ ହଜାର ଓ ୧୫ ହଜାର,ଏନଏସି ଅଞ୍ଚଳ ପାଇଁ ୬ ହଜାର ଓ ୧୩ ହଜାର ଏବଂ ଗ୍ରାମାଞ୍ଚଳ ପାଇଁ ଯଥାକ୍ରମେ ୫ ହଜାରରୁ ୧୦ ହଜର ଟଙ୍କା ଜରିମାନା ରାଶି ପଇଠ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ସ୍କିମ୍‌ ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧି ହେଉ ନ ଥିବାରୁ ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ତେବେ ରାସ୍ତା, ସରକାରୀ ଜମି, ଡ୍ରେନ, ଐତିହ୍ୟ ଓ ନିଷିଦ୍ଧାଞ୍ଚଳରେ ଗୃହ ନିର୍ମାଣ କରିଥିଲେ ଏହି ଯୋଜନାରେ ସେଗୁଡିକୁ ନିୟମିତ କରାଯାଇ ପାରିବ ନାହିଁ।
ଏହା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଆସୁଥିବା ସମସ୍ତ ମହାନଗର ନିଗମ, ମ୍ୟୁନିିସିପାଲିଟି,ଏନଏସି ଓ ଗ୍ରାମାଞ୍ଚଳ ପାଇଁ ଲାଗୁ କରାଯାଇଛି। ୩୦୦ ବର୍ଗ ମିଟର ପର୍ଯ୍ୟନ୍ତ ଥିବା ପ୍ଲଟ ପାଇଁ କୌଣସି ପାର୍କିଂ ସ୍ଥାନ, ସେଟ୍‌ବ୍ୟାକର ଆବଶ୍ୟକ ନାହିଁ। ସମ୍ପୂର୍ଣ୍ଣ ପ୍ଲଟ ଉପରେ ଘର ନିର୍ମାଣ ହୋଇଥିଲେ ମଧ୍ୟ ଏହି ଯୋଜନାରେ ତାହାକୁ ନିୟମିତ କରାଯାଇ ପାରିବ। ଏଥିପାଇଁ ପଡୋଶୀଙ୍କ ଠାରୁ କୌଣସି ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ(ଏନଓସି) ଆଣିବା ଦରକାର ନାହିଁ। ମାତ୍ର ଅଟ୍ଟାଳିକା କିମ୍ବା ବୃହତର ନିର୍ମାଣ କ୍ଷେତ୍ରରେ ଯଦି ଘର ମାଲିକ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିବାକୁ ଚାହୁଁଛନ୍ତି ତେବେ ପଡୋଶୀଙ୍କ ଠାରୁ ଏନଓସି ଆଣିବା ବାଧ୍ୟତାମୂଳକ କରାଯାଇଛି। ଯଦି ୩୦୦ ବର୍ଗ ମିଟର ଜମି ଉପରେ ବହୁତଳ ଅଟ୍ଟାଳିକା ନିର୍ମାଣ କରାଯାଇଥିବ ସେଠାରେ ସେଟବ୍ୟାକ କିମ୍ବା ପାର୍କିଂ କମ୍‌ ଥିଲେ ମଧ୍ୟ ଜରିମାନା ପଇଠ କରି ଅନୁମୋଦନ ପାଇ ପାରିବେ। ବହୁତଳ ଅଟ୍ଟାଳିକା ସେଟବ୍ୟାକ ଓ ପାର୍କିଂ ଆଦିକୁ ୨୫ ପ୍ରତିଶତ କୋହଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri