ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାଶ: ଝିଅର ପରକୀୟା ପ୍ରୀତି ମା’ବାପାଙ୍କ ଜୀବନ ନେଲା

ପାଟଣା,୧୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମ ପଡା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା ା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଘଟଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପାଟଣା ଥାନା ସରାସ କୋଲା ପଞ୍ଚାୟତ ଖମୁଆଁ ଗ୍ରାମ କୁସୁମପଶି ସାହିର ଦନାର ମୁଣ୍ଡା। ଏନେଇ ଘଟଗାଁ ଥାନାରେ ଏକ ହତ୍ୟା ମାମଲା (ନଂ.୧୧୫/୧୯) ରୁଜୁ ହୋଇଛି ା ପୋଲିସ ତନାଘନା ଚଳାଇଛି ା
ପୋଲିସ ସୂଚନା ଅନୁଯାୟୀ ରାମାଇଙ୍କ ଦ୍ୱିତୀୟ ଝିଅ କାଂଶଲା ମହୁଲଡିହା ଗ୍ରାମ ଦଲକୀ ସାହିର ମାଟାଇ ମୁଣ୍ଡାଙ୍କୁ ବିବାହ କରିଥିଲେ। ତାଙ୍କର ୪ ସନ୍ତାନ ଅଛନ୍ତି। କିନ୍ତୁ ଉପରୋକ୍ତ ଘଟଣା ଘଟିବାର ୨୫ଦିନ ପୂର୍ବରୁ କୁସୁମପଶି ସାହିର ରାଜମିସ୍ତ୍ରି ଦନାରଙ୍କ ସହ କାଂଶଲା କେଉଁ ଆଡ଼େ ଚାଲିଯାଇଥିଲେ। ତାଙ୍କର କୌଣସି ଖୋଜ୍‌ ଖବର ପରିବାର ଲୋକଙ୍କୁ ମିଳି ନ ଥିଲା ା ଦନାରଙ୍କ ପାଖରେ ୨୫ ଦିନ ରହିବା ପରେ କାଂଶଲା ତାଙ୍କ ପ୍ରଥମ ସ୍ବାମୀ ମାଟାଇଙ୍କ ପାଖକୁ ଫେରିବାକୁ ଚାହିଁଥିଲେ ା ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବରେ କାଂଶଲାଙ୍କ ମା’ବାପାଙ୍କ ସହ ଜ୍ୱାଇଁ ମାଟାଇ ମଧ୍ୟ ରାଜି ହୋଇ ନ ଥିଲେ। ଝିଅକୁ ଛାଡି ଦେଲେ ଦନାରଙ୍କୁ ଗୁଣିଗାରେଡି କରି ଜୀବନରୁ ମାରିଦେବି ବୋଲି ରାମାଇ ଧମକ ଦେଇଥିଲେ ା ଏହାପରେ ଦନାର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ା ଗତ ଶନିବାର ରାତିରେ ଦନାର ସ୍କୁଟିରେ ଘରୁ ଏକ ଘାନା(ବଡ଼ ପଥର) ନେଇ ଘଟଣାସ୍ଥଳକୁ ଯାଇଥିଲେ ା ସେତେବେଳେ ଘର ବାରଣ୍ଡାରେ ବୃଦ୍ଧ ଦମ୍ପତି ରାମାଇ ଓ ଚମ୍ପା ଶୋଇଥିଲେ ା ଏହାକୁ ସୁଯୋଗ ଭାବି ଦନାର ସେହି ପଥରରେ ବୁଦ୍ଧ ଦମ୍ପତିଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ା ଗିରଫ ପରେ ଦନାର ଏହି କଥାକୁ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ତଦନ୍ତକାରୀ ଥାନା ଅଧିକାରୀ ବନ୍ଦନା ପାତ୍ର ହତ୍ୟାକାଣ୍ଡରେ ବ୍ୟବହୃତ ଘାନା, ରକ୍ତ ଲଗା ପ୍ୟାଣ୍ଟ ଶାର୍ଟ ଓ ଏକ ସ୍କୁଟିକୁ ଜବତ କରିଛନ୍ତି। ହତ୍ୟାକାଣ୍ଡରେ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅନୁମାନ କରି ଏସ୍‌ଡିପିଓ ରବୀନ୍ଦ୍ର ମଲିକ ତଦନ୍ତକୁ ବ୍ୟାପକ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri