ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫
ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ ବିଦ୍ୟୁତ୍‌ ଡିଭିଜନରେ କାର୍ଯ୍ୟ କରୁଥିବା ୧୦୦୦ କର୍ମଚାରୀ ଜୀବିକା ହରାଇଛନ୍ତି। କରୋନା ସଙ୍କଟ ସମୟରେ ବୃତ୍ତି ହରାଇବା ସେମାନଙ୍କ ପରିବାରକୁ ଦୁର୍ଦ୍ଦିନକୁ ଟାଣିନେଇଛି। ସରକାରଙ୍କ ତୁରନ୍ତ ଏହାର ପ୍ରତିକାର ନ କଲେ ବାଧ୍ୟ ହୋଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ଏବଂ ଆବଶ୍ୟକ ପଡ଼ିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ନିଜ ସମସ୍ୟା ସମ୍ପର୍କରେ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏଥିସହ ଏମ୍‌ପି, ଖଣିମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ଏସ୍‌ପି, ଶ୍ରମ ଅଧିକାରୀ, ସେସୁ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲା ଓକିଲ ସଂଘକୁ ମଧ୍ୟ ଅବଗତ କରାଇଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ଢେଙ୍କାନାଳ ବିଦ୍ୟୁତ୍‌ ଡିଭିଜନରେ ୧୦୦୦ରୁ ଊର୍ଦ୍ଧ୍ୱ ଠିକା ବିଦ୍ୟୁତ୍‌ କର୍ମଚାରୀ ୨୦୧୨ରୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି। ବାତ୍ୟା, ବନ୍ୟା, ଗ୍ରୀଷ୍ମପ୍ରବାହ ଏପରି କି କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟ ଭୁଲିନାହାନ୍ତି। ହେଲେ ସେସୁକୁ ୨୫ବର୍ଷ ପାଇଁ ଘରୋଇକରଣ କରାଯିବା ସହ ଅନ୍ୟ ଏକ କମ୍ପାନୀ ହାତକୁ ଟେକିଦିଆଯାଇଛି। ଫଳରେ ଠିକା କର୍ମଚାରୀ ଜୀବିକା ହରାଇଛନ୍ତି। କରୋନା ସମୟରେ କର୍ମଚାରୀଙ୍କୁ ଛଟେଇ ନ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏପରି ବ୍ୟତିକ୍ରମକୁ ନେଇ ସମ୍ପୃକ୍ତ ଠିକା କର୍ମଚାରୀମାନେ କ୍ଷୋଭବ୍ୟକ୍ତ କରିଛନ୍ତି। ବୃତ୍ତି ହରାଇଥିବା କର୍ମଚାରୀଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ମନୋରଞ୍ଜନ ବେହେରା, ରଣଜିତ ବାସ୍କେ, ଅଭୟ ମିଶ୍ର, ବିବେକ ମହାପାତ୍ର, ଦେବାଶିଷ ବେହେରା, ଦେବାଶିଷ ଲେଙ୍କା ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ବୃତ୍ତି ହରାଇଥିବା କର୍ମଚାରୀଙ୍କୁ ଥଇଥାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri