‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ତରଫରୁ କି ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲାପାଳ ଆଲୋଚନା କରି ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ। ବାତ୍ୟାରେ ଯେପରି କୌଣସି ପ୍ରକାର ଧନଜୀବନ ହାନି ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
ଜିଲାରେ ରହିଥିବା ୧୪୦ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳଗଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକରେ ମହଜୁଦ୍‌ ରହିଥିବା ପଲିଥିନ ଷ୍ଟକ୍‌ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବାତ୍ୟା/ବନ୍ୟାପ୍ରବଣ ଗ୍ରାମଗୁଡ଼ିକରେ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଜିଲା ଜରୁରୀକାଳୀନ ବିଭାଗ, ଉପଜିଲାପାଳ, ସମସ୍ତ ତହସିଲଦାର, ବିଡ଼ିଓଙ୍କ କାର୍ଯ୍ୟାଳୟ ସମେତ ମେଡ଼ିକାଲ ଓ ଅନ୍ୟାନ୍ୟ ବିଭାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ। ବିଦ୍ୟୁତ ବିଭାଗକୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ପରିସ୍ଥିତିରେ ତାକୁ ସ୍ବଳ୍ପ ସମୟ ମଧ୍ୟରେ ପୁନଃ ପ୍ରତିଷ୍ଠା କରିବା ପାଇଁ ନେସ୍କୋ ଅଧକାରୀଙ୍କୁ କୁହାଯାଇଥିଲା। ଚାଷୀମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲଗୁଡ଼ିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଆସନ୍ତା ୮ ଓ ୯ତାରିଖରେ ୨୪ ଘଣ୍ଟା ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଜିଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ନିମନ୍ତେ ଚୂଡ଼ା, ଗୁଡ଼ ଆଦି ଶୁଖିଲା ଖାଦ୍ୟ ମହଜୁଦ୍‌ କରି ବିଭିନ୍ନ ରିଟେଲ କେନ୍ଦ୍ରରେ ଉପଲବ୍ଧ କରିବା, କିରୋସିନ ମହଜୁଦ ରଖିବା ଏବଂ ଫ୍ରି କିଚେନ ନିମନ୍ତେ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଛୁଟି ବାତିଲ୍‌ କରାଯାଇ ଥିବାବେଳେ ସିଫ୍ଟ ଅନୁଯାୟୀ ସେମାନଙ୍କ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଚାର୍ଟ ପ୍ରସ୍ତୁତ କରାଯିବ। ଡାକ୍ତରଖାନାରେ ଜେନେରଟର, ମେଡିସିନ୍‌, ହାଲୋଜିନ ଟାବଲେଟ, ପାଣି ଓ ଡ୍ରାଏ ଫୁଡ୍‌ ମହଜୁଦ୍‌ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଏଥିସହିତ ସମସ୍ତ ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ଗୋଖାଦ୍ୟ, ଔଷଧ ଓ ମୋବାଇଲ ଭ୍ୟାନ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେବା ଲାଗି ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି। ଜିଲାରେ ଥିବା ଓଡ୍ରାଫ, ଏନଡ଼ିଆରଏଫ, ଅଗ୍ନିଶମ ବିଭାଗଗୁଡିକ ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏଥିସହିତ ତାଳସାରୀଠାରେ ସ୍ବତନ୍ତ୍ର ଭାବେ ଏକ ଟିମ ମୁତୟନ ରହିବେ।
ବୈଠକରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ଜିଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର, ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri