Posted inଖେଳ

ବୁମ୍‌ରା ପାଇବେ ପଲି ଉମ୍ରିଗର ପୁରସ୍କାର

ମୁମ୍ବାଇ,୧୨।୧(ପି.ଟି.)- ଭାରତୀୟ ତରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପାଇବେ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାର। ୨୦୧୯-୨୦ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ ଆସାଧାରଣ ପ୍ରଦର୍ଶନ ପାଇଁ ଏଥର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ରବିବାର ତାଙ୍କୁ ବିସିସିଆଇ ବାର୍ଷିକ ପୁରସ୍କାର ଉତ୍ସବରେ ଏହି ପୁରସ୍କାରରେ ସମ୍ମାନିତ କରାଯିବ।
ଦିନିକିଆରେ ବିଶ୍ୱର ୧ ନମ୍ବର ବୋଲର ବୁମ୍‌ରା ୨୦୧୮ ଜାନୁୟାରୀରେ ଦକ୍ଷିଣ ଅଫ୍ରିକା ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜରେ ସେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି। ସେ ଏସିଆର ପ୍ରଥମ ତଥା ଏକମାତ୍ର ବୋଲର ଭାବେ ଏହି ସଫଳତା ପାଇଛନ୍ତି।
ଅଷ୍ଟ୍ରେଲିଆରେ ଭାରତ ୨-୧ରେ ଐତିହାସିକ ସିରିଜ ବିଜୟ ହାସଲ କରିଥିଲା ଓ ଏହି ବିଜୟରେ ବୁମ୍‌ରାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ପୁରୁଷ କ୍ରିକେଟ ଭାବେ ବୁମ୍‌ରା ଏହି ସମ୍ମାନ ହାସଲ କରିବାକୁ ଯାଉଥିବା ବେଳେ ପୁନମ ଯାଦବ ମହିଳା ବିଭାଗରେ ଏହି ପୁରସ୍କାର ପାଇବେ। ପୁନମ୍‌ଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଲେଗ୍‌ ସ୍ପିନର ପୁନମ ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି।
ସେହିପରି ପୂର୍ବତନ ଅଧିନାୟକ କ୍ରିଷ୍ଣାମାଚାରୀ ଶ୍ରକାନ୍ତ ଓ ଅଞ୍ଜୁମ ଜୋପ୍ରାଙ୍କୁ ଯଥାକ୍ରମେ ସିକେ ନାୟୁଡୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଓ ବିସିସିଆଇ ଲାଇଫ୍‌ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ମୋଟ ୨୫ଟି ପୁରସ୍କାର ପ୍ରଦାନ କରାଯିବ। ଏଥର ୪ଟି ନୂଆ ପୁରସ୍କାରକୁ ଏଥିରେ ସାମିଲ କରାଯାଇଛି। ଦିନିକିଆରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଓ ସର୍ବାଧିକ ଉଇକେଟ ହାସଲକାରି ବୋଲରଙ୍କୁ ପୁରସ୍କୃତ କରାଯିବ। ଏଥବ ସହିତ ପୁରୁଷ ମହିଳା ବିଭାଗରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri