ବିହନ ଉତ୍ପାଦନ କ୍ଷେତ୍ରରେ ହରିଶ୍ଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ

ରଘୁନାଥପୁର,୨୭ା୨ (ଡି.ଏନ.ଏ.): ଏହି ବ୍ଲକ ରେଢୁଆ ନୂଅଗାଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଲାଲ(ଲିଭ ଆଣ୍ଡ ଲେଟ୍‌ଲିଭ୍‌)ର ପଥ ପ୍ରଦର୍ଶକ ସ୍ବାଗତ ହରିଶ୍ଚନ୍ଦ୍ର ଭୂୟଁ।ଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହାବାତ୍ୟା ପରେ ଉନ୍ନତମାନର ବିହନର ଅଭାବ ଯାହାକି ଅଞ୍ଚଳର ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ବର୍ତ୍ତମାନ ଲାଲ ସଂସ୍ଥାର ମୁଖ୍ୟ କ୍ଷେତ୍ରମୋହନ ବେହେରାଙ୍କୁ ନେଇ ବିହନ ସମସ୍ୟାର ସମାଧାନ ପାଇଁ ଆଗଭର ହୋଇ ଆସିଥିଲେ। ଯାହାଙ୍କ ପାଇଁ ସାରା ରାଜ୍ୟରେ ବିହନ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଜାରରେ ବିକ୍ରି କ୍ଷେତ୍ରରେ ଲାଲ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। କୃଷି କ୍ଷେତ୍ରରେ ଗୁରୁ ଭାବେ ସୁନାମ ଅର୍ଜନ କରିଥିବା ଭୂୟଁ।ଙ୍କ ଘର ଭୁବନେଶ୍ୱରସ୍ଥିତ ଘାଟିକିଆ ଅଞ୍ଚଳରେ ହୋଇଥିଲେ ବି ରେଢୁଆ ଅଞ୍ଚଳରେ ଗୁରୁଙ୍କ ସ୍ମରଣେ ସ୍ମୃତିଚାରଣ ସଭା କରାଯାଇଥିଲା। ଶିକ୍ଷାବିତ୍‌ ସୁରେଶ ଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସିଆର୍‌ଆର୍‌ଆଇର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଫକୀର ଚରଣ ଦାସ ଯୋଗଦେଇଥିଲେ। ସେ ବିହନ ଉତ୍ପାଦନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସ୍ବର୍ଗତ ଭୂୟଁାଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ବିହନ ପ୍ରମାଣନ ଅଧିକାରୀ ଏକାଦଶୀ ନନ୍ଦ, ପ୍ରାକ୍ତନ ଜିଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର, ଜିଲା କୃଷି ଅଧିକାରୀ ଅଜୟ କୁମାର ସେନାପତି, ତିର୍ତ୍ତୋଲ ଡିଏଓ ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତା ଭାବେ ଗୀତା ରଥ, ଅଧ୍ୟାପକ ଭଗବାନ ବିଶ୍ୱାଳ, ସରୋଜ ନାୟକ, ବିଜନ ମହାପାତ୍ର ଓ ଚୈତନ୍ୟ ଚରଣ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶୁଦ୍ଧି ରଞ୍ଜନ ବାରିକ ଅତିଥି ପରିଚୟ ପ୍ରଦାନ ଅବନୀ ବେହେରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri