ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍କୁଲ । ହେଲେ ରାଜ୍ୟ, ଦେଶ, ବିଦେଶ, ଭୂଗୋଳ, ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ଦେଇ ପାରୁଛନ୍ତି । ଏହି ବିସ୍ମୟ ବାଳିକା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି ଏଭଳି ପ୍ରତିଭା ପୂର୍ବଜନ୍ମ ସୁକୃତିର ଫଳ ବୋଲି କହୁଛନ୍ତିି।
ଅନ୍ୟ ସାଧାରଣ ପିଲାଙ୍କ ଭଳି ଖେଳକୁଦରେ ବେଶ୍‌ ଆଗ୍ରହ ରଖନ୍ତି ସ୍ମୃତିମୟୀ। ତାଙ୍କର ପ୍ରଚଣ୍ଡ ଧୀ ଶକ୍ତି ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ କି ଦୁଇଟି ନୁହଁ ମାତ୍ର ୫ମିନିଟରେ ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାରେ ସେ ସକ୍ଷମ। ପ୍ରଶ୍ନକର୍ତ୍ତାଙ୍କ ପାଟିରୁ ପ୍ରଶ୍ନ ଶେଷ ନ ହେଉଣୁ ସ୍ମୃତିମୟୀ ତାହାର ଉତ୍ତର ଦେଇ ପାରୁଛନ୍ତି। ଏହି କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକତି କରିଛି। ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ଓ ବାପା ଏହି ଅସାଧାରଣ ଲକ୍ଷଣ ଜାଣି ପାରିଥିଲେ। କଥାବାର୍ତ୍ତା ସମୟରେ ଯେକୌଣସି ଆଲୋଚନାକୁ ସେ ସହଜରେ ସ୍ମରଣ ରଖି ପାରୁଥିଲେ। ଏହି ଲକ୍ଷଣ ଦେଖି ବାପା ଶାନ୍ତନୁ ତାଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉତ୍ତର ପଢାଇବା ଆରମ୍ଭ କରିଥିଲେ। ମାତ୍ର ଏକ ମାସର ଅଧ୍ୟୟନ ପରେ ସ୍ମୃତିମୟୀ ଏବେ ଅବାଧରେ କେଇ ମିନିଟ ମଧ୍ୟରେ ଶତାଧିକ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହନ୍ତି, ଗ୍ରାମବାସୀ ବେଶ୍‌ ଖୁସି। କେହି କେହି ତାଙ୍କୁ ‘ମେମୋରୀ କୁଇନ’ବୋଲି କହୁଛନ୍ତି। ଆଗକୁ ଭଲପାଠ ପଢି ଜଣେ ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତାଙ୍କ ମା’ ସବିତା ରାଉତ କହିଛନ୍ତି, ସ୍ମୃତିମୟୀ ତାଙ୍କ ପ୍ରତିଭା ବଳରେ ଆଗକୁ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବାଦୀ ଅଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri