ହାଟଡିହି, ୩।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ବଣପାହାଡ ଘେରାରେ ଆଦିବାସୀ ଅଧ୍ୟୁଷିତ କେ.ବାଲିପାଳ(କଅଁଳେଇବାଲିପାଳ) ପଞ୍ଚାୟତ ଅବସ୍ଥିତ। ସୂଚନା ମୁତାବକ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡର ୧୫୦ ପରିବାର, କେବାଲିପାଳ ଗ୍ରାମ ଗୋଟିଏ ଓ୍ବାର୍ଡର ୯୦ ପରିବାର, ରାଇଘାଟି ଗ୍ରାମର ୩ଟି ଓ୍ବାର୍ଡର ୨୦୦ ପରିବାର, ସରମୁଣ୍ଡୀ ଗ୍ରାମ ଗୋଟିଏ ଓ୍ବାର୍ଡର ୫୦ ପରିବାର, ଭଅଁରା ଗ୍ରାମ ଗୋଟିିଏ ଓ୍ବାର୍ଡର ୯୦ ପରିବାର, ମଲ୍ଲିପଶିର ୧୫୦ ପରିବାର, ନୂଆବାଲିପାଳ ଗ୍ରାମ ୨ଟି ଓ୍ବାର୍ଡର ୧୫୦ ପରିବାର ମୋଟ ୭ଟି ଗ୍ରାମର ୧୧ଟି ଓ୍ବାର୍ଡ ପଞ୍ଚାୟତ ଅଧୀନରେ ଅଛି ା ଜନସଂଖ୍ୟା ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ହେବ ା ୧୯୬୫ ମସିହାରେ ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ପାଇଁ ନୋଟିଫିକେଶନ ହୋଇଥିବାବେଳେ ୧୯୭୦ରେ ଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ଫଳରେ ଉକ୍ତ ପଞ୍ଚାୟତର ମୟୂରନଚା, କେବାଲିପାଳ, ସରମୁଣ୍ଡି, ମଲ୍ଲିପଶି, ଭଅଁରା ପ୍ରଭୃତି ୫ଟି ଗ୍ରାମକୁ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଯାହାଦ୍ୱାରା କି ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଥିଲେ। ସେମାନଙ୍କର ଜମିସବୁ ଜଳସେଚନ ରେକର୍ଡକୁ ଚାଲିଗଲା ା ହଜାର ହଜାର ଲୋକ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହ ବାସଚ୍ୟୁତ ମଧ୍ୟ ହେଲେ ା ଇତିମଧ୍ୟରେ ୫୪ ବର୍ଷ ବିତି ସାରିଛି ା ମାତ୍ର ଘୁଞ୍ଚିପାରିନି ବିସ୍ଥାପିତଙ୍କ ଦୁଃଖ। ସେମାନଙ୍କୁ ଥଇଥାନ କରାଯାଇ ନ ଥିବା ବେଳେ କ୍ଷତିପୂରଣ ବି ମିଳିନି ା
ମୌଳିକ ସୁବିଧା ପାଇବାରୁ ଏମାନେ ବଞ୍ଚିତ ହୋଇଛନ୍ତି। ଗମନାଗମନ କ୍ଷେତ୍ରରେ ରାସ୍ତା ଖଣ୍ଡିଏ ନ ଥିବା ବେଳେ ବିଜୁଳି ସାତସପନ ପାଲଟିଛି ା ଉକ୍ତ ଅଞ୍ଚଳକୁ ଜଳପଥରେ ସାଳନ୍ଦୀ ନଈ ପାର ହୋଇ ଡଙ୍ଗାରେ ଯିବାକୁ ପଡେ। ଏପରିକି ଡଙ୍ଗାରେ ଯାତାୟାତ ସମୟରେ ନଦୀରେ ବୁଡି ପ୍ରାଣ ହରାଇଥିବାର ଉଦାହରଣ ବି ରହିଛି। ସ୍ଥଳ ପଥରେ ଯିବାକୁ ହେଲେ ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା କିମ୍ବା ବାଲେଶ୍ୱର ଜିଲାର ଔପଦା ଦେଇ ଦୀର୍ଘ ୧୦୦ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ପାନୀୟ ଜଳ ବ୍ୟବହାର କଥା ନ କହିଲେ ଭଲ। ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନାଳ ଓ ଝରଣା ପାଣିକୁ ବ୍ୟବହାର କରନ୍ତି। ରାଇଘାଟି, ମଲ୍ଲିପଶି ଓ ନୂଆବାଲିପାଳଠାରେ ୩ଟି ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଯାଇଛି ା କିନ୍ତୁ ପୂର୍ବରୁ ଲୋକମାନେ ଜଳ ପଥରେ ଆସି ଯୋଗାଣ ସାମଗ୍ରୀ ନେଉଥିଲେ ା ଗତ ୨୦୧୨-୧୩ ରେ କେବଳ ମୟୂରନଚା ଗ୍ରାମର ୨୩ଟି ପରିବାରକୁ ଜଙ୍ଗଲ ଜମି ପଟ୍ଟା ଓ ଇନ୍ଦିରାଆବାସ ଗୃହ ପ୍ରଦାନ କରାଯାଇଛି ା ସେହିପରି ଭଅଁରା ଗ୍ରାମର ୨୦ ରୁ ୨୫ ଟି ପରିବାରକୁ ରାଇଘାଟି ମୌଜାରେ ୪ ଡେସିମିଲ ଲେଖାଏ ଜାଗା ରାଜସ୍ବ ବିଭାଗ ଦେଇଛି ା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜରାଣ ମେଣ୍ଟା ଯାଉଥିବା ବେଳେ କର୍ମ ନିୟୋଜନ ପନ୍ଥା ସୃଷ୍ଟି ହୋଇପାରିନି ା ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇପଡିଥିବା ବେଳେ ଶିକ୍ଷାର ମାନେ ବି ବୁଝାପଡୁନି ା ମାଟି ଝୁମ୍ପୁଡି ଭଙ୍ଗା ଘରେ ଦହଗଞ୍ଜରେ ଜୀବନ ବିତୁଥିବା ବେଳେ ବହୁ ଲୋକ ଏବେ ବି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବାରେ ବ୍ୟତିକ୍ରମ ଦେଖାଦେଇଛି।
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା
ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...
ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…
ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...
ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ
ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…
ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...
ବୈତରଣୀ ନଦୀ ପାର୍ ହୋଇଆସିଲା ହାତୀ: ଲୋକେ ଭୟଭୀତ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...
PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...
Archives


