Posted inଖେଳ

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବହୁ ଚର୍ଚ୍ଚିତ ଜଷ୍ଟିସ ଆର.ଏମ.୍‌ ଲୋଧା ପ୍ୟାନେଲ ଦ୍ୱାରା ଦିଆଯାଇଥିବା କେତୋଟି ସଂସ୍କାରମୂଳକ ପ୍ରସ୍ତାବ ତଥା କେତେକ ପ୍ରଶାସନିକ ରିଫର୍ମ ବା ସୁଧାର କୁ କୋହଳ କରିବା ପାଇଁ ଏହି ବୈଠକରେ ସହମତି ପ୍ରକାଶ ପାଇଛି। ଖାସ୍‌ କରି ବୋର୍ଡ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏହାର ସଫଳ ରୂପାୟନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ତେଣୁ ସୁପ୍ରିମକୋର୍ଟଙ୍କ ନିକଟକୁ ଏନେଇ ପ୍ରସ୍ତାବ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ହୋଇପାରିଲେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ିବା ନେଇ ପଥ ପରିଷ୍କାର ହେବ। ଗତ ଅକ୍ଟୋବର ୨୩ରେ ଗାଙ୍ଗୁଲି ବୋର୍ଡ ସଭାପତି ନିଯୁକ୍ତ ହୋଇଥିଲେ। କୁଲିଂ ଅଫ୍‌ ପିରିୟଡ ପାଇଁ ସେ ପଦରେ ମାତ୍ର ୯ମାସ ରହିପାରିବେ। ଅର୍ଥାତ ତାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜୁଲାଇରେ ଶେଷ ହେବ। ଯଦି ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମୋଦନ କରିନ୍ତି ତା’ହେଲେ ଗାଙ୍ଗୁଲି ୨୦୨୪ ପର୍ଯ୍ୟନ୍ତ ପଦରେ ରହିପାରିବେ। ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ରେ ବୋର୍ଡ ସମ୍ପାଦକ ଜୟ ଶାହା ବିସିସିଆଇ ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଆଇସିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ କମିଟି (ସିଇସି)ରେ ପ୍ରତିନିଧିତ୍ୱ କରିଆସୁଥିଲେ।
ଏବେକାର ବୋର୍ଡ ସମ୍ବିଧାନ ଅନୁସାରେ ଯେଉଁ ପଦାଧିକାରୀ ଦୁଇ ଥର ୩ ବର୍ଷିଆ କାର୍ଯ୍ୟକାଳ ବିସିସିଆଇ କିମ୍ବା ରାଜ୍ୟ ଆସୋସିଏଶନ ପାଇଁ ପୂରା କରିଥିବେ, ସମ୍ପୃକ୍ତ ବ୍ୟକ୍ତି ବାଧ୍ୟତାମୂଳକ ଭାବେ ୩ ବର୍ଷିଆ କୁଲିଂ ଅଫ୍‌ ପିରିୟଡରେ ଯିବେ। ଏବେ ବୋର୍ଡ କିମ୍ବା ଆସୋସିଏଶନରେ ପୃଥକ୍‌ ଭାବେ ଦୁଇଟି କାର୍ଯ୍ୟକାଳ ବା ୬ ବର୍ଷ ପୂରା କରିଥିଲେ କୁଲିଂ ଅଫ୍‌ ପିରୟଡ ଲାଗୁ କରିବାକୁ ସହମତି ପ୍ରକାଶ ପାଇଛି। ଯଦି ସୁପ୍ରିମକୋର୍ଟ ଅନୁମୋଦନ ଦିଅନ୍ତି ତା’ହେଲେ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ପାଇବ। କାରଣ ତାଙ୍କ କାର୍ଯ୍ୟକାଳ ଆଉମାତ୍ର ଗୋଟିଏ ବର୍ଷଠାରୁ କମ୍‌ ରହିଛି।
ଆଇସିସି ସିଇସିରେ ବୋର୍ଡ ସମ୍ପାଦକ ମାନେ ପ୍ରତିନିଧିତ୍ୱ କରିବାର ନିୟମ ରହିଛି। ତେଣୁ ଏଥିରେ ଜୟ ବିସିସିଆଇ ତରଫରୁ ଅଂଶଗ୍ରହଣ କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ତେବେ ଆଇସିସି ବୋର୍ଡ ବୈଠକରେ କିଏ ପ୍ରତିନିଧିତ୍ୱ କରିବ ଏନେଇ ବିସିସିଆଇ ନିଷ୍ପତ୍ତି ନେଇ ପାରିନାହିଁ। ସେହିପରି ବିବାଦୀୟ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମ ପାଇଁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଗଠନ ପାଇଁ ନିଷ୍ପତ୍ତି ନିଆଯାଇପାରିନାହିଁ। ଉଲ୍ଲେଖଥାଉ କି, ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ସିଏସିରୁ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ଗାଙ୍ଗୁଲି ଓହରିଯାଇଥିଲେ। ଫଳରେ କପିଳଦେବ, ଶାନ୍ତା ରଙ୍ଗାସ୍ବାମୀ ଓ ଅଂଶୁମାନ ଗାଏକ୍‌ଓ୍ବାଡଙ୍କୁ ନେଇ ଗଠିତ କମିଟି ପୁରୁଷ ହେଡ କୋଚ୍‌ ନିଯୁକ୍ତ କରିଥିଲା।
ପୁଣି ଭବିଷ୍ୟତରେ ଏଜିଏମ୍‌ରେ ତିନି ଚତୁର୍ଥାଂଶ ବହୁମତରେ ସମ୍ବିଧାନ ସଂଶୋଧନ କରିବାର କ୍ଷମତା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଲୋଡ଼ାଯିବ। ପ୍ରତ୍ୟେକ ସଂଶୋଧନରେ ସୁପ୍ର୍‌ିମ୍‌କୋର୍ଟଙ୍କ ଅନୁମତି ନେବା ଅବାସ୍ତବ ବା ବ୍ୟବହାରିକ ନୁହଁ ବୋଲି ବୋର୍ଡ ଅଧିକାରୀମାନେ ସହମତି ପ୍ରକାଶ କରିଛନ୍ତି। ଏବେ ସୁପ୍ରିମକୋର୍ଟଙ୍କ ଅନୁମୋଦନ ଉପରେ ସବୁକିଛି ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri