ବିଷାକ୍ତ ହେଲାଣି ରେଙ୍ଗାଳି ଦକ୍ଷିଣ କେନାଲ ପାଣି

ତାଳଚେର,୧୮ା୩(ନି.ପ୍ର.) – ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ଏବେ ଡ୍ରେନ୍‌ରେ ପରିଣତ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୋଳ ଜିଲାପାଳ, ତାଳଚେର ଉପଜିଲାପାଳ ଏବଂ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ଲିଖିତ ଭାବେ ଅବଗତ କରାଇଛନ୍ତି। ତୁରନ୍ତ ଏ ନେଇ ପଦକ୍ଷେପ ନିଆ ନ ଗଲେ ଚାଷ ଜମିକୁ ଯାଉଥିବା ବିଷାକ୍ତ ଜଳ ଫସଲ ନଷ୍ଟ କରିବା ସହ ଏହା ଉପରେ ନିର୍ଭରଶୀଳ ଲୋକଙ୍କଠାରେ ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଛନ୍ତି।
ଅଭିଯୋଗରେ ବ୍ଲକ ଅଧ୍ୟକ୍ଷ ଦର୍ଶାଇଛନ୍ତି ଯେ, ଢେଙ୍କାନାଳ, କଟକ, ଯାଜପୁର ଜିଲାରେ ବ୍ୟାପକ ଜଳସେଚନ ଉଦ୍ଦେଶ୍ୟରେ ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲର ପରିକଳ୍ପନା କରାଯାଇଥିଲା। କିନ୍ତୁ ସଫେଇ ଓ ସଚେତନତା ଅଭାବରୁ ଉକ୍ତ କେନାଲ ଏବେ ଅଳିଆ, ଆବର୍ଜନାରେ ପୋତି ହୋଇପଡିଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଜଳକୁ ତାଳଚେର ବ୍ଲକର ଧରମପୁର, କଙ୍କିଳି, ବନ୍ତୋଲ, ଜଗନ୍ନାଥପୁର ଆଦି ପଞ୍ଚାୟତବାସୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ବ୍ୟବହାର କରି ଆସୁଛନ୍ତି। ମାତ୍ର ଦୀର୍ଘଦିନ ହେଲା ତାଳଚେର ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ମାତ୍ରାରେ ଅଳିଆ ଆବର୍ଜନା, ହୋଟେଲର ପାଉଁଶ, ଘରର ଅବ୍ୟବହୃତ ପଦାର୍ଥକୁ ଲୋକମାନେ କେନାଲରେ ପକାଇବାରେ ଲାଗିଛନ୍ତି। ଯେଉଁ ମହତ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ପୋତି ହୋଇଗଲାଣି। ଫଳରେ ଏହାର ପାଣି ଏବେ ବିଷାକ୍ତ ହୋଇଯାଇଛି। ବର୍ତ୍ତମାନ କେନାଲରେ ଥିବା ସ୍ବଳ୍ପ ପାଣି ଲୋକଙ୍କୁ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଉକ୍ତ କେନାଲରେ ଜମା ହୋଇଥିବା ଅଳିଆ, ଆବର୍ଜନାକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରିବା ସହ କେନାଲରେ ଆବଶ୍ୟକ ପରିମାଣରେ ପାଣି ଛାଡ଼ିବା ଏବଂ ପୌରାଞ୍ଚଳର ବର୍ଜ୍ୟବସ୍ତୁକୁ କେନାଲରେ ପକାଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ଅଧ୍ୟକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri