ବିଷାକ୍ତ ହେଉଛି ଚାଷଜମି

ଭୁବନେଶ୍ୱର,୯ା୯(ବ୍ୟୁରୋ): ମାଟି ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ। ମାତ୍ର ଚାଷ ପାଇଁ ଖେତରେ ବ୍ୟବହାର ହେଉଥିବା ଅତ୍ୟଧିକ ରାସାୟନିକ ସାର ଏବଂ ମାରାତ୍ମକ କୀଟନାଶକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ଫଳରେ ଆସନ୍ତା କିଛି ବର୍ଷ ମଧ୍ୟରେ ଚାଷଜମିରୁ ଉତ୍ପାଦନ ଅତିମାତ୍ରାରେ ହ୍ରାସ ପାଇବା ଆଶଙ୍କା ସୃଷ୍ଟି କରିଛି। କୃଷି ବିଭାଗ ଦ୍ୱାରା କରାଯାଇଥିବା ମୃତ୍ତିକା ପରୀକ୍ଷାର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏଭଳି ଚିନ୍ତାଜନକ ତଥ୍ୟ ପଦାକୁ ଆସିଛି। ଧାନ ଓ ଅନ୍ୟାନ୍ୟ ଚାଷ ପାଇଁ ଚାଷୀମାନେ ଅତିମାତ୍ରାରେ ୟୁରିଆ ବ୍ୟବହାର କରୁଥିବା ଯୋଗୁ ଜମିର ଉର୍ବରତା ନଷ୍ଟ ହେବାରେ ଲାଗିଛି। ଏପରି କି ୟୁରିଆ, କୀଟନାଶକ ଓ ଜମିରୁ ଘାସ ମାରିବାକୁ ବ୍ୟବହାର କରାଯାଉଥିବା ରାସାୟନିକ ତରଳ ପଦାର୍ଥ ମାଟିରେ ଥିବା ଜିଆ ଓ ଅନ୍ୟାନ୍ୟ ଅଣୁଜୀବଙ୍କୁ ମଧ୍ୟ ସମୂଳେ ଧ୍ୱଂସ କରି ସାରିଲାଣି। ଏଭଳି ସ୍ଥିତି ରାଜ୍ୟର ସବୁ ଜିଲାରେ ଦେଖିବାକୁ ମିଳିଛି।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସମଗ୍ର ରାଜ୍ୟରୁ ୩,୦୭,୪୦୫ଟି ମୃତ୍ତିକା ନମୁନା ସଂଗ୍ରହ କରାଯାଇ ମୋବାଇଲ ମୃତ୍ତିକା ପରୀକ୍ଷା ଲାବୋରେଟୋରି ଏବଂ ରାଜ୍ୟର ୧୧ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଛି ଯେ, କୃଷି କ୍ଷେତ୍ରରେ ମନଇଚ୍ଛା ୟୁରିଆ ବ୍ୟବହାର ଯୋଗୁ ମାଟିର ଅମ୍ଳତ୍ୱ, କ୍ଷାର ଓ ଲବଣ ପରିମାଣ ଅତିମାତ୍ରାରେ ବୃଦ୍ଧି ପାଇଛି। ଏଥିଯୋଗୁ ମାଟିରେ ଥିବା କ୍ଷୁଦ୍ର ଅଣୁଜୀବ, ଯାହାକି ଉର୍ବରତା ବଢ଼ାଇବାରେ ସାହାଯ୍ୟ କରନ୍ତି ସେ ସବୁ ନଷ୍ଟ ହୋଇଗଲେଣି। ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଗଞ୍ଜାମ, କଟକ, ପୁରୀ ଆଦି ଜିଲାଗୁଡ଼ିକରେ ମାଟିର ଉର୍ବରତା ଭୟଙ୍କର ଭାବେ ହ୍ରାସ ପାଉଛି। ଚାଷ ଜମିରେ ଗୋଟିଏ ପ୍ରକାର ସାର ପ୍ରୟୋଗ ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜିଛିି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ପ୍ରତି ହେକ୍ଟରରେ ୬୦ କିଲୋଗ୍ରାମ ନାଇଟ୍ରୋଜେନ୍‌ ବା ୟୁରିଆ, ୩୦ କିଲୋ ଫସ୍‌ଫରସ୍‌ ଏବଂ ୩୦ କିଲୋ ପୋଟାସିୟମ ପ୍ରୟୋଗ କରିବା କଥା। ଅର୍ଥାତ୍‌ ଗୋଟିଏ ଏକରରେ ୨୦ରୁ୨୫ କିଲୋ ୟୁରିଆ ପକାଇବା ସ୍ଥାନରେ ଅଧିକ ଅମଳ ପାଇଁ ଚାଷୀମାନେ ୬୦ରୁ ୬୫ କିଲୋ ପକାଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୟୁରିଆ ବ୍ୟବହାର ଆଶାତୀତ ଭାବେ ବୃଦ୍ଧି ପାଇଛି। ଚାଷ ପାଇଁ କେବଳ ୟୁରିଆ ଦିଆଯାଉଥିବାରୁ ମାଟି ପାଇଁ ଆବଶ୍ୟକ ଅନ୍ୟ ୧୨ଟି ଉପାଦାନ ମିଳିପାରୁ ନାହିଁ। କୃଷି ବିଶେଷଜ୍ଞଙ୍କ କହିବା କଥା, ମାଟି ଏକ ସଜୀବ ପଦାର୍ଥ। ଏହାର ପୂର୍ଣ୍ଣ ଉର୍ବରତା ପାଇଁ ଯବକ୍ଷାରଜାନ, ଫସ୍‌ଫରସ, କ୍ୟାଲସିୟମ, ସଲ୍‌ଫର, ଲୌହ, ମାଙ୍ଗାନିଜ, ଜିଙ୍କ୍‌, ଗନ୍ଧକ, କପର, ମିଲିମିନିୟମ, କ୍ଲୋରିନ୍‌ର ଆବଶ୍ୟକ ରହିଛି। ଗଛ ପାଇଁ ଏସବୁର ଆବଶ୍ୟକତା ଅଛି। ପୂର୍ଣ୍ଣ ପୌଷ୍ଟିକତା ଥିବା ମାଟିରୁ ଉତ୍ପାଦିତ ଶସ୍ୟ ଶରୀରର ସମସ୍ତ ଆବଶ୍ୟକତା ମେଣ୍ଟାଇଥାଏ। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମିଳିପାରୁଥିଲା। ସବୁଜ ବିପ୍ଳବ ଆରମ୍ଭ ହେବା ପରଠାରୁ ଅର୍ଥାତ୍‌ ୮୦ ଦଶକରୁ ଅଧିକ ଉତ୍ପାଦନ ପାଇଁ ଜମିବାଡ଼ିରେ ପ୍ରଚୁର ମାତ୍ରାରେ ରାସାୟନିକ ସାର ପ୍ରୟୋଗ ଚାଲିଛି। ଏହାର ଭୟାନକ

ପ୍ରଭାବ ଏବେ ମାନବ ସ୍ବାସ୍ଥ୍ୟ ଉପରେ ପଡ଼ିଲାଣି। ରାସାୟନିକଯୁକ୍ତ ଖାଦ୍ୟ ଯୋଗୁ ହୃଦ୍‌ରୋଗ, କର୍କଟ ରୋଗ, ରକ୍ତଶର୍କରା, କିଡ୍‌ନୀ ନଷ୍ଟ ଭଳି ଦୁରାରୋଗ୍ୟ ବ୍ୟାପି ଚାଲିଛି। ଗୋଟିଏ ପଟେ ରୋଗ ବଢ଼ୁଥିବାବେଳେ ଅନ୍ୟପଟେ ସରକାରୀ ଉଦାସୀନତା ଏବଂ ଚାଷୀଙ୍କର ସଚେତନତା ଅଭାବ ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି।
କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ରାଜ୍ୟର ୧୭ଟି ଜିଲାକୁ ଗତ ୨/୩ ବର୍ଷ ହେବ ମୋବାଇଲ ମୃତ୍ତିକା ପରୀକ୍ଷା ଭ୍ୟାନ ଯୋଗାଇ ଦିଆଯାଇଛି। ଏଥିସହିତ ୨୭ଟି ଜିଲାରେ ମୃତ୍ତିକା ପରୀକ୍ଷା ଲାବୋରେଟୋରି ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମାଟିର ୧୨ଟି ବିଷୟ ପରୀକ୍ଷା କରିବାକୁ କୁହାଯାଇଥିବା ବେଳେ ମାତ୍ର ୭ଟି ପରୀକ୍ଷା ହେଉଛି। ତେବେ ଯେଉଁ ମୋବାଇଲ ଭ୍ୟାନ୍‌ ବୁଲୁଛି ତାହା କେବଳ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଛିଡ଼ା ହେଉଛି। ଚାଷୀମାନଙ୍କୁ କେବଳ ମାଟି ସ୍ବାସ୍ଥ୍ୟ କାର୍ଡ ଦେଇ ଛାଡ଼ି ଦିଆଯାଉଛି। ଚାଷୀମାନେ ମଧ୍ୟ ଏ ଦିଗରେ ସଚେତନ ହେଉ ନାହାନ୍ତି। ଗାଁ ଗଣ୍ଡାରେ ଗୋରୁ ସଂଖ୍ୟା କମିବାରୁ ଜୈବିକ ଖତ ମଧ୍ୟ ମିଳୁନାହିଁ। ପାରମ୍ପରିକ ଲମ୍ବା ଧାନଗଛ ଉଭେଇଗଲାଣି। ସଙ୍କର ଜାତୀୟ ଫସଲ ଯୋଗୁ ମାଟିରେ ନଡ଼ା ପଚିବାର ସମ୍ଭାବନା ନାହିଁ। ଧାନ ବିଲରେ ନଡ଼ା ପୋଡ଼ିବା ଯୋଗୁ ମାଟିର ଉର୍ବରତା ନଷ୍ଟ ହେଉଛି। ପଞ୍ଜାବ, ହରିୟାଣାରେ ନଡ଼ା ପୋଡ଼ିବା ବେମାରି ଓଡ଼ିଶାକୁ ମଧ୍ୟ ଛୁଇଁଲାଣି। ଏଥରୁ ଚାଷୀଙ୍କୁ ଦୂରେଇ ରଖିବା ପାଇଁ ଖୁବ୍‌ଶୀଘ୍ର କୃଷି ବର୍ଜ୍ୟବସ୍ତୁ ପରିଚାଳନା ସ୍କିମ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରତ୍ୟେକ ଜିଲାରେ ମାଟି ପରୀକ୍ଷା ଲାବୋରେଟୋରି ଓ ମୋବାଇଲ ଭ୍ୟାନ ପାଇଁ ନିଷ୍ପତ୍ତି ହୋଇଛି। ଚାଷୀମାନେ ସଚେତନ ହେବା ଦରକାର ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କୃଷିି ବିଶେଷଜ୍ଞ ତଥା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ରାଜ୍ୟରେ ମାଟିର ଉର୍ବରତା ହ୍ରାସ ପାଇବାରେ ଲାଗିଛି। ପଞ୍ଜାବ ଓ ହରିୟାଣାରେ ଅତ୍ୟଧିକ ସାର ପ୍ରୟୋଗ ଯୋଗୁ ମାଟିର ଉର୍ବରତା ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଲାଣି। ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନେବା ସହ ଚାଷୀମାନେ ସଚେତନ ହେବା ଦରକାର ବୋଲି ପଶୁପାଳକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri