‘ବିଶ୍ୱରେ ଶାନ୍ତି ସ୍ଥାପନରେ ବୌଦ୍ଧ ଧର୍ମର ଅବଦାନ ଗୁରୁତ୍ୱପୂର୍ଣ୍ଣ’

ଅମରପାଲି, ୨୬।୯ (ଡି.ଏନ.ଏ): ଭଗବାନ ବୁଦ୍ଧ ଥିଲେ ଅହିଂସାର ପ୍ରଚାରକ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୌଦ୍ଧ ଧର୍ମ ନିଜର ସାରଲ୍ୟ ଯୋଗୁଁ କେବଳ ଭାରତ ବର୍ଷ ନୁହେଁ, ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଧର୍ମ ଭାବରେ ପରିଗଣିତ ହୋଇଥିଲା। ସମ୍ପ୍ରତିକ ବିଶ୍ୱରେ ଅହିଂସାର ପ୍ରମୁଖ ଭୂମିକା ରହିଛି ବୋଲି ବୀରମହାରାଜପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ଇତିହାସ ବିଭାଗ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଭାଗୀୟ ମୁଖ୍ୟ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ଥିଲା ‘ବୌଦ୍ଧ ଧର୍ମ ଜୀବନର ଏକ ପ୍ରବାହ’। ଏହି ଆଲୋଚନାଚକ୍ରରେ ଇଂଲିଶ ବିଭାଗ ମୁଖ୍ୟ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି ଏବଂ ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟନାରାୟଣ ଦାଶ ଓ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ବିଷୟ ବିଶାରଦ ଭାବେ ଯୋଗଦେଇ ମତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଗଦାଧର ପଧାନ, ଅମୃତାମୟୀ ସିଂ, ବିବେକାନନ୍ଦ ପୁରୋହିତ, କଲ୍ୟାଣୀ ମହାଲିଙ୍ଗ, ଗଣେଷ ଭରାସାଗର, ବିଶ୍ୱଜିତ ଦାଶ ଓ ଟୁନା ମେହେର ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ରକୁ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ମନିଷା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

ବଲାଙ୍ଗୀରରେ ବସ୍‌ ଚକାତଳେ ଜୀବନ ଯାଇଥିବା ଯୁବକଙ୍କ ମିଳିଲା ପରିଚୟ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଏକ ବସ୍‌ ଚକାତଳେ ଦ୍ରୁତଗତିରେ ଆସି ଗୋଟିଏ…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର, ଦେଖିଲେ ଲାଗୁଛି….

ବଲାଙ୍ଗିର/ସଇଁନ୍ତଲା,୨୨ା୪(ସୁନିଲ ମହାନ୍ତି/ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଳା ଥାନା ବର୍ଣୀ ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର ହୋଇଛି । ତେବେ ନରକଙ୍କାଳଟି ଏକ…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri