ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଶ୍ରମ ସଙ୍କଟ ବଢିବ। ଭାରତରେ ଅଟୋମୋବାଇଲ, ରିୟଲ ଇଷ୍ଟେଟ, ବିମାନ ଚଳାଚଳ କ୍ଷେତ୍ର, ସିନେମା ଏବଂ ମନୋରଞ୍ଜନ ଶିଳ୍ପ, ପର୍ଯ୍ୟଟନ ସହ ଅନ୍ୟ କିଛି କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବେ। ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟର କଳାବାଦଲ ଏବେ ଛାଇ ରହିଛି। ଜାନୁୟାରୀ ଏବଂ ଫେବୃୟାରୀ ମାସରେ ଚୀନରେ ଏହି ମହାମାରୀ ବ୍ୟାପିବା ଯୋଗୁ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ସୂଚନା ରହିଛି। କରୋନା ଯୋଗୁ ହୋଟେଲ, ଟୁର ଏବଂ ଟ୍ରାଭେଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ନିଯୁକ୍ତି ଉପରେ ବେଶି ପ୍ରଭାବ ପଡିବ।
ଗ୍ଲୋବାଲ ହଣ୍ଟ ଇଣ୍ଡିଆ ଏଜେନ୍ସି ରିପୋର୍ଟ ମୁତାବକ ଭାରତର ଅଣ ସଙ୍ଗଠିତ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ରହିବ। ମାତ୍ର କରୋନା ଯୋଗୁ ବଜାର ସ୍ଥିତିରେ ଶୀଘ୍ର ନ ସୁଧାର ହୁଏ ତେବେ ଆଗାମୀ ୨ରୁ ୩ ମାସ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ ୨୦% ଲୋକଙ୍କ ଚାକିରୀ ସଙ୍କଟ ସ୍ଥିତିକୁ ଆସିଯିବ। ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏଶନ ସଭାପତି ଅରବିନ୍ଦର ଖୁରାନା କହିଛନ୍ତି ଯେ, ଆଗାମୀ ୨୦ ଦିନରେ ଯୋଗାଣ ସ୍ବାଭାବିକ ନ ହେଲେ ସ୍ଥିତି ବିଗିଡିଯିବ। ଚାଇନା କମ୍ପୋନେଣ୍ଟ ଉପରେ ନିର୍ଭର କରୁଥିବା ମୋବାଇଲ, ଇଲେକଟ୍ରୋନିକ୍ସ, ହୋମ ଆପ୍ଲାଏନ୍ସ ଭଳି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି। ଷ୍ଟକ ଶେଷ ହେଉଥିବାରୁ ମାନୁଫାକଚରିଂଠାରୁ ରିଟେଲରଙ୍କ ପର୍ଯ୍ୟନ୍ତ କାମ ପ୍ରାୟ ଠପ୍‌ ହୋଇଯିବ। ଏହା ଫଳରେ ବେରୋଜଗାରୀ ମଧ୍ୟ ବଢିପାରେ। ମୋବାଇଲ ରିଟେଲିଂ କ୍ଷେତ୍ରରେ ଶ୍ରମଶକ୍ତି ହ୍ରାସ ହୋଇପାରେ। ଅଧିକାଂଶ ଟିଭି କମ୍ପାନୀ ୬୦% ଚାଇନା କମ୍ପୋନେଣ୍ଟକୁ ନେଇ କାମ କରୁଥିବାରୁ ସ୍ଥିତିରେ ସୁଧାର ନ ଆସିଲେ ଛଟେଇ କରିବା ନେଇ ଯୋଜନା କରୁଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ୬୦୦ ନିୟୁତ ଡଲାର କ୍ଷତି ଆକଳନ କରାଯାଇଛି। ଏହାବାଦ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଉପରେ ସଙ୍କଟ ଅଧିକ ରହିଛି। ଏହାବାଦ ଆମେରିକାରେ ଦ୍ୱିତୀୟ ତ୍ରୈମାସରେ ୪୫ ଲକ୍ଷ ଲୋକ ଚାକିରି ହରାଇପାରନ୍ତି ବୋଲି ଅନୁମାନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri