ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ସରକାରଙ୍କ ଫୋକସ

ନୂଆଦିଲ୍ଲୀ୨୮। ୩: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଭିଡିଓ କନଫରେନ୍ସି ଦ୍ୱାରା ଭିତ୍ତିଭୂମି ଓ ଇ-କମର୍ସ କ୍ଷେତ୍ରର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଲୋକମାନଙ୍କ ନିକଟରେ ସହଜ ଓ ନିରାପଦ ଭାବେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ସରକାର ଫୋକସ ରଖିଛନ୍ତି ବୋଲି ସେ ଶିଳ୍ପ ଜଗତର ପ୍ରତିନିଧିଙ୍କୁ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ସ୍ନାପଡିଲ, ସଫ୍ଟକ୍ଲୁଜ, ଫ୍ଲିପକାର୍ଟ, କୋକର୍ସ, ନେଟମେଡ, ଫାର୍ମଇଜି, ୱାନଏମଜ, ଉଡାନ, ଆମାଜନ ଇଣ୍ଡିଆ, ବିଗ୍‌ ବାସ୍କେଟ, ଜମାଟୋ ଏବଂ ବୃହତ ରିଟେଲର ମେଟ୍ରୋ କ୍ୟାସ ଏଣ୍ଡ କ୍ୟାରି, ବଲମାର୍ଟ, ଆରପିଜି, ଏକ୍ସପ୍ରେସ ଇଣ୍ଡଷ୍ଟ୍ରିକାଉନସିଲ, ଡେଲିଫେରି, ସେଫ ଏକ୍ସପ୍ରେସ, ପେଟିଏମ, ସ୍ବିଗି ଭଳି ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ା ଆବଶ୍ୟକ ସାମଗ୍ରୀ ସୁଚାରୁରୂପେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ଜିପିଆଇଆଇଟି ନିୟମିତ ଭାବେ ରିଟେଲର ଏବଂ ଇ-କମର୍ସ କମ୍ପାନୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଛି। ଜିପିଆଇଆଇଟିର ପଦକ୍ଷେପ ଯୋଗଁୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଗୁଡିକୁ ଆବଶ୍ୟକ ସାମଗ୍ରୀର ଯୋଗାଣ କିପରି ଠିକ୍‌ ଭାବେ ପରିଚାଳିତ ହେବ, ସେଥିପାଇଁ ଏକ ଏସ୍‌ଓପି ବା ପରିଚାଳନାଗତ ମାନକ ନିର୍ଦ୍ଧାରଣ କରିଛନ୍ତି। ଏହି ବିଭାଗ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିବହନ ଓ ସାମଗ୍ରୀର ବିତରଣ, ପ୍ରସ୍ତୁତି ଓ ସାଧାରଣ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ନେଇ ଲକଡାଉନ ସମୟରେ ବିତରଣକାରୀମାନେ ସମ୍ମଖୀନ ହେଉଥିବା ଅଭାବ ଅସୁବିଧାର ମଧ୍ୟ ତଦାରଖ କରାଯାଉଛି। ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟ ବିଭିନ୍ନ ଆଇନ ଅଧିନର ଅବଧି ସୀମାକୁ ବଢ଼ାଇବା ସହ ତଥ୍ୟ ପ୍ରଦାନ ଓ ଦେୟ ପଇଠ ଇତ୍ୟାଦି ବିଷୟ ନେଇ କୋହଳ ମନୋଭାବ ଗ୍ରହଣ କରିଛନ୍ତିା ଏହା ପେଟେଣ୍ଟ ପାଇଁ ଆବେଦନକାରୀଙ୍କ ଦରଖାସ୍ତ ଦେବା ସମୟ ଓ ଟ୍ରେଡମାର୍କ ଇତ୍ୟାଦି ପାଇବା ନେଇ ଲକଡାଉନ ବେଳେ କୌଣସି ଅସୁବିଧା ସୃଷ୍ଟି କରିବ ନାହଁି ା


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri