Posted inଖେଳ

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାରୁ ଆଗାମୀ ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ ବୋଲି ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ନିଜର ୩ୟ ବିଶ୍ୱକପ୍‌ ଖେଳିବାକୁ ଯାଉଥିବା କୋହଲି କହିଛନ୍ତି, ରାଉଣ୍ଡ ରବିନରେ ୪ଟି କଠିନ ମ୍ୟାଚ୍‌ ଖେଳିବାକୁ ଥିବାରୁ ତାଙ୍କ ପାଖରେ ଆରାମ କରିବାକୁ ସମୟ ନାହିଁ। ୧୯୯୨ ବିଶ୍ୱକପ୍‌ ପରେ ପ୍ରଥମଥର ଲାଗି ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ସେମିଫାଇନାଲ ଲାଗି ଦଳ ଚୂଡ଼ାନ୍ତ ହେବ। ଦୁଇଥରର ପୂର୍ବ ବିଜେତା ଭାରତ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି କ୍ରିକେଟ୍‌ର ଏହି ମହାକୁମ୍ଭରେ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଏହାପରେ ଅଷ୍ଟ୍ରେଲିଆ (ଜୁନ ୯), ନ୍ୟୁଜିଲାଣ୍ଡ (ଜୁନ୍‌ ୧୩) ଓ ପାକିସ୍ତାନ (ଜୁନ ୧୬)କୁ ପର୍ଯ୍ୟାୟକ୍ରମେ ଭେଟିବାର କାର୍ଯ୍ୟସୂଚୀ ରହିଛି।
ମତରେ, ଫର୍ମାଟ୍‌ ଓ ସବୁ ଦଳର ଦକ୍ଷତା ଦୃଷ୍ଟିରୁ ମୁଁ ଭାଗ ନେଇଥିବା ବିଶ୍ୱକପ୍‌ ମଧ୍ୟରୁ ସମ୍ଭବତଃ ଏହା ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଯଦି ତୁମେ ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ନଜର ପକାଇବା ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଦଳ। କୌଣସି ଦଳ କାହାକୁ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖିଛନ୍ତି। ଏହାକୁ ଆମେ ନଜରରେ ରଖିଛୁ ଏବଂ ଆମର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛୁ। ସମସ୍ତଙ୍କ ବିପକ୍ଷରେ ଖେଳିବା ମୋ ମତରେ ସବୁ ଦଳ ପାଇଁ ଭଲ। ଏହାଦ୍ୱାରା ଅଲଗା ଅଲଗା ଚ୍ୟାଲେଞ୍ଜ ମିଳିବ ଏବଂ ପ୍ରତ୍ୟେକ ଦଳ ଶୀଘ୍ର ଖାପଖୁଆଇ ନେବେ’ ବୋଲି କୋହଲି ଏହି ଅବସରରେ ପ୍ରକାଶ କରିଛନ୍ତି। ନିଜର ପ୍ରଥମ ୪ଟି ମ୍ୟାଚ୍‌କୁ ନେଇ କୋହଲି କହିଛନ୍ତି, ଏହାଦ୍ୱାରା ଆମର ଲୟ ସ୍ଥିର ହେବ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ଏବଂ ପ୍ରଥମ ମ୍ୟାଚ୍‌ରୁ ହିଁ ଏହାକୁ ବଜାୟ ରଖିବାକୁ ହେବ। ବିଶ୍ୱକପ୍‌ ଏକ ବଡ଼ ଟୁର୍ନାମେଣ୍ଟ ହୋଇଥିବାରୁ ପଡ଼ିଆରେ ପାଦ ରଖୁ ରଖୁ ଚାପ ରହିବା ସ୍ବାଭାବିକ। ସେଥିଲାଗି ମ୍ୟାଚ୍‌ ଦିନ ଶତପ୍ରତିଶତ ପ୍ରସ୍ତୁତି ସହିତ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ଯଦି ଫୁଟ୍‌ବଲର ଶୀର୍ଷ କ୍ଲବ ଗୁଡ଼ିକୁ ନଜର ପକାଇବେ ପ୍ରିମିୟର ଲିଗ୍‌ ହେଉ କିମ୍ବା ଲା ଲିଗା ସେମାନେ ୩-୪ ମାସ ପର୍ଯ୍ୟନ୍ତ ସେମାନଙ୍କ ତୀବ୍ରତା ବଜାୟ ରଖିଥାନ୍ତି। ତେଣୁ ଆମେ କାହିଁକି ଏହିପରି କରିପାରିବା ନାହିଁ। ଆମକୁ ପୁରା ଟୁର୍ନାମେଣ୍ଟ ସାରା ଲୟ ଏବଂ ଆମର ସ୍ଥିରତା ବଜାୟ ରଖିବାକୁ ହେବ’ ବୋଲି କୋହଲି କହିଛନ୍ତି। ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ-ପାକିସ୍ତାନ ଦିନିକିଆ ସିରିଜର ପ୍ରତ୍ୟେକ ମ୍ୟାଚ୍‌ରେ ବଡ଼ ସ୍କୋର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ କହିଛନ୍ତି, ଦ୍ୱିପାକ୍ଷିକ ସିରିଜରେ ବଡ଼ ସ୍କୋରର ଆଶା ରହିଥାଏ କିନ୍ତୁ ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଇଂଲଣ୍ଡ ପରିବେଶରେ ବୋଲିଂ କରିବା ଲାଗି ଭାରତୀୟ ବୋଲିଂ ବାହାନୀ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri