Posted inଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୀଥ

ବାସେଲ (ସୁଇଜରଲାଣ୍ଡ),୨୩।୮(ପିଟି): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ଶଟଲର ପି. ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଏଚ୍‌.ଏସ୍‌. ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଶ୍ରୀକାନ୍ତ ୧୩-୨୧, ୧୪-୨୧ ଗେମ୍‌ରେ କାଣ୍ଟାଫୋନ ଓ୍ବାଙ୍ଗଚାଓରେନଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିଭଳି ପ୍ରଣୟଙ୍କୁ ନଂ୧ ର଼୍ୟାଙ୍କ ଜାପାନିଜ ଷ୍ଟାର କେଣ୍ଟୋ ମୋମୋଟା ୧୯-୨୧, ୧୩-୨୧ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ପ୍ରଣୀଥ ବିଶ୍ୱର ୮ମ ର଼୍ୟାଙ୍କ ଆନ୍ଥୋନି ସିନିସୁକା ଗିଣ୍ଟିଂଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୯ତମ ସ୍ଥାନରେ ଥିବା ପ୍ରଣୀଥ ୨୧-୧୯, ୨୧-୧୩ ଗେମ୍‌ରେ ଇଣ୍ଡୋନେସିଆର ଆନ୍ଥୋନିଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ତାଙ୍କୁ ୪୨ ମିନିଟ୍‌ ଲାଗିଥିଲା। ସେ ପରବର୍ତ୍ତୀ ରାଉଣ୍ଡରେ ସମ୍ଭବତଃ ଏସିଆନ୍‌ ଗେମ୍ସ ଚାମ୍ପିୟନ ତଥା ୪ର୍ଥ ସିଡ୍‌ ଜୋନାଥନ ଖ୍ରୀଷ୍ଟିଙ୍କୁ ଭେଟିପାରନ୍ତି। ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଦୁଇଥର ରୌପ୍ୟ ପଦକ ବିଜେତା ସିନ୍ଧୁ ଏକତରଫା ମ୍ୟାଚ୍‌ରେ ଆମେରିକାର ବଓ୍ବୋନ ଝାଙ୍ଗଙ୍କୁ ହରାଇଛନ୍ତି। ୩୪ ମିନିଟ ଧରି ଚାଲିଥିବା ପ୍ରିକ୍ୱାର୍ଟର ଫାଇନାଲକୁ ହାଇଦ୍ରାବାଦୀ ଖେଳାଳି ୨୧-୧୪, ୨୧-୬ ଗେମରେ ହାତେଇଛନ୍ତି। ୫ମ ସିଡ୍‌ ଖେଳାଳି ଗତବର୍ଷ ଇଣ୍ଡିଆନ ଓପନ ଫାଇନାଲରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଥିଲେ। ସିନ୍ଧୁ କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ସହ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri