ଋଣ ଅଭିବୃଦ୍ଧି ଉପରେ ଫୋକସ କରିବେ ବ୍ୟାଙ୍କ

ଭୁବନେଶ୍ୱର, ୨୩-୮(ବ୍ୟୁରୋ): ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଥିବା ବେଳେ ଅର୍ଥନୀତିକୁ ଆଗେଇ ନେବା ଲାଗି ବିଭିନ୍ନ ପଦକ୍ଷେପ ଉପରେ ଶାଖା ସ୍ତରରୁ ମାନସମନ୍ଥନ ଆରମ୍ଭ ହୋଇଛି। ଚଳିତ ମାସ ୧୭ ଏବଂ ୧୮ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଶାଖାସ୍ତରୀୟ ପରାମର୍ଶ ଗ୍ରହଣ କରିବା ପରେ ଏବେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ,ଶିଳ୍ପ ପ୍ରତିନିଧି, ସରକାରଙ୍କ ଉଚ୍ଚାଧିକାରୀ ଯୋଗ ଦେଇ ସରକାରଙ୍କ ପ୍ରମୁଖ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି। ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ଋଣ ପ୍ରଦାନ ଧାରାକୁ ପ୍ରୋତ୍ସାହିତ କରାଯିବ। ୧୨% ଋଣ ଅଭିବୃଦ୍ଧି ଲକ୍ଷ୍ୟ ନେଇ ବ୍ୟାଙ୍କଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ପୂରଣ ଦିଗରେ ବିଭିନ୍ନ ବ୍ୟାଙ୍କଗୁଡିକ କାର୍ଯ୍ୟ କରିବେ ବୋଲି ଏହି ଅବସରରେ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ଏସ୍‌ଏଲ୍‌ବିସି ଅଧ୍ୟକ୍ଷ ଅଜୟ ବ୍ୟାସ୍‌ କହିଛନ୍ତି।
ଏଠାରେ ଆୟୋଜିତ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟାଙ୍କଗୁଡିକର କାର୍ଯ୍ୟଶୈଳୀରେ ଦକ୍ଷତା ବୃଦ୍ଧି, ବ୍ୟାଙ୍କିଙ୍ଗ ଧାରା, ଟେକ୍ନୋଲୋଜି ଗ୍ରହଣ, ଗ୍ରାହକଙ୍କ ଚାହିଦା ଉପରେ ପ୍ରାଥମିକତା ଦିଆଯାଉଛି। ଭଲ ପ୍ରଦର୍ଶନ କରୁଥିବା ଶାଖାକୁ ଉତ୍ସାହିତ ଏବଂ ଖରାପ ସ୍ଥିତିରେ ଥିବା ଶାଖାଗୁଡିକର କାର୍ଯ୍ୟଧାରାରେ ଉନ୍ନତି ଆଣିବାକୁ ପରାମର୍ଶ ଗ୍ରହଣ କରାଯାଇଛି। ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ପରେ ଏହାକୁ ବ୍ୟାଙ୍କଗୁଡିକ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇ ଦେବେ। ଏହାପରେ ମୁଖ୍ୟ କାର୍ଯ୍ୟାଳୟରୁ ପରାମର୍ଶ ସରକାରଙ୍କୁ ପ୍ରଦାନ କରାଯିବ।
ସେ କହିଛନ୍ତି ଯେ, ଜନଧନ, ଆଧାର ସଂଯୋଗ ଏବଂ ମୋବାଇଲ ବ୍ୟବହାର ଦ୍ୱାରା ଅର୍ଥନୀତି ବିକାଶ ଦିଗରେ ଏକ ପ୍ରମୁଖ ଅଂଶୀଦାର ହେବ। ବ୍ୟାଙ୍କଗୁଡିକ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ଦ୍ୱାରା ଏହି କ୍ଷେତ୍ରରେ ନିଜର ଯୋଗଦାନ ରଖିପାରିବେ। ବର୍ତ୍ତମାନ ଜନଧନ ଯୋଜନାରେ ୩୫ କୋଟି ଆକାଉଣ୍ଟ ଖୋଲାଯାଇଥିବା ବେଳେ ୯୫% ଲୋକଙ୍କ ନିକଟରେ ଆଧାର ନମ୍ବର ରହିଛି। ଏହାକୁ ବ୍ୟବହାର କରିବା ନେଇ ସେ ବ୍ୟାଙ୍କଗୁଡିକୁ ଆହ୍ବାନ ଦେଇଛନ୍ତି। ଏହାବାଦ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ, କୃଷି କ୍ଷେତ୍ରକୁ ସହାୟତା, ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ, କର୍ପୋରେଟ ଗଭର୍ନାନ୍ସରେ ଉନ୍ନତି, ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିରେ ବିକାଶଧାରା ବୃଦ୍ଧି ପାଇଁ ନିବେଶ ପ୍ରୋତ୍ସାହନ ଉପରେ ବ୍ୟାଙ୍କଗୁଡିକ ଗୁରୁତ୍ୱ ଦେବାକୁ ମତାମତ ଗ୍ରହଣ କରାଯାଉଛି। ମୁଦ୍ରା ଯୋଜନାରେ ବ୍ୟାଙ୍କଗୁଡିକ ଭଲ ପରଫରମାନ୍ସ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛିି। ସେହିଭଳି ଇଜ ଅଫ୍‌ ଡୁଇଙ୍ଗ ବିଜନେସ, ନୂତନ ବ୍ୟାଙ୍କିଙ୍ଗ ପରିଭାଷା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଶୀଘ୍ର ଅଧିକାଂଶ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସକୁ ସେମାନଙ୍କ ବ୍ୟବସ୍ଥା ସହ ଯୋଡିବେ ବୋଲି ଏଠାରେ ସୂଚନା ଦିଆଯାଇଛି। ଫଳରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ହେଲେ ତ୍ୱରିତ ଭିତ୍ତିରେ ଗ୍ରାହକ ଏହାର ଲାଭ ପାଇବେ। କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଏ.କେ.ମୀନା, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ଇନଷ୍ଟିଚ୍ୟୁଶନାଲ ଫାଇନାନ୍ସର ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକ ପି.କେ. ବିଶ୍ୱାଳ, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏସ୍‌ଏଲ୍‌ବିସି ଆବାହକ ଟି.ଆର୍‌. ଚୋକଲିଙ୍ଗମ୍‌, ଆର୍‌ବିଆଇ ଉପମହାପ୍ରବନ୍ଧକ ବିଶ୍ୱ ରଞ୍ଜନ ପାତ୍ର, ଏସ୍‌ଏଲ୍‌ବିସି ଓଡ଼ିଶା ଇନଚାର୍ଜ ପି.କେ.ସି ଦାଶ ଏବଂ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri