ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଶୀଘ୍ର ‘ଭାରତ ମାର୍ଟ’ନାମରେ ଏକ ଇ-କମର୍ସ ପ୍ଲାଟଫର୍ମ ଖୋଲିବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଗ୍ଲୋବାଲ ଏମ୍‌ଏସ୍‌ଏମ୍‌ଇ ସମିଟ୍‌କୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡିକର ପୁଞ୍ଜି, ଲିଜିଷ୍ଟିକ ଏବଂ ଶକ୍ତି କ୍ଷେତ୍ରରେ ହେଉଥିବା ବର୍ଦ୍ଧିତ ଖର୍ଚ୍ଚକୁ ରୋକିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସଂସ୍ଥାଗୁଡିକ ବିଶ୍ୱ ସ୍ତର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇ ପାରିବେ। ଘରୋଇ ଏବଂ ବିଦେଶ ନିବେଶ ନେଇ ଏହି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଏହା ହେଲେ ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ଗଡକରୀ ମତ ଦେଇଛନ୍ତି।
ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମନ୍ବିତ ଭାବେ କ୍ଷୁଦ୍ର ସଂସ୍ଥା ବିକାଶକୁ ଗୁରୁତ୍ୱ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି। ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଏବଂ କୃଷିଜାତ ଦ୍ରବ୍ୟ ସହ ଜଡିତ ଶିଳ୍କକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ୍ଷେତ୍ରରେ ଋଣ ପ୍ରଦାନ ଲାଗି ସରକାର ବିଶ୍ୱ ବ୍ୟାଙ୍କ ଏବଂ ଏଡ଼ିବି ସହ ଆଲୋଚନା କରୁଛନ୍ତି। ମହୁ, ବାଉଁଶ, ବୟନ, ଜୈବ ଇନ୍ଧନ, ଜଳ ପରିବହନ, ମତ୍ସ୍ୟଚାଷ, ଗୋପାଳନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଅନେକ ସୁଯୋଗ ରହିଛି। ସେହିଭଳି ପ୍ରତିରକ୍ଷା, ରେଲଓ୍ବେ, ରାଜପଥ, ଜଳପଥ ଭଳି କ୍ଷେତ୍ରରେ ସହରାଞ୍ଚଳରେ ବିପୁଳ ସୁଯୋଗ ରହିଛି। ମୋଟ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇର ଅଂଶ ୨୯%ରୁ ବଢାଇ ୫୦% , ରପ୍ତାନି ୪୮%ର ୬୦%କୁ ବୃଦ୍ଧି ନେଇ ଯୋଜନା ରହିଥିବା ଗଡକରୀ ମତପ୍ରକାଶ କରିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ୨୦୦ କମ୍ପାନୀ ପୁଞ୍ଜି ବଜାରରେ ସୁଚୀଭୁକ୍ତ ହୋଇଛନ୍ତି। ଏକ୍ଷେତ୍ରରେ ଅଧିକ କମ୍ପାନୀ ଆସିବାକୁ ସେ ଆହ୍ବାନ ଜଣାଇଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପେମେଣ୍ଟ କ୍ଷେତ୍ରରେ ହେଉଥିବା ବିଳମ୍ବ ସମସ୍ୟାର ଦୂରୀକରଣକୁ ସରକାର ନଜରରେ ରଖିଛନ୍ତି। ଏକ୍ଷେତ୍ରରେ ଶୀଘ୍ର ୟୁକେ ସିହ୍ନା କମିଟି ରିପୋର୍ଟକୁ ଲାଗୁ କରାଯିବ। ସଂସ୍ଥାଗୁଡ଼ିକର ଖର୍ଚ୍ଚ ଏବଂ ଲଜିଷ୍ଟିକ ଖର୍ଚ୍ଚ କମାଇବା ଲାଗି ଶକ୍ତି ସଞ୍ଚୟକାରୀ ଟେକ୍ନୋଲୋଜି ଏବଂ ଏଜର୍ନି ଅଡିଟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସଂସ୍ଥାଗୁଡିକୁ ରୁଫ ଟପ୍‌ ସୋଲାର ପ୍ଲାଣ୍ଟ ଯୋଗାଣ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏଥିରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଅରୁଣ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡିଜିଟାଲ ଏମ୍‌ଏମ୍‌ଏମ୍‌ଇ ପୋର୍ଟାଲ ବିକଶିତ କରୁଛନ୍ତି। ଏହା କ୍ଷୁଦ୍ର ଶିଳ୍ପ ଅଂଶୀଦାରଙ୍କ ଲାଗି ଏକ ଭର୍ଚୁଆଲ ମିଟିଂ ପ୍ଲେସ ହେବ। ସଂସ୍ଥାଗୁଡିକର ମାନୁଫାକଚରିଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲାଗି ଆଉ ୧୩୫ ଟୁଲ ରୁମ୍‌ ଏବଂ ଟେକ୍ନୋଲୋଜି ସେଣ୍ଟର ସ୍ଥାପନ ନେଇ ସରକାର ପଦକ୍ଷେପ ନେଉଥିବା ପଣ୍ଡା ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri