ବିଲୁଆଖାଇ ନଦୀପଠାରୁ ମିଳିଲା ନର୍ସଙ୍କ ଗଳିତ ମୃତଦେହ: ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମା’

ବିରିଡ଼ି/ବାଲିଆ,୧୭ା୯(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ମଙ୍ଗଳବାର ସକାଳେ ଏକ ଅଖାରୁ ଜଣେ ନର୍ସଙ୍କ ଗଳିତ ମୃତଦେହ ମିଳିଛି। ଖବରପାଇ ବିରିଡ଼ି ଥାନା ଅଧିକାରୀ ପାରୋ ଟୁଡୁ, ଏସଆଇ ଜୀବନ ଲାକ୍ରା ପ୍ରମୁଖ ସଦଳବଳ ପହଞ୍ଚତ୍ ପ୍ରାଥମିକ ତଦନ୍ତ କରିଥିଲେ। ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଜଗତ୍‌ସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, ମଧୁପାଟଣା ଥାନା ଆଇଆଇସି ତୁଷାର ରଞ୍ଜନ ସେଠୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ବା ପରେ ଅଖା ମଧ୍ୟରୁ ମୃତଦେହ ବାହାର କରାଯାଇଥିଲା। ମୃତ ନର୍ସଙ୍କ ହାତ ଗୋଡ଼ ବନ୍ଧାଥିବା ଦେଖିବାକୁ ମିଳିଥିଲା। ମୁଣ୍ଡ ଓ ମୁଖମଣ୍ଡଳରୁ ମାଂସ ବାହାରିଯାଇ କେବଳ ଖପୁରି ହାଡ଼ ଦେଖାଯାଉଥିଲା। ଏପରି କି ମୃତଦେହରେ ପୋକ ଚାଲୁଥିଲେ। ଯୁବତୀ ଜଣଙ୍କ ନାଲି ରଙ୍ଗର ଲେଗିନ୍ସ ଓ ବ୍ରାଉନ ରଙ୍ଗର ଶାର୍ଟ ପିନ୍ଧିଥିଲେ। ତେବେ ପ୍ରାଥମିକ ତଦନ୍ତ ପରେ ମୃତଦେହ ଚିହ୍ନଟ କରାଯାଇଛି। ସେ ହେଲେ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ରଙ୍କ ଝିଅ ନିହାରିକା ପାତ୍ର (୨୪)। ସେ କଟକର ଏମ୍‌ଏମ୍‌ ନର୍ସିଂହୋମରେ କାମ କରୁଥିଲେ। ସେପ୍ଟେମ୍ବର ୮ ତାରିଖରୁ ସେ ନିଖୋଜ ଥିବା କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ନଦୀପଠାରୁ ମୃତଦେହ ମିଳିବା ଖବରପାଇ ଉକ୍ତ ନର୍ସିଂହୋମ କର୍ମଚାରୀ ଓ ଯୁବତୀଙ୍କ ମା’ ପ୍ରତିମା ପାତ୍ର ଯାଇ ଚିହ୍ନଟ କରିଥିଲେ। ବିରିଡ଼ି ଅତିରିକ୍ତ ତହସିଲଦାର ସୌମ୍ୟା ପଟ୍ଟନାୟକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା’ ବିରିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ.୧୧୬/୧୯ ରୁଜୁ କରି ତଦନ୍ତ ଚଳାଇଛି। ଏହି ହତ୍ୟାକାଣ୍ଡରେ ବିରିଡ଼ି ଥାନା ହାଜିପୁର ଗ୍ରାମର ଜଣେ ଯୁବକ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ଯୁବତୀଙ୍କ ସହ ଅଭିଯୁକ୍ତ ଯୁବକଙ୍କର ଆଗରୁ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri