ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରେମୁଣା ବ୍ଲକ ବାମପଦା ଛକରେ ୧୯୯୧ରେ ବିର୍ଲା ଟାୟାର୍ସ ନିର୍ମାଣ ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଓ ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମର ସହଯୋଗରେ କାରଖାନା ପ୍ରତିଷ୍ଠିତ ହେବା ସହ ଭଲ ଉପତ୍ାଦନ କରି ଲାଭ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଚଞ୍ଚକତା ପୂର୍ବକ କାରଖାନାରେ କ୍ଷତି ହେଉଥିବା ମିଥ୍ୟା ବାଲାନ୍ସ ସିଟ୍‌ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଆସୁଛି। ଏନେଇ ବିଭିନ୍ନ ସମୟରେ ୱାର୍କର୍ସ ୟୁନିଅନ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ କରାଯାଇଥିବା ୱାର୍କର୍ସ ୟୁନିଅନ୍‌ ସଭାପତି ରାଜେନ୍ଦ୍ର ବଳ କହିଛନ୍ତି। ଅନ୍ୟପକ୍ଷରେ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କ ପାଖରେ ବର୍ଷ ବର୍ଷ ଧରି ଅଭିଯୋଗ ପଡ଼ିରହିଥିବା ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲାରେ ଶିଳ୍ପାୟନକୁ ସୁସ୍ଥ ଓ ଦୃଢ଼ ପ୍ରଗତି କରି ଶ୍ରମିକଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱ ଦେବା ପାଇଁ ୟୁନିଅନର ସମ୍ପାଦକ ଦିଲୀପ କୁମାର ପଣ୍ଡା, ସହସମ୍ପାଦକ କମଳାକାନ୍ତ ଗ୍ରହାଚାର୍ଯ୍ୟ, ଉପସଭାପତି ନାରାୟଣ ବେହେରା, ବରିଷ୍ଠ ସଦସ୍ୟ ଅଶୋକ କୁମାର ବେହେରା, ଅଜିତ୍‌ କୁମାର ଦଳାଇ ପ୍ରମୁଖ ଦାବି କରିଛନ୍ତି।
ଜିଲା ଶ୍ରମ ଅଧିକାରୀ କୁବେର ବେହେରା ମାଟ୍ରିକ ପରୀକ୍ଷାର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବାରୁ ସେ ଅନୁପସ୍ଥିତ ଥିଲେ। ଏ ସମ୍ପର୍କରେ ରୁରାଲ ଲେବର ଇନ୍ସପେକ୍ଟର ଦିଲ୍ଲୀପ ହାଁସଦା କହିଛନ୍ତି ଯେ, ଧାରଣାକାରୀଙ୍କ ଦାବି ସମ୍ପର୍କରେ ସିଧାସଳଖ ଭାବେ ଶ୍ରମ ଅଧିକାରୀ ହସ୍ତକ୍ଷେପ କରିଥାନ୍ତି। ଏ ବିଷୟରେ ସେ ଅବଗତ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri