ବିରୋଧୀ ଦଳ ନେତା ପଦକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେଡି ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ନବୀନ ପଟ୍ଟନାୟକ ବିଧାୟକ ଦଳ ନେତାଭାବେ ଦାୟିତ୍ୱ ନେଇଛନ୍ତି। ସେହିପରି ଚଳିତ ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନ ପାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ। ତେଣୁ ଭାଜପାର ବିଧାୟକ ଦଳ ବୈଠକ ମଧ୍ୟ ଏହା ଭିତରେ ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ଦଳ ପକ୍ଷରୁ କାହାକୁ ବିରୋଧୀ ଦଳ ନେତା କରାଯିବ ସେନେଇ ମଧ୍ୟ ଭାଜପା ନେତାଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ୧୦ ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେଲେ ଏଥର ନିର୍ବାଚିତ ହୋଇନାହାନ୍ତି। ହେଲେ କେତେଜଣ ଅଭିଜ୍ଞ ନେତା ଏଥର ବିଧାନସଭା ପାଇଁ ନିର୍ବାଚିତ ହୋଇଛନ୍ତି। କିଏ ଏହି ପଦ ପାଇଲେ କାହାକୁ କେମିତି ସୁହାଇବ ସେଥିନେଇ ଭିତରେ ଭିତରେ ଲବି, ଦାବି ଆରମ୍ଭ ହୋଇଥିବା ସୂଚନା ମିଳୁଛି। ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେଣୁ ବିଧାୟକ ଦଳ ବୈଠକ ଆସନ୍ତା ୧ କିମ୍ବା ୨ ତାରିଖରେ ବସିବାର ସମ୍ଭାବନା ରହିଛି। ତେବେ ଭାଜପାର ବିଧାୟକ ଦଳ ନେତା ବଛାଯିବା ପୂର୍ବରୁ ଜଣେ କେନ୍ଦ୍ରୀୟ ନେତାଙ୍କୁ ଓଡିଶା ଦାୟିତ୍ୱ ମିଳିଥାଏ। କେଉଁ କେନ୍ଦ୍ରୀୟ ନେତା ରାଜ୍ୟରେ ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ଦାୟିତ୍ୱ ପାଇବେ ସେକଥା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ ଦିନ ଜଣାପଡିବ ବୋଲି ବିଜୟୀ ହୋଇଥିବା କେତେଜଣ ବିଧାୟକ ମତ ରଖିଛନ୍ତି। ଯେଉଁ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ମିଳିବ ସେ ବିଧାୟକମାନଙ୍କ ସହ ଆଲୋଚନା କରି ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଚୟନ କରି ବୈଠକ ଶେଷରେ ଏକ ପ୍ରସ୍ତାବ ପାରିତ କରିବେ। ସୂଚନାଯୋଗ୍ୟ ଯେ, ଗତଥର ନିର୍ବାଚନ ପରେ ଭାଜପା ରାଜ୍ୟ ବିଧାୟକ ଦଳ ନେତା ବଛାଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜଭଡେକରଙ୍କୁ ଓଡିଶା ଦାୟିତ୍ୱ ମିଳିଥିଲା ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଏଥର କାହାକୁ ଦାୟିତ୍ୱ ମିଳିବ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତା ଗୁରୁବାର ଅନୁଷ୍ଠିତ ହେବ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି। ସେହିଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଚୟନ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri