ବିରୋଧ ସତ୍ତ୍ୱେ କଲ୍ୟାଣ ମଣ୍ଡପକୁ ଯିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର ଅଫିସ୍‌,୨୧ା୭-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଛି। ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌ରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ସ୍ଥାନାନ୍ତର କରାଯାଇଥିଲା। ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ଉପସ୍ଥିତ ରହି ସ୍ଥାନାନ୍ତର ପ୍ରକ୍ରିୟାର ତଦାରଖ କରୁଥିଲେ। ଅନ୍ୟପଟେ ଘରୋଇ କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରକୁ ଭାଜପା ପକ୍ଷରୁ ତୀବ୍ର ବିରୋଧ କରାଯାଇ ହୋହଲ୍ଲା ହୋଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାଶୁଝା କରିବା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।
ମେ’ରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ।
ହେଲେ ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଫଳରେ ପାଠପଢ଼ା ହୋଇପାରିଲାନି। ଏହା ଅସ୍ଥାୟୀ ଭାବେ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର କ୍ୟାମ୍ପସରେ ହିଁ ଚାଲିଥିଲା। ଏହା ଭିତରେ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର କ୍ୟାମ୍ପସ୍‌ ନିର୍ମାଣ ପାଇଁ ପାଲୁର୍‌ ହିଲ୍‌ରେ ୨୦ ଏକର ଜାଗା ପ୍ରଦାନ କରାଯାଇଛି। କିନ୍ତୁ ସେଠାରେ ପାଣି ଅଭାବ ଥିବା ଯୋଗୁ କ୍ୟାମ୍ପସ୍‌ ନିର୍ମାଣ ହୋଇପାରୁନି। ଅନ୍ୟପଟେ ୨୦୧୮ରୁ ପାଠପଢ଼ା ଆରମ୍ଭ ହୋଇଯାଇଛି। ଫଳରେ ଅସ୍ଥାୟୀ କ୍ୟାମ୍ପସ୍‌ରେ ପାଠପଢ଼ା ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ ଅସୁବିଧା ହେଉଛି । ଏଣୁ କୌଣସି ଏକ ବଡ଼ କୋଠାକୁ ଅସ୍ଥାୟୀ କ୍ୟାମ୍ପସ୍‌ ଭାବେ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଭଡ଼ା ଘର ଖୋଜା ଚାଲିଥିଲା। କନିଷିସ୍ଥିତ ଜି-ମ୍ୟାକ୍ସ କଲ୍ୟାଣ ମଣ୍ଡପକୁ ଚୟନ କରାଯାଇଛି। କୋଠା ବାବଦରେ ମାସିକ ୭ଲକ୍ଷ ୫୨ହଜାର ୪ଶହ ଟଙ୍କା ଏବଂ ଆସବାବପତ୍ର ବାବଦରେ ୭୩ହଜାର ୮୭୬ଟଙ୍କା ପ୍ରଦାନ କରାଯିବ। ତେବେ ଘରୋଇ କଲ୍ୟାଣ ମଣ୍ଡପରେ ପାଠପଢ଼ାକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ସ ଅର୍ଗାନାଇଜେଶନ୍‌(ଏଆଇଡିଏସ୍‌ଓ) ପକ୍ଷରୁ ଦୁଇଦିନ ବିକ୍ଷୋଭ କରାଗଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିନା ଟେଣ୍ଡର୍‌ରେ ଭଡ଼ା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ତଥାପି ଶନିବାରରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ସମୟରେ ଭାଜପା ପକ୍ଷରୁ ରାମ କୁମାର ପାତ୍ର, କିରଣ କୁମାର ସାହୁ, ସୁଜ୍ଞାନୀ ପଣ୍ଡା, କମଲ ପାତ୍ର, ନରେଶ ଆଚାର୍ଯ୍ୟ, ଜେ.ମୁରଲୀ କ୍ରିଷ୍ଣା, ଅଖିଳ ସାହୁ, ଦୀପକ ମିଶ୍ରଙ୍କ ସମେତ ବହୁ କର୍ମୀ ପହଞ୍ଚି ସ୍ଥାନାନ୍ତରକୁ ବିରୋଧ କରିଥିଲେ। ଟ୍ରକ୍‌ ସମ୍ମୁଖରେ ବସି ରାସ୍ତା ବନ୍ଦ କରିଥିଲେ। ଅନେକ ସମୟ ପର୍ଯ୍ୟନ୍ତ ହୋ-ହଲ୍ଲା ଚାଲିଥିଲା। କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ବର୍ଷେରୁ ଦେଢ଼ ବର୍ଷ ଭିତରେ ପାଲୁର୍‌ ହିଲ୍‌ରେ ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ କରାଯିବ। କନିଷି ଯିବା ଆସିବା କରିବାକୁ ଛାତ୍ରୀଛାତ୍ରଙ୍କ ପାଇଁ ବସ୍‌ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri