ବିରୋଧ ପରେ ପିପିଇ ରଖିଲେ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟକୁ ପ୍ରଥମେ ମନଇଚ୍ଛା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ମଗାଇଦେଲେ। ତାହା ପହଞ୍ଚତ୍ବା ପରେ ରଖିବାକୁ ମନା କରିଦେଇଥିବା ରାଜ୍ୟ ସରକାର ଶେଷରେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ବିଭିନ୍ନ ମହଲରୁ ବିରୋଧ ପରେ ଅନ୍ୟ ରାଜ୍ୟରୁ କିଟ୍‌ ନେଇ ଆସିଥିବା ଟ୍ରକ୍‌ଗୁଡ଼ିକୁ ଅନ୍‌ଲୋଡ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପିପିଇ ନେଇ ଆସିଥିବା ୨୯ଟି ଟ୍ରକ୍‌କୁ ଅନ୍‌ଲୋଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ମାସ୍କ, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିବା ୫ଟି ଟ୍ରକ୍‌କୁ ଫେରାଇ ଦିଆଯିବ ବୋଲି କୁହାଯାଇଛି। ଏଭଳିସ୍ଥଳେ ମଙ୍ଗଳବାର ପୁଣି ଦୁଇଟି ଟ୍ରକ୍‌ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ମେଡିକାଲ୍‌ କିଟ୍‌ ନେଇ ପହଞ୍ଚତ୍ଛି। ହେଲେ ଏହାକୁ ଅନ୍‌ଲୋଡ୍‌ କରିବାର ଅନୁମତି ମିଳି ନଥିବା ଜଣାପଡ଼ିଛି।
ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ବିଭିନ୍ନ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଠାରୁ ପିପିଇ କିଟ୍‌ ଏବଂ ମେଡିକାଲ ଉପକରଣ ଅର୍ଡର ଦିଆଯାଇଥିଲା। ମେଡିକାଲ କର୍ପୋରେଶନର ତଥ୍ୟ ମୁତାବକ ରାଜ୍ୟକୁ ଇତିମଧ୍ୟରେ ୮ଲକ୍ଷ ୬୩ ହଜାର ପିପିଇ ଅଣାଯାଇଥିବାବେଳେ ସେଥିମଧ୍ୟରୁ ୬,୩୬,୦୦୦ ଏବେ ନିଗମର ସେଣ୍ଟ୍ରାଲ ଷ୍ଟୋର୍‌ରେ ଗଚ୍ଛିତ ଅଛି। ବାକି ୨,୨୭,୦୦୦ ପିପିଇ କିଟ୍‌ ବିଭିନ୍ନ ଜିଲାକୁ ପଠାଯାଇଛି। ତେବେ ଏତେସଂଖ୍ୟକ କିଟ୍‌ ଗଚ୍ଛିତ ଥାଇ ମଧ୍ୟ କର୍ପୋରେଶନ କ’ଣପାଇଁ ଆହୁରି ୧୫ଲକ୍ଷ ୭୦ ହଜାର ପିପିଇ କିଟ୍‌ ପାଇଁ ଅର୍ଡର ଦେଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କେଉଁ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା, କେତେ ଟଙ୍କାରେ ସାମଗ୍ରୀ କିଣାଯାଇଛି ସେନେଇ ତଥ୍ୟ ଦେବାକୁ କର୍ତ୍ତୃପକ୍ଷ ମନାକରିଦେଇଥିବା ବେଳେ କୋଭିଡ୍‌ କିଟ୍‌ କିଣାରେ ଏକ ବଡ଼ ଦୁର୍ନୀତି ହୋଇଥିବା ବିରୋଧୀ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହିସାବରେ ତାଳମେଳ ନ ରହିବାରୁ ଶେଷ ମୁହୂର୍ତ୍ତରେ ତରବରିଆ ଭାବେ ଅର୍ଡର ବାତିଲ କରାଯାଇଥିଲା। ତେବେ ଇତିମଧ୍ୟରେ ବିତରକମାନେ ସାମଗ୍ରୀ ପଠାଇସାରିଥିବାରୁ ବାତିଲ କରିବା ସତ୍ତ୍ୱେ ବି ଏହାକୁ ରଖିବାକୁ ଓଏସ୍‌ଏମ୍‌ସିଏଲ୍‌ ବାଧ୍ୟ ହୋଇଛି । ସପ୍ତାହେ ହେଲା ଓଏସ୍‌ଏମ୍‌ସିଏଲ୍‌ କାର୍ଯ୍ୟାଳୟ ସହ ରସୁଲଗଡ଼ ଶିଳ୍ପାଞ୍ଚଳରେ କୋଭିଡ୍‌ କିଟ୍‌ ନେଇ ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଅଟକି ରହିଥିବାବେଳେ କର୍ପୋରେଶନ କାହାକୁ ରଖିବ ଓ କାହାକୁ ଫେରାଇବ ତାକୁ ନେଇ ମଙ୍ଗଳବାର କ୍ରୟ କମିଟି ଏକ ବୈଠକ ବସାଇଥିଲେ। ଏଥିରେ କେବଳ ପିପିଇ କିଟ୍‌ ନେଇ ଆସିଥିବା ଟ୍ରକ୍‌ରୁ ସାମଗ୍ରୀ ଅନ୍‌ଲୋଡ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବଳକା ମାସ୍କ, ଭେଣ୍ଟିଲେଟର ଓ ଅନ୍ୟ ସରଞ୍ଜାମ ଫେରାଇ ଦେବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଭୋର ୫ଟାରେ ଓଏସ୍‌ଏମ୍‌ସିଏଲ୍‌ ସାମ୍ନାରେ ପୁଣି ଦୁଇଟି ଟ୍ରକ୍‌ ଲାଗିଥିବା ବେଳେ ଏଥିରୁ ଗୋଟିଏ ଟ୍ରକ୍‌ରେ ପଞ୍ଜାବ ମୋହଲିରୁ ୩୧ଟି ଭେଣ୍ଟିଲେଟର ଆସିଛି। ସେହିଭଳି ତାମିଲନାଡ଼ୁରୁ ଆସିଥିବା ଏକ ଟ୍ରକ୍‌ରେ ମାସ୍କ, ଗ୍ଲୋଭସ୍‌ ଏବଂ ଅନ୍ୟ ସରଞ୍ଜାମ ରହିଛି। ତେବେ ଦ୍ୱିପ୍ରହର ସୁଦ୍ଧା ଉଭୟ ଟ୍ରକ୍‌କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନ ଥିଲା। ତେବେ ଏନେଇ ବିଭାଗୀୟ ମନ୍ତ୍ରୀ, ସଚିବ କିମ୍ବା ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି ସରକାରୀ ଭାବେ କୌଣସି ତଥ୍ୟ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri