ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍‌ଶୀଘ୍ର: ପୋତାହେବ ଓୟୁଏଟି ଫାର୍ମରେ ଥିବା ୨ ପୋଖରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ କିଛିଦିନ ମଧ୍ୟରେ ଆରମ୍ଭ ହେବ। ବିଶେଷକରି ବିମାନ ଉଡ଼ାଣରେ ବଡ଼ ବିପଦ ସୃଷ୍ଟି କରୁଥିବା ପକ୍ଷୀଙ୍କୁ ନେଇ ଚିନ୍ତା ବଢ଼ିଛି। ସେହିଭଳି ସମ୍ପ୍ରସାରଣରେ ବସ୍ତି ବାଧକ ସାଜୁଛି। ଏଥିପାଇଁ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ଉପସ୍ଥିତ ରହି ବିମାନବନ୍ଦରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରିଥିଲେ। ଓୟୁଏଟି ଫାର୍ମ ପରିସର ୪ ପୋଖରୀକୁ ପୋତିବା ସହ ପକ୍ଷୀଙ୍କ ଆଗମନକୁ ରୋକିବା ଦିଗରେ କାର୍ଯ୍ୟ କରିବା, ବିମାନବନ୍ଦର ପଛପଟେ ଅର୍ଥାତ ଜାଗମରା ଅଞ୍ଚଳକୁ ଲାଗିଥିବା ରନ୍‌ଓ୍ବେ ନିକଟରୁ ଦୋକାନ ବଜାର ହଟାଇବା, ବିମାନବନ୍ଦର ଅଞ୍ଚଳରୁ ସମ୍‌ ହସ୍ପିଟାଲ ଯାଏ ଥିବା ଏକ ନିର୍ଦ୍ଦିଷ୍ଟ ପରିଧିରୁ ମାଛ ଓ ମାଂସ ଦୋକାନ ହଟାଇବା, ବଡ଼ ବଡ଼ ବିଦ୍ୟୁତ୍‌ ଖୁଣ୍ଟକୁ ହଟାଇବା, ବିମାନବନ୍ଦର ନିକଟରେ ଥିବା ୨ ବସ୍ତି ହଟାଇବା ଓ ବିମାନବନ୍ଦର ପାର୍ଶ୍ୱ ମୁଖ୍ୟ ନାଳରେ ଘୋଡଣି ପକାଇବା ପାଇଁ ବିମାନବନ୍ଦର ନିର୍ଦ୍ଦେଶକ ରାଓ ବିଏମ୍‌ସି କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା ୨ରୁ ୩ମାସ ମଧ୍ୟରେ ଓୟୁଏଟି ଫାର୍ମରେ ଥିବା ୨ଟି ପୋଖରୀକୁ ପୋତାଯିବ ଓ ଅନ୍ୟ ୨ଟିକୁ ସମ୍ପୂର୍ଣ୍ଣ ଜାଲ ଘେରାଯିବ। ସେହିପରି ରନ୍‌ଓ୍ବେ ନିକଟ ଦୋକାନ ବଜାରକୁ ହଟାଇବା ପାଇଁ ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କୁ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବିମାନବନ୍ଦର ଦେଇ ଯାଇଥିବା ମୁଖ୍ୟ ନାଳଟି ବହୁତ ଚଉଡ଼ା ହୋଇଥିବାରୁ ତାହା ଉପରେ ଘୋଡ଼ଣି ପକାଯାଇପାରିବ ନାହିଁ। ବିଏମ୍‌ସି ଡ୍ରେନେଜ୍‌ ବିଭାଗର ଏକ ଟିମ୍‌ ସ୍ଥିତି ପରଖିବା ପରେ ତାହା ଉପରେ ଜାଲ ବିଛାଯିବ। ଅନୁରୂପ ଭାବେ ସେସୁ କର୍ତ୍ତୃପକ୍ଷ କିଛିଦିନ ମଧ୍ୟରେ ବିମାନବନ୍ଦରର ନିର୍ଦ୍ଧାରିତ ପରିଧିରେ ଥିବା ବଡ଼ ବଡ଼ ବିଦ୍ୟୁତ୍‌ ଖୁଣ୍ଟ ହଟାଇବେ। ମାଛ, ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରାଯିବ। ତେବେ ୨ ବସ୍ତିର ଉଚ୍ଛେଦ ସରିଛି, ଏବେ ବିମାନବନ୍ଦର କର୍ତ୍ତୃପକ୍ଷ ବିକାଶ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲ ବିଏମ୍‌ସି କମିଶନର ଚୌଧାରୀ ସ୍ପଷ୍ଟ କରିଥିଲେ। ବୈଠକରେ ଆର୍‌ ଆଣ୍ଡ ବି ବିଭାଗ, ସେସୁ, ଓୟୁଏଟି ଓ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri