ବିଭାଜନର ପାଚେରି

ନାରାୟଣ ପଣ୍ଡା

ସ୍ଵ।ଧୀନତା ପୂର୍ବରୁ ଦେଶର ଦୁର୍ବଳବର୍ଗଙ୍କ ଉପରେ ଐତିହାସିକ ଶୋଷଣ, ଅସମାନତା ଓ ପାତରଅନ୍ତର ନୀତି ଯୋଗୁ ସେମାନେ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ସେମାନଙ୍କୁ ବଞ୍ଚିତ କରି ରଖିବାର ଏକ ବିଳାସ ଥିଲା ସବର୍ଣ୍ଣ ଓ ସ୍ବଚ୍ଛଳବର୍ଗମାନଙ୍କର। ସ୍ବାଧୀନତା ପ୍ରାପ୍ତି ପରେ ଆଇନସିଦ୍ଧ ଭାବରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ସୃଷ୍ଟି ହେଲା। ୧୯୮୦ଠାରୁ ପଛୁଆ ଜାତି ଏହାର ଅନ୍ତର୍ଭୁକ୍ତ ହେଲେ। ଦେଶ ସ୍ବାଧୀନ ହେବାର ଦୀର୍ଘ ୭୦ ବର୍ଷ ପରେ ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣବର୍ଗର ଲୋକଙ୍କ ନିମନ୍ତେ ୧୦ ପ୍ରତିଶତ ସୁବିଧା ସୁଯୋଗ ଉପଲବ୍ଧ ହୋଇଛି। ଉନ୍ମୁକ୍ତ ହୋଇଛି ସମସ୍ତଙ୍କ ପାଇଁ ବିକାଶର ଦରଜା। ସମ୍ବିଧାନ ଦ୍ୱାରା ସ୍ବୀକୃତ ଏହି ସମସ୍ତ ସଂରକ୍ଷଣ ସୁବିଧା ସମ୍ପୃକ୍ତ ବର୍ଗର ଶୈକ୍ଷିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରର ବିକାଶ ସାଧନ ନିମନ୍ତେ ଅଭିପ୍ରେତ। ଏହାଦ୍ୱାରା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରୁଛି। ବର୍ତ୍ତମାନ କେନ୍ଦ୍ର ସରକାର ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗଙ୍କ ପାଇଁ ଯଥାକ୍ରମେ ୪୧, ୨୨, ୨୭ ଓ ୧୦ ପ୍ରତିଶତ ସଂରକ୍ଷଣ ଜାରି ରଖିଛନ୍ତି।
ବିଡମ୍ବନାର ବିଷୟ, ଦେଶରେ ଭିନ୍ନ ଏକ ପ୍ରକାର ସଂରକ୍ଷଣ ସମ୍ପ୍ରତି ଅଞ୍ଚଳ ଅଞ୍ଚଳ ଓ ରାଜ୍ୟ ରାଜ୍ୟ ମଧ୍ୟରେ ବିଭାଜନର ପାଚେରି ସୃଷ୍ଟି କରୁଛି। ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ, ଗୋଟିଏ ଧ୍ୱଜା ଓ ଗୋଟିଏ ଜାତୀୟ ସଙ୍ଗୀତ’ର ଆହ୍ବାନ ଦିଆଯାଇ ଜମ୍ମୁ-କଶ୍ମୀର ଓ ଅବଶିଷ୍ଟ ଦେଶ ମଧ୍ୟରେ ଥିବା ଦୀର୍ଘଦିନର ବିଭାଜନର ପାଚେରି ଭାଙ୍ଗି ଦିଆଗଲା। ଗୋଟିଏ ପାଚେରି ଭାଙ୍ଗିଯାଇଛି ସତ, କିନ୍ତୁ ଦେଶଯାକ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଗଢିଉଠୁଛି ଭିନ୍ନ ଭିନ୍ନ ପାଚେରି। ଏ ପାଚେରି ଆଞ୍ଚଳିକତାର। ଭୋଟବ୍ୟାଙ୍କ ରାଜନୀତି ପାଇଁ ଜାତି ଓ ଧର୍ମ ଭିତ୍ତିରେ ସୃଷ୍ଟି ହେଉଥିବା ପାଚେରି। ଏବେ ସମଗ୍ର ଭାରତର ଭୂମିପଟରେ ଆଞ୍ଚଳିକତାବାଦ ଏତେ ଭୟଙ୍କର ଓ ଉନ୍ମତ୍ତ ଭାବରେ କାୟାବିସ୍ତାର କରୁଛି ଯାହାର ସୁଦୂରପ୍ରସାରୀ ଫଳାଫଳ ଦିନେ ଭାରତୀୟ ଜନଜୀବନକୁ ଭୟାନକ ଭାବେ ପ୍ରଭାବିତ କରିବ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଘରୋଇ କ୍ଷେତ୍ରରେ ୭୦ ପ୍ରତିଶତ ଚାକିରି ରାଜ୍ୟର ଅଧିବାସୀମାନଙ୍କ ପାଇଁ ସଂରକ୍ଷିତ ରଖିଥିବାବେଳେ କ୍ଷମତାସୀନ ହେବାପରେ ଆନ୍ଧ୍ରବାସୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ମହାରାଷ୍ଟ୍ରର ମୂଳ ମରାଠୀ ଅଧିବାସୀମାନଙ୍କ ଅଧିକାର ପାଇଁ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନା ସର୍ବଦା ଦୃଢ ଦାବି ରଖି ଆସୁଛନ୍ତି। ଗୁଜରାଟ ସରକାର ଅନୁରୂପ ଭାବେ ରାଜ୍ୟ ଶିଳ୍ପକ୍ଷେତ୍ରର ୮୦ଭାଗ ଚାକିରି ଗୁଜରାଟୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ଆଇନ ଆଣୁଛନ୍ତି। ସବୁ ରାଜ୍ୟର ସରକାର ଓ ଜନସାଧାରଣ ଚାହାନ୍ତି ଆପଣା ଆପଣା ସ୍ବାର୍ଥ। ବର୍ତ୍ତମାନ ଦେଶର ନାଗରିକତାକୁ ମାଟିର ସନ୍ତାନ ଓ ବାହାର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି। ଆମର ଜାତୀୟତାବାଦୀମାନେ ପୂର୍ବରୁ ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ବିରୋଧ କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ଅନ୍ୟ ରାଜ୍ୟଗୁଡିକ ନିଜ ରାଜ୍ୟ ପାଇଁ ଚାକିରି ସଂରକ୍ଷଣ କରି ଅନ୍ୟ ରାଜ୍ୟରୁ ଆଗତ ନାଗରିକଙ୍କ ନିଯୁକ୍ତି ଓ ସୁବିଧା ରୁଦ୍ଧ କରୁଥିବାବେଳେ ସେମାନେ ନୀରବ ରହୁଛନ୍ତି। ଭାରତରେ ଅନେକ ରାଜ୍ୟ ନିଜର ଭୋଟ ବ୍ୟାଙ୍କ ତଥା ସଂକୀର୍ଣ୍ଣ ସ୍ବାର୍ଥ ନିମନ୍ତେ ସ୍ବତନ୍ତ୍ର ସୁବିଧା ଦାବି କରିଆସୁଛନ୍ତି। ଭବିଷ୍ୟତରେ ଏହି ଭୋଟବ୍ୟାଙ୍କ ରାଜନୀତି ଜାତି ଓ ଧର୍ମ ପରିଚୟରେ ଭୟାନକ ଅସନ୍ତୁଳନ ସୃଷ୍ଟି କରିବ, ଏହାର ବିଷକ୍ରିୟା ଆରମ୍ଭ ହୋଇଗଲାଣି।
ଦେଶବିଦେଶର ବହୁରାଷ୍ଟ୍ରୀୟ କମ୍ପାନୀମାନେ ଯୋଗ୍ୟତାଭିତ୍ତିରେ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରଯୁକ୍ତିବିଦ୍ୟାର ସମର୍ଥ ଯନ୍ତ୍ରୀମାନଙ୍କୁ ବ୍ୟବସାୟିକ ସଫଳତା ପାଇଁ ନିଯୁକ୍ତି ଦେଇଥାନ୍ତି। ଏହି ଯନ୍ତ୍ରୀମାନେ କ’ଣ ସମ୍ପୃକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛନ୍ତି? କନର୍ର୍ାଟକର ‘କନ୍ନଡ ରକ୍ଷଣ ବେଦିକା’ ଏହାକୁ ବିରୋଧ କରେ। ଦେଶର ରାଷ୍ଟ୍ରାୟତ୍ତ ଶିଳ୍ପପ୍ରତିଷ୍ଠାନମାନଙ୍କରେ ଭେଦାଭେଦ ଓ ବିରୋଧର ଏକାନ୍ତ ପରିହାର ଆବଶ୍ୟକ। ଆମ ଦେଶ ବହୁଜାତି, ବହୁଧର୍ମ ସମ୍ବଳିତ ଏକ ପ୍ରାଚୀନ ମହାନ୍‌ ପରମ୍ପରା ଓ ସଂସ୍କୃତିର ଦେଶ। ବିଭିନ୍ନତା ମଧ୍ୟରେ ଏକତା ଏ ଦେଶର ବୈଶିଷ୍ଟ୍ୟ। ଜିଲା ଓ ରାଜ୍ୟଭିତ୍ତିକ ଚାକିରି ଛଡା କେନ୍ଦ୍ରୀୟ ଓ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକରେ ସ୍ଥାନ ନିର୍ବିଶେଷରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବା ଅସାମ୍ବିଧାନିକ ନୁହେଁ। କୋଲକାତାର ମାରୱାଡିମାନେ ସମ୍ପୃକ୍ତ ଅଞ୍ଚଳର ଆର୍ଥିକ ବିକାଶ ପାଇଁ ଅବଦାନ ରଖିଥାନ୍ତି, ଯେପରି ପାର୍ସୀମାନେ ବମ୍ବେରେ।
ଅନ୍ୟ ଏକ ବିଭେଦର ପାଚେରି ଆମ ରାଜନେତାମାନେ ଗଢିଚାଲିଛନ୍ତି। ତାହା ହେଲା ଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ବିଦେଶୀ ଅଣନାଗରିକଙ୍କୁ ଯେନତେନ ପ୍ରକାରେଣ ଭୋଟ ଅଧିକାର ପ୍ରଦାନ କରି ନିଜର ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ସିଦ୍ଧ କରିବା। ଦେଶରେ ଏବେ ଲକ୍ଷ ଲକ୍ଷ ଅବାଞ୍ଛିତ ଶରଣାର୍ଥୀ ବାସକରୁଥିବା ସ୍ପଷ୍ଟ ହୋଇଗଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉକ୍ତ ରାଜନେତାମାନଙ୍କ ସାହାଯ୍ୟରେ ଫଟୋ ପରିଚୟ ପତ୍ର, ଆଧାରକାର୍ଡ ଆଦି ହାସଲକରି ଅସଲ ନାଗରିକର ଭ୍ରମ ସୃଷ୍ଟି କରୁଛନ୍ତି। ବିଭିନ୍ନ ଦେଶରୁ ଆସୁଥିବା ଶରଣାର୍ଥୀଙ୍କ ପାଇଁ ଭାରତକୁ ଧର୍ମଶାଳାରେ ପରିଣତ କରାଯାଉଛି। କେବଳ ଭୋଟବ୍ୟାଙ୍କ ପାଇଁ ଉକ୍ତ ଅନୈତିକ ବ୍ୟାପାରର ସର୍ଜନା। ସେମାନଙ୍କ ଥଇଥାନ ଦ୍ୱାରା ଦେଶର ଲୋକଙ୍କ ଭାତ ଉପରେ ଭାଗ ବସୁଛି। ପ୍ରେମ ଓ ସହିଷ୍ଣୁତା ଏବେ ନିର୍ବାସିତ। ଭୋଟବ୍ୟାଙ୍କର ମାୟାଜାଲରେ ଆମଦେଶର ନେତାମାନେ ପଡି ଏହି ନୀତିଆଦର୍ଶରୁ ବିଚ୍ୟୁତ ହେବା ଆତ୍ମଘାତୀ ହେବ। ଭାରତର ସଂସ୍କୃତି ଉଦାର ହେଲେ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ଅତିରିକ୍ତ ଦେଶାନ୍ତରୀମାନଙ୍କୁ ଶରଣ ଦେବା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ।
ସ୍ବାଧୀନ ଭାରତର ପ୍ରତିଷ୍ଠାତାମାନେ ନାଗରିକତାର ଉଦାର ବ୍ୟାଖ୍ୟା କରିଥିଲେ- ପ୍ରତ୍ୟେକ ମଣିଷ ମାନବିକତାର ନାଗରିକ, ଯେପରି ବେଦରେ କୁହାଯାଇଛି ‘ତେ ହି ପୁତ୍ରାସୋ ଅଦିତେଃ ପ୍ରଜୀବସେ ମର୍ତ୍ୟାୟ, ଜ୍ୟୋତିର୍ଯଚ୍ଛନ୍ତ୍ୟଜସ୍ରମ୍‌। (ଯଜୁର୍ବେଦ ୩/୧୩)। ଅଦିତି ବା ଭୂମି ଉପରେ ଜନ୍ମ ନେଉଥିବା ସମସ୍ତ ମନୁଷ୍ୟ ଭୂମିପୁତ୍ର ନୁହନ୍ତି। ଯେଉଁମାନେ ମାନବଜାତିର ମଙ୍ଗଳ ପାଇଁ କାର୍ଯ୍ୟକରନ୍ତି, ସେହିମାନେ ହିଁ ପ୍ରକୃତ ଭୂମିପୁତ୍ର। ଭୂମି ବା ଅଦିତି ଅଖଣ୍ଡନୀୟା। ଏହାକୁ ଶାସନଗତ ଓ ବ୍ୟାବହାରିକ ସୁବିଧା ପାଇଁ ଦେଶ ଓ ପ୍ରଦେଶରେ ବିଭକ୍ତ କରାଯାଇଥାଏ ସତ, ଏ ବିଭାଜନ କିନ୍ତୁ କୃତ୍ରିମ। ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ଦ୍ୱାହିଦେଇ ସମ୍ବିଧାନର ଲକ୍ଷ୍ମଣରେଖା ଅତିକ୍ରମ କରା ନ ଯାଉ।
ନୂଆବନ୍ଧସାହି, ନବରଙ୍ଗପୁର,
ମୋ- ୯୪୩୭୧୧୮୯୬୨


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri