ପରବର୍ତ୍ତୀ ଆଫଗାନିସ୍ତାନ

ଆମେରିକା ଓ ତାଲିବାନ ମଧ୍ୟରେ ୨୯ ଫେବୃୟାରୀ ୨୦୨୦ରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁଯାୟୀ ଆସନ୍ତା ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହୃତ ହେବେ। ସବୁ ଠିକ୍‌ଠାକ୍‌ ରହିଲେ ଦୀର୍ଘ ୧୮ ବର୍ଷ ଧରି ଲାଗିରହିଥିବା ବିବାଦର ସମାପ୍ତି ଘଟିପାରେ। ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜଲମେ ଖାଲିଜାଦ୍‌ ଓ ତାଲିବାନ ସହପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ଏହି ଶାନ୍ତି ଚୁକ୍ତି କାତାର ରାଜଧାନୀ ଦୋହାରେ କରିଥିବା ଖବର ପ୍ରସାରିତ ହେବା ପରେ ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତାଲିବାନ ସହ ଆମେରିକା ଶାନ୍ତି ଚୁକ୍ତି କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆର୍ଥିକ ଦିଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡିଛି। ଆଫଗାନିସ୍ତାନରେ ଏବେ ୧୩ ହଜାର ଆମେରିକୀୟ ସୈନ୍ୟ ନିୟୋଜିତ ଅଛନ୍ତି। ଚୁକ୍ତି ଅନୁଯାୟୀ ୪ ମାସ ମଧ୍ୟରେ ଏହି ସଂଖ୍ୟା ୮,୬୦୦କୁ ହ୍ରାସ କରାଯିବ। ୧୪ ମାସ ମଧ୍ୟରେ ସେଠାରୁ ଆମେରିକୀୟ ସେନା ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହୋଇଗଲେ ଆମେରିକା ଉପରେ ଯେଉଁ ଆର୍ଥିକ ବୋଝ ପଡୁଥିଲା ତାହା ଯଥେଷ୍ଟ ପରିମାଣରେ ହ୍ରାସ ଘଟିବ। ଉଲ୍ଲେଖ କରାଯାଇପାରେ ଯେ, ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ଆକ୍ରମଣ କରିଥିଲା। ଏଥିରେ ୨,୯୯୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫,୦୦୦ରୁ ଅଧିକ ଆହତ ହୋଇଥିଲେ। ସେତେବେଳେ ଅଲ୍‌କାଏଦାକୁ ଆଶ୍ରୟ ଦେବା ସହ ସହଯୋଗ କରୁଥିବା ତାଲିବାନକୁ ଆଫଗାନିସ୍ତାନରେ କ୍ଷମତାରୁ ହଟାଇବା ଲାଗି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ (ଜୁନିୟର) ପଣ କରିଥିଲେ। ଫଳରେ ଆଫଗାନିସ୍ତାନକୁ ସେନା ପଠାଇ ତାଲିବାନକୁ ଦମନ କରିଚାଲିଥିଲେ। ୨୦୦୧ ନଭେମ୍ବରରେ ୧୩୦୦ ଆମେରିକା ସେନା ପ୍ରେରଣ କରାଯାଇଥିବା ବେଳେ ତାହା ୨୦୧୦ ଅଗଷ୍ଟ ବେଳକୁ ଲକ୍ଷେରେ ପହଞ୍ଚିଥିଲା। ଏତେସଂଖ୍ୟକ ସୈନ୍ୟଙ୍କୁ ଆଫଗାନିସ୍ତାନରେ ନିୟୋଜିତ କରିଥିବାରୁ ସେମାନଙ୍କ ଲାଗି ବ୍ୟୟ ହେଉଥିବା ଅର୍ଥ ଆମେରିକା ରାଜକୋଷ ଉପରେ ବୋଝ ଭାବେ ପଡିଥିଲା। ଏହା ଫଳରେ ଆମେରିକା ଲୋକ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜିର ଏହି ଚୁକ୍ତି ସେହି ଅସନ୍ତୋଷର ପ୍ରତିକ୍ରିୟାରୁ ଜନ୍ମ ବୋଲି କୁହାଯାଉଛି।
ଏବର ପରିସ୍ଥିତି ଦେଖିଲେ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱକୁ କବଳିତ କରି ରଖିଛି। ତେଣୁ ଅନ୍ୟ ଦେଶରେ ସୃଷ୍ଟି ହେଉଥିବା ଅସ୍ଥିରତା ଓ ସମସ୍ୟାକୁ ସମାଧାନ କରିବା ଲାଗି ଆମେରିକା ପୂର୍ବ ଭଳି ମନ ବଳାଇବାକୁ ଚେଷ୍ଟା କରୁ ନ ଥିବା ଏହି ଶାନ୍ତି ଚୁକ୍ତିରୁ ବୁଝାପଡିଯାଉଛି। ପୂର୍ବରୁ ବିଶ୍ୱ ପୋଲିସର ଆଖ୍ୟା ପାଇଥିବା ଆମେରିକା ବର୍ତ୍ତମାନ ନିଜ ଓଜନରେ ଦବି ଗଲା ଭଳି ମନେହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରେ ‘ଆଗ ଆମେରିକା’ ବା ‘ଆମେରିକା ଫାଷ୍ଟ’ ନୀତି ଆପଣାଉଛନ୍ତି। ସେଥିଲାଗି ଆମେରିକା ଅର୍ଥନୀତିର ବିକାଶ ତାଙ୍କ ଲାଗି ଅଗ୍ରପ୍ରାଧାନ୍ୟ ଲାଭ କରିଛି। ସମ୍ଭବତଃ ଆଫଗାନିସ୍ତାନରେ ପର୍ଯ୍ୟାପ୍ତ ସୈନ୍ୟ ରଖି ଆମେରିକା କୌଣସି ସାମରିକ ବିଜୟ ହାସଲ କରିପାରିନାହିଁ ବୋଲି ଅନୁଭବ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବେ ୨୦୦୧ରେ ତାଲିବାନକୁ କ୍ଷମତାରୁ ହଟାଇବା ପାଇଁ ଆମେରିକା ଓ ଏହାର ମିତ୍ରଶକ୍ତି ଏକଜୁଟ ହୋଇ ଯୁଦ୍ଧ ରଚାଇଥିଲେ। ଫଳରେ ଆଫଗାନିସ୍ତାନରେ ତାଲିବାନର ଶକ୍ତି ହ୍ରାସ ପାଇଥିଲା। କେତେକ ଅଞ୍ଚଳରେ ତାଲିବାନ ସକ୍ରିୟ ଥିବାରୁ ସେମାନଙ୍କୁ ଦମନ କରିବା ଲକ୍ଷ୍ୟରେ ଆମେରିକାର କେତେକ ସୈନ୍ୟ ସଜାଗ ରହିଛନ୍ତି। ତାଲିବାନ ନେତାମାନେ ପୂର୍ବଭଳି ଆର୍ଥିକ ସମର୍ଥନ ପାଉ ନ ଥିବାରୁ ସେମାନେ ମଧ୍ୟ ଶାନ୍ତି ଆଲୋଚନାକୁ ଆସିବାକୁ ଉଚିତ ମଣିଛନ୍ତି ବୋଲି କୁହାଯାଉଛି।
ଆଜିର ଆଫଗାନିସ୍ତାନ ପରିସ୍ଥିତିକୁ ଦେଖିଲେ ସହଜରେ ସେଠାରେ ଶାନ୍ତି ଫେରିବା ଭଳି ମନେହୁଏନାହିଁ। ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ଥିବା ଓ୍ବାର୍‌ ଲର୍ଡ ବା ଯୁଦ୍ଧପ୍ରିୟ ନେତା ନିଜ ନିଜର ସେନା ଧରି ବସିଛନ୍ତି। ଶକ୍ତିଶାଳୀ ଆମେରିକାର ଉପସ୍ଥିତି ଯୋଗୁ ଏହି ଯୁଦ୍ଧଖୋର ଆଞ୍ଚଳିକ ନେତାମାନେ ନୀରବ ରହିଥିଲେ। କିନ୍ତୁ ପୂର୍ବରୁ ଆମେରିକା ସମର୍ଥିତ କାବୁଲ ସରକାରକୁ ଯେଉଁଭଳି ଭାବେ ସେମାନଙ୍କ ଦ୍ୱାରା ବିରୋଧ କରାଯାଉଥିଲା, ସମ୍ଭବତଃ ତାଲିବାନ ମଧ୍ୟ ସେଭଳି ବିରୋଧର ସମ୍ମୁଖୀନ ହେବାର ସବୁ ଆଶଙ୍କା ରହିଛି। ଏହାବ୍ୟତୀତ ତାଲିବାନ ଦ୍ୱାରା ପରିଚାଳିତ ପ୍ରଶାସନରେ ମହିଳାମାନଙ୍କର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଯିବ। ପୂର୍ବରୁ ତାଲିବାନର ଏହି ମହିଳା ବିରୋଧୀ ଆଭିମୁଖ୍ୟର ଅନେକ ଉଦାହରଣ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଭାବେ ଇସ୍‌ଲାମୀୟ ବ୍ୟବସ୍ଥାରେ ସରକାର ଚଳାଇବାକୁ ଚେଷ୍ଟା କରାଗଲେ ପ୍ରଥମ ଶିକାର ମହିଳା ହେବେ। ଆଫଗାନ୍‌ ମାଟିରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିଦେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଅନ୍ୟପଟେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ସାମାଜିକ ପରିସ୍ଥିତି ଯେଉଁଭଳି କ୍ଷତିଗ୍ରସ୍ତ ହେବ ସେଥିପ୍ରତି କେହି ଧ୍ୟାନ ଦେବେ ବୋଲି ଚିନ୍ତା କରାଯାଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?