ବିବାହର ୬ବର୍ଷ ପରେ ନିର୍ଯାତନା : ନ୍ୟାୟ ପାଇଁ ଢେଙ୍କାନାଳରେ ପଶ୍ଚିମବଙ୍ଗ ମହିଳା

ଢେଙ୍କାନାଳ ଅଫିସ, ୩୦।୬ – ବିବାହର ୫ବର୍ଷ ପରେ ପଶ୍ଚିମବଙ୍ଗର ଜଣେ ମହିଳା ସ୍ବାମୀଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ନ୍ୟାୟ ପାଇଁ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହାୟତାରେ ଶନିବାର ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍‌ସଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବାକୁ ପୀଡ଼ିତା ଦାବି କରିଛନ୍ତି।
ପଶ୍ଚିମବଙ୍ଗର ଦକ୍ଷିଣ ଚବିଶପ୍ରଗଣା ଜିଲା ଅନ୍ତର୍ଗତ ଠାକୁରପୁକାର ଥାନା ଅଞ୍ଚଳର ସମ୍ପୃକ୍ତା ମହିଳା ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ୨୦୧୩ ଜୁନ୍‌ ୨୨ରେ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ କଲିକତାରେ ରେଜିଷ୍ଟ୍ରୀ ବିବାହ କରିଥିଲେ। ଦୀର୍ଘ ୬ବର୍ଷ ହେଲା ସେମାନେ ସ୍ତ୍ରୀସ୍ବାମୀ ଭାବେ ଚଳୁଥିଲେ। ଏପରି କି ଯୁବକ ଜଣକ ତାଙ୍କୁ ନିଜ ଘରକୁ ଆଣିଥିଲେ। ଏହାପରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ଥିବା ଏକ ହୋଟେଲରେ ରଖିଥିଲେ। ୬ବର୍ଷ ମଧ୍ୟରେ ସ୍ବାମୀ ୧୭ଥର ଗର୍ଭପାତ କରିଛନ୍ତି, ଯାହାର ରିପୋର୍ଟ ମହିଳାଙ୍କ ନିକଟରେ ରହିଛି। ଏପରି କି ତାଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଅଧିକାଂଶ ସମୟରେ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲେ। ଏସବୁ ଭିତରେ ଜୁନ୍‌ ୧୫ରେ ସ୍ବାମୀ ହଠାତ୍‌ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଶାଶୁ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ସ୍ବାମୀ ୨ୟ ବିବାହ କରିସାରିଥିବା ସେମାନେ ସୂଚନା ଦେଇଥିଲେ। ସ୍ବାମୀଙ୍କ ଗଁାକୁ ଯାଇ ଖୋଜାଖୋଜି କରି ସେ ନିରାଶ ହୋଇଛନ୍ତି। ଢେଙ୍କାନାଳ ରେଳଷ୍ଟେଶନରେ ତାଙ୍କୁ ଅନେକ ସମୟରେ ଭୋଗ ଉପାସରେ ଅସହାୟ ଅବସ୍ଥାରେ ରହିବାକୁ ପଡ଼ିଛି। ଭାଷା ଜାଣି ନ ଥିବାରୁ ସେ ହିନସ୍ତା ହେଉଛନ୍ତି। ଶନିବାର ଅନ୍ତର୍ଜାତୀୟ ମାନବ ଅଧିକାର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସସ୍ମିତା ଦାସଙ୍କ ସହାୟତାରେ ନିର୍ଯାତିତା ମହିଳା ଜଣକ ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି।
ଏ ନେଇ ଏସ୍‌ପି କୁହନ୍ତି, ଅଭିଯୋଗକାରିଣୀ ବିବାହର ସମସ୍ତ ପ୍ରମାଣପତ୍ର ଦେଖାଉଛନ୍ତି। ଉକ୍ତ କାଗଜପତ୍ରରେ କେତେ ସତ୍ୟତା ରହିଛି, ତାହାର ବିଧିବଦ୍ଧ ତଦନ୍ତ କରାଯିବ। ଏବେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଗ୍ରାମରେ ନାହାନ୍ତି। ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri