ଖଟିଆରେ ମୃତଦେହ ବୁହାହେବା ଘଟଣା : ଓ୍ବାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି, ୩୦।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାରଲୋକେ ମୃତଦେହକୁ ପ୍ରାୟ ୩କିମି ଦୂର ଶ୍ରାନିକେତାକୁ ଖଟିଆରେ ବୋହି ନେଇଥିଲେ। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସମୀର କୁମାର ଦାସ ଡ୍ୟୁଟିରେ ଥିବା ୱାର୍ଡ଼ ଆଟେଣ୍ଡାଣ୍ଟ ନିରାକାର ବେହେରାଙ୍କୁ ଶନିବାର ସସ୍‌ପେଣ୍ଡ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଇନଚାର୍ଜ ସେନାପତିଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ମୃତଦେହ ନେବା ପାଇଁ ମହାପ୍ରୟାଣ ଯାନ ନଥିବାବେଳେ ଏନେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ଥାନାକୁ ଜଣାଇଲ ନାହିଁ କାହିଁକି, କିମ୍ବା ଜିଲା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କାହିଁକି ଅବଗତ କରାଗଲାନାହିଁ। ଏହାସହ କାର୍ଯ୍ୟରତ ନର୍ସ ତୃପ୍ତି ପ୍ରଧାନଙ୍କୁ କୋଟଗଡ ବ୍ଲକ ଉପାନ୍ତ ସୁବର୍ଣ୍ଣଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ପଠାଇଦିଆଯାଇଛି।ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ସେନାପତି କହିଛନ୍ତି ଯେ, ପରିବାର ଲୋକଙ୍କ ଘର ଦାରିଙ୍ଗବାଡ଼ି ଠାରୁ ମାତ୍ର ୩ କିମି ଦୂର। ଦାରିଙ୍ଗବାଡ଼ିରେ ମହାପ୍ରୟାଣ ଯୋଜନାରେ ଗାଡ଼ି ନ ଥିବାରୁ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ନିରାକାର ମୃତ କିରଣଙ୍କ ବାପା ଝାଙ୍କେଶ୍ୱରଙ୍କୁ ବାଲିଗୁଡ଼ାରୁ ମହାପ୍ରୟାଣ ଗାଡ଼ି ଡକାଯାଇଛି ବୋଲି କହିଥିଲେ। ଦାରିଙ୍ଗବାଡ଼ି ଠାରୁ ବାଲିଗୁଡ଼ାର ଦୂରତା ୫୦ କିମି, ଗାଡ଼ି ଆସିବା ବିଳମ୍ବ ହେବ ଏଣୁ ଆମେ ନିଜେ ବ୍ୟବସ୍ଥା କରି ନେଇଯିବୁ ବୋଲି କହିବା ସହ ଲିଖିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ଜଣାଇ ମୃତଦେହ ଖଟିଆରେ ବୋହି ନେଇଥିଲେ। କୌଣସି ମନ୍ଦ ଉଦ୍ଦେଶ୍ୟ କି ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ବିଳମ୍ବ ଯୋଗୁ ନିଜ ସୁବିଧାରେ ନେଉଥିବା ସେଥିରେ ଉଲ୍ଲେଖ କରିଥିଲେ।ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ି ବ୍ଲକରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହାପ୍ରୟାଣ ଗାଡ଼ି ରହିଥିଲା। କିଛିଦିନ ରହିବା ପରେ ଗାଡ଼ିଟିକୁ ଅନ୍ୟତ୍ର ନିଆଗଲା। ଫଳରେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଭିନ୍ନ ରୋଗ ହେଉକି ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତଦେହ ନେବାପାଇଁ ବାଲିଗୁଡ଼ା କିମ୍ବା ଅନ୍ୟତ୍ର ମହାପ୍ରୟାଣ ଗାଡ଼ି ଅଣାଯାଉଛି। ଫଳରେ ଲୋକେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ଗରିବ ଲୋକ ବାଧ୍ୟ ହୋଇ ଖଟିଆ କିମ୍ବା କାନ୍ଧରେ ବୋହି ମୃତଦେହ ନେବାର ନଜିର ରହିଛି। ଜିଲାପ୍ରଶାସନ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗଁ। ପାଇଁ ଏକ ମହାପ୍ରୟାଣ ଯାନ ଯୋଗାଇଦେବାକୁ ସାମାଜିକକର୍ମୀ ସୁରେଶ ବଳିଆର ସିଂ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri