ଖଟିଆରେ ମୃତଦେହ ବୁହାହେବା ଘଟଣା : ଓ୍ବାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି, ୩୦।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାରଲୋକେ ମୃତଦେହକୁ ପ୍ରାୟ ୩କିମି ଦୂର ଶ୍ରାନିକେତାକୁ ଖଟିଆରେ ବୋହି ନେଇଥିଲେ। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସମୀର କୁମାର ଦାସ ଡ୍ୟୁଟିରେ ଥିବା ୱାର୍ଡ଼ ଆଟେଣ୍ଡାଣ୍ଟ ନିରାକାର ବେହେରାଙ୍କୁ ଶନିବାର ସସ୍‌ପେଣ୍ଡ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଇନଚାର୍ଜ ସେନାପତିଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ମୃତଦେହ ନେବା ପାଇଁ ମହାପ୍ରୟାଣ ଯାନ ନଥିବାବେଳେ ଏନେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ଥାନାକୁ ଜଣାଇଲ ନାହିଁ କାହିଁକି, କିମ୍ବା ଜିଲା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କାହିଁକି ଅବଗତ କରାଗଲାନାହିଁ। ଏହାସହ କାର୍ଯ୍ୟରତ ନର୍ସ ତୃପ୍ତି ପ୍ରଧାନଙ୍କୁ କୋଟଗଡ ବ୍ଲକ ଉପାନ୍ତ ସୁବର୍ଣ୍ଣଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ପଠାଇଦିଆଯାଇଛି।ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ସେନାପତି କହିଛନ୍ତି ଯେ, ପରିବାର ଲୋକଙ୍କ ଘର ଦାରିଙ୍ଗବାଡ଼ି ଠାରୁ ମାତ୍ର ୩ କିମି ଦୂର। ଦାରିଙ୍ଗବାଡ଼ିରେ ମହାପ୍ରୟାଣ ଯୋଜନାରେ ଗାଡ଼ି ନ ଥିବାରୁ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ନିରାକାର ମୃତ କିରଣଙ୍କ ବାପା ଝାଙ୍କେଶ୍ୱରଙ୍କୁ ବାଲିଗୁଡ଼ାରୁ ମହାପ୍ରୟାଣ ଗାଡ଼ି ଡକାଯାଇଛି ବୋଲି କହିଥିଲେ। ଦାରିଙ୍ଗବାଡ଼ି ଠାରୁ ବାଲିଗୁଡ଼ାର ଦୂରତା ୫୦ କିମି, ଗାଡ଼ି ଆସିବା ବିଳମ୍ବ ହେବ ଏଣୁ ଆମେ ନିଜେ ବ୍ୟବସ୍ଥା କରି ନେଇଯିବୁ ବୋଲି କହିବା ସହ ଲିଖିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ଜଣାଇ ମୃତଦେହ ଖଟିଆରେ ବୋହି ନେଇଥିଲେ। କୌଣସି ମନ୍ଦ ଉଦ୍ଦେଶ୍ୟ କି ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ବିଳମ୍ବ ଯୋଗୁ ନିଜ ସୁବିଧାରେ ନେଉଥିବା ସେଥିରେ ଉଲ୍ଲେଖ କରିଥିଲେ।ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ି ବ୍ଲକରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହାପ୍ରୟାଣ ଗାଡ଼ି ରହିଥିଲା। କିଛିଦିନ ରହିବା ପରେ ଗାଡ଼ିଟିକୁ ଅନ୍ୟତ୍ର ନିଆଗଲା। ଫଳରେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଭିନ୍ନ ରୋଗ ହେଉକି ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତଦେହ ନେବାପାଇଁ ବାଲିଗୁଡ଼ା କିମ୍ବା ଅନ୍ୟତ୍ର ମହାପ୍ରୟାଣ ଗାଡ଼ି ଅଣାଯାଉଛି। ଫଳରେ ଲୋକେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ଗରିବ ଲୋକ ବାଧ୍ୟ ହୋଇ ଖଟିଆ କିମ୍ବା କାନ୍ଧରେ ବୋହି ମୃତଦେହ ନେବାର ନଜିର ରହିଛି। ଜିଲାପ୍ରଶାସନ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗଁ। ପାଇଁ ଏକ ମହାପ୍ରୟାଣ ଯାନ ଯୋଗାଇଦେବାକୁ ସାମାଜିକକର୍ମୀ ସୁରେଶ ବଳିଆର ସିଂ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri